Indus Valley Times

ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା, ନିଜ ଆଡୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ

 Breaking News

ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା, ନିଜ ଆଡୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ

ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା, ନିଜ ଆଡୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ
April 08
17:05 2022

ଭୁବନେଶ୍ୱର, ୮/୪: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କୁ ମିଛ କେସରେ ଫସାଇ ହସ୍ପିଟାଲରେ ବେଡ଼ି ପକାଇବା ଘଟଣାରେ ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ। କଡ଼ା କାର୍ଯ୍ୟାନୁଷ୍ଠାନ ବଦଳରେ ଆଇଆଇସିଙ୍କ ବଦଳି ।
ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ଅନ୍ୟସ୍ଥାନକୁ ବଦଳି କରାଯାଇଛି । ତାଙ୍କ ସହିତ ମାମଲାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି । ଉଭୟଙ୍କୁ ବାଲେଶ୍ୱର ମୁଖ୍ୟାଳୟକୁ ବଦଳି କରାଯାଇଛି । ଏନେଇ ବାଲେଶ୍ୱର ଊଓଈ ଡିଏସ୍ପି ସୂଚନା ଦେଇଛନ୍ତି ।
ଏହି ମାମଲାକୁ ନେଇ ଆଜି ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ୧୫ ଦିନ ଭିତରେ ରିପୋର୍ଟ ଦେବା ଲାଗି ପୂର୍ବାଞ୍ଚଳ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିବା ବେଳେ ଚାରିଆଡେ ପ୍ରତିବାଦ ଆରମ୍ଭ ହୋଇଛି ।
ଆଜି ହ୍ୟୁମାନ ରାଇଟ ସଂସ୍ଥାର ପ୍ରେସିଡେଣ୍ଟ ଡାକ୍ତର ଜିତେନ୍ଦ୍ର ମହାରଣା ନୀଳଗିରିରେ ପହଂଚି ଯେଉଁଠାରେ ଘଟଣା ଘଟିଛି ସେହିଠାରେ ତଦନ୍ତ କରିଛନ୍ତି। ପରେ ଥାନାରେ ପହଞ୍ଚି ମଧ୍ୟ ତଥ୍ୟ ନେଇଛନ୍ତି । ଏଭଳି ଅମାନୁଷିକ କାର୍ଯ୍ୟକୁ ସେ ସମାଲୋଚନା କରିବା ସହ ଦରକାର ପଡ଼ିଲେ ସଂସ୍ଥା ପୋଲିସ ବିରୁଦ୍ଧରେ ମାମଲା ରୁଜୁ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930