Indus Valley Times

ସାମ୍ବାଦିକ ଇଂ . ତ୍ରିନାଥ ନାୟକଙ୍କ ବିୟୋଗରେ ଶୋକ ସଭା

 Breaking News

ସାମ୍ବାଦିକ ଇଂ . ତ୍ରିନାଥ ନାୟକଙ୍କ ବିୟୋଗରେ ଶୋକ ସଭା

October 19
19:29 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୯/୧୦: ପଠାଣି ସାମନ୍ତ ସ୍କୁଲ ଅଫ୍ ନର୍ସିଙ୍ଗ ର ଚେୟାରମେନ ତଥା ଓୟୁଜେ ନୟାଗଡ଼ ଶାଖାର ଉପସଭାପତି ସାମ୍ବାଦିକ ଇଂ . ତ୍ରିନାଥ ନାୟକଙ୍କ ଅକାଳ ବିୟୋଗ ଘଟିଅଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଓୟୁଜେ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ସୋମବାର ଦିନ ଏକ ଶୋକ ସଭା ସ୍ଥାନିୟ ପି.ଡବ୍ଲୁ.ଡି ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଏହି ସଭାରେ ରାଜ୍ୟ ଶୃଙ୍ଖଳା କମିଟି ଚେୟାରମେନ ଆଚାର‌୍ୟ୍ୟ ବିଶ୍ବରଂଜନ, ସାମ୍ବାଦିକ ସଞ୍ଜୟ ସ୍ବାଇଁ, ରାମକୃଷ୍ଣ ରଥ , ମାନସ ସାହୁ , ଶିବାନନ୍ଦ ଘଡେ଼ଇ,ଦିନମଣି ମହାନ୍ତି ଚ୍, ଚିତ୍ତରଞ୍ଜନ ଦାସ, ନୟାଗଡ଼ ଜିଲ୍ଲା ଓୟୁଜେ ସମ୍ପାଦକ ଗୋପାଳ ଚନ୍ଦ୍ର ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ଦୁଇ ମିନିଟ ନିରବ ପ୍ରାର୍ଥନା ହେବା ସହ ସ୍ବର୍ଗତ ନାୟକଙ୍କ ସ୍ମୃତି ଚାରଣ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031