Indus Valley Times

ସାମ୍ବାଦିକ ମନୀଷ ଅନୁରାଗ ଦାସଙ୍କ ବିୟୋଗରେ ପାରଳାଖେମୁଣ୍ଡି ସାମ୍ବାଦିକ ମାନଙ୍କ ଶୋକ ସଭା

 Breaking News

ସାମ୍ବାଦିକ ମନୀଷ ଅନୁରାଗ ଦାସଙ୍କ ବିୟୋଗରେ ପାରଳାଖେମୁଣ୍ଡି ସାମ୍ବାଦିକ ମାନଙ୍କ ଶୋକ ସଭା

ସାମ୍ବାଦିକ ମନୀଷ ଅନୁରାଗ ଦାସଙ୍କ ବିୟୋଗରେ ପାରଳାଖେମୁଣ୍ଡି ସାମ୍ବାଦିକ ମାନଙ୍କ ଶୋକ ସଭା
October 12
18:04 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୧୦ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାରରେ ଜିଲ୍ଲା ସାମ୍ବାଦିକ ମାନଙ୍କ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ନବୀନ ଦାସଙ୍କ ପୁତ୍ର ସାମ୍ବାଦିକ ମନୀଷ ଅନୁରାଗ ଦାସଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା । ପରେ ସ୍ବର୍ଗତ ଅନୁରାଗଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ଧୁପ ଓ କ୍ୟାଣ୍ଡେଲ ପ୍ରଜ୍ଜ୍ୱଳନ କରା ଯାଇଥିଲା । ଓଡିଶା ପୋଲିସ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଉପରୁ ତୁରନ୍ତ ପରଦା ହଟାଇବା ସହ ଅନୁରାଗଙ୍କ ବାପା ଅଭିଯୋଗ କରିଥିବା ଅନୁସାରେ ଯଦି ତାଙ୍କୁ ହତ୍ୟା ହୋଇଛି , ତାହା ହେଲେ ହତ୍ୟାକାରୀଙ୍କୁ କଡାରୁ କଡା ସଜ୍ଜା ଦେବାପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ଦାବୀ କରିଛନ୍ତି ।
ଏପରିକି , କେବଳ ସାମ୍ବାଦିକ ମାନେ ହିଁ ହତ୍ୟା, ଧମକ, ମାଡ ଓ ବିପଦର ସମ୍ମୁଖୀନ ହେଉଥିବା ସମଗ୍ର ଓଡିଶାରେ ପୂର୍ବରୁ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ସାମ୍ବାଦିକ ମାନଙ୍କ ପରିବାରକୁ ଟାର୍ଗେଟ କରାଯିବା ଆଇନ ବ୍ୟବସ୍ଥାକୁ ଦୋହଲାଇ ଦେବା ଭଳି ସ୍ଥିତି ଓଡିଶାରେ ସୃଷ୍ଟି ହେଲାଣି ବୋଲି ଚିନ୍ତା ପ୍ରକଟ ଜଣାଇଛନ୍ତି ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମାନେ ।
ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଦେବାଶିଷ ପାଢୀଙ୍କ ସମେତ କୃଷ୍ଣ କୁମାର ବେହେରା , ଆଦର୍ଶ ଦାସ , ବାସୁଦେବ ଦାସ , ହରିହର ପଟ୍ଟନାୟକ , ଗୋବିନ୍ଦ ଆଚାର୍ଯ୍ୟ , ଏସ.ରୁଷୀ , ଦୀଲିପ ଶତପଥୀ , ବସନ୍ତ ପଣ୍ଡା , ସନ୍ତୋଷ କୁମାର ପାଟ୍ଟଯୋଶୀ , ଶିବ ପ୍ରସାଦ ପ୍ରାଣୀଗ୍ରାହୀ , ଗିରିଧାରୀ ପରିଛା , ଡମ୍ବରୁଧର ପଲେଇ ଓ ଅନିଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
ସାମ୍ବାଦିକ ଲୋକନାଥ(ବାପି) ପଣ୍ଡା ଶୋକସଭା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031