Indus Valley Times

ସାରା ରାଜ୍ୟରେ ଝଡ଼ ବର୍ଷା ! ଉତ୍ତର, ପଶ୍ଚିମ ଓଡ଼ିଶାରେ ପ୍ରବଳ କାଚିବ

 Breaking News

ସାରା ରାଜ୍ୟରେ ଝଡ଼ ବର୍ଷା ! ଉତ୍ତର, ପଶ୍ଚିମ ଓଡ଼ିଶାରେ ପ୍ରବଳ କାଚିବ

ସାରା ରାଜ୍ୟରେ ଝଡ଼ ବର୍ଷା ! ଉତ୍ତର, ପଶ୍ଚିମ ଓଡ଼ିଶାରେ ପ୍ରବଳ କାଚିବ
July 18
12:34 2026

ଭୁବନେଶ୍ୱର, ୧୮/୭: ରାଜ୍ୟରେ ବର୍ଷାର ଲଗାଣ ଜାରି ରହିଛି। ଲଘୁଚାପ ପ୍ରଭାବରେ ଗତ କାଲି ରାତିଠାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅବିରତ ବର୍ଷା ହେଉଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଭୁବନେଶ୍ୱର, କଟକ ଓ ପୁରୀରେ ସାରା ରାତି ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ରାସ୍ତାରେ ପାଣି ଜମିଥିବାରୁ ଯାତାୟାତ ବ୍ୟାହତ ହେବା ସହ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ୨୪ ଘଣ୍ଟାରେ କେବଳ ପୁରୀରେ ୭୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଉତ୍ତର ଓଡ଼ିଶା, ସଂଲଗ୍ନ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଥିବା ଲଘୁଚାପ ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହେବାର ସମ୍ଭାବନା ଥିଲେ ମଧ୍ୟ, ସେପର‌୍ୟ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିପାରେ।
ତେବେ ଆସନ୍ତାକାଲିଠାରୁ ବର୍ଷାର ପ୍ରକୋପ ଧୀରେ ଧୀରେ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେପର‌୍ୟ୍ୟନ୍ତ ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031