Indus Valley Times

ସାର ପାଇଁ ନୟାଗଡ଼ରେ ଚାଷୀଙ୍କ ତୁମୁଳ କାଣ୍ଡ, ଅତିରିକ୍ତ ଜିଲ୍ଲାପାଳ ଗାଡି ଆଗରେ ଶୋଇଲେ ଚାଷୀମାନେ

 Breaking News

ସାର ପାଇଁ ନୟାଗଡ଼ରେ ଚାଷୀଙ୍କ ତୁମୁଳ କାଣ୍ଡ, ଅତିରିକ୍ତ ଜିଲ୍ଲାପାଳ ଗାଡି ଆଗରେ ଶୋଇଲେ ଚାଷୀମାନେ

September 15
20:39 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୯ : ସାର ପାଇଁ ନୟାଗଡ଼ରେ ଚାଷୀଙ୍କ ତୁମୁଳ କାଣ୍ଡ, ଅତିରିକ୍ତ ଜିଲ୍ଲାପାଳ ଗାଡି ଆଗରେ ଶୋଇଲେ ଚାଷୀମାନେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କୁ ଚାଷୀଙ୍କ ଘେରାଉ କରି ରଖି ଥିଲେ ।
ଏହାକୁ ନେଇ ଚାଷୀ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବା ପାଇଁ ମିଳିଥିଲା, ଘଟଣା ସ୍ଥଳରେ ଅତିରିକ୍ତ SP ,SDPO ଏବଂ ପୋଲିସ ଫୋର୍ସ ପହଞ୍ଚି ପରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଚାଷୀଙ୍କୁ ଘଉଡାଇବା ସଫଳ ହୋଇଥିଲା ପୋଲିସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀ ମାନେ ବିଶୁଙ୍ଖଳା ସୃଷ୍ଟି କରିବା , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟ୍ ବନ୍ଦ କରିବା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଙ୍କ ଗାଡି ଆଗରେ ଶୋଇ ବିକ୍ଷୋଭ କରିବା, ତାଙ୍କୁ ଘେରାଉ କରି ରଖିବା ଅଭିଯୋଗ ରେ ୫ ରୁ ଉର୍ଦ୍ଧ ନବ ନିର୍ମାଣ କୃଷକ ସଘଠନର ନେତା ଙ୍କୁ ଘଟଣା ସ୍ଥଳରୁ ଉଠାଇ ନେଇ ଗିରଫ କରିଥିବା ବେଳେ ଆଗକୁ ଗିରଫ ସଂଖ୍ୟା ବଢିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଆଇନ୍ ଶୁଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି,
ପୋଲିସର ଗିରଫ ଭୟରେ ଛତ୍ରଭଙ୍ଗ ଦେଇଛନ୍ତି ଆନ୍ଦୋଳନ କାରୀ ଚାଷୀମାନେ,ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ରାଜନୀତିକ ଉଦ୍ଦେଶ୍ୟ ରଖି କିଛି ଲୋକ ଏଭଳି ଘଟଣା କରାଇଛନ୍ତି ।
ସୂଚନା ଅନୁଯାୟୀ ସାର ପାଇଁ ଚାଷୀମାନେ ହାଲା ବୋଲ୍ କରିଥିଲେ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସାର ଯୋଗାଣ ଦାବିରେ ଚାଷୀମାନେ ଧାରଣା ଦେଇଥିଲେ, ନବ ନିର୍ମାଣ କୃଷକ ସଘଠନ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା । ଚାଷୀଙ୍କ ଅଭିଯୋଗ ଜିଲ୍ଲାରେ ସାର କଳାବଜାରୀ ରୋକିବା ସହ ଚାଷୀଙ୍କୁ ସରକାରୀ ମୂଲ୍ୟ ରେ ସାର ଯୋଗାଇ ଦେବା, ପ୍ୟାକ୍ସ ଗୁଡିକ ମାର୍ଫେଡ ସାର ଉଠାଉ ନଥିବାରୁ ଖୋଲା ମାର୍କେଟରେ ସାର କଳାବଜାରୀ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଏନେଇ କୃଷକ ସଘଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାଷୀଙ୍କ ଅଭିଯୋଗ ପ୍ୟାକ୍ସ ମିଳୁନି ସାର , କିନ୍ତୁ ଖୋଲା ମାର୍କେଟରେ ସାର କଳାବଜାରୀ କରି ଚଢ଼ା ଦରରେ ବିକ୍ରୀ ହେଉଛି ।
ୟୁରିଆ ସାର ବସ୍ତା ୭୦୦ ରୁ ୧୧ ଶହ ଟଙ୍କାରେ ବିକ୍ରୀ ହେଉଛି, କୃଷି ବିଭାଗର ଅଧିକାରୀ ଏବଂ ସାର ହୋଲ୍ ସେଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ସାର କଳାବଜାରୀ ଦୁର୍ନୀତି ରୋକିବା ସହ ସମସ୍ତ ଚାଷୀଙ୍କୁ ସାର ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଚାଷୀମାନେ , ଜିଲ୍ଲାରେ ସାର ସଙ୍କଟର ଫାଇଦା ଉଠାଇ ଅସାଧୁ ବ୍ୟବସାୟୀ ମାନେ ଖୋଲା ମାର୍କେଟରେ ୟୁରିଆ ବସ୍ତା ପିଛା ହଜାରେ ଟଙ୍କାରେ ବିକ୍ରୀ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ସାର ଯୋଗାଣରେ ହୋଇଥିବା ଦୁର୍ନୀତି ଏବଂ ଅନ୍ୟମିତତା ର ଭିଜିଲାନ୍ସ ତଦନ୍ତ ପାଇଁ ଚାଷୀମାନେ ଅଭିଯୋଗ କରିଛନ୍ତି ।
ତୁରନ୍ତ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନ ଗ୍ରହଣ କଲେ ଆଗକୁ ରାସ୍ତା ରୋକ୍ ଆନ୍ଦୋଳନ ପାଇଁ କୃଷକ ସଘଠନ ପକ୍ଷରୁ ଦାବି କରାଯାଇଛି, ସେପଟେ ନୟାଗଡ଼ ତହସିଲଦାର ଏବଂ DRSS କହିଛନ୍ତି ।
ଜିଲ୍ଲାରେ ସାର ଅଭାବ ନାହିଁ, ପ୍ୟାକ୍ସ ମାଧ୍ୟମରେ ଚାଷୀଙ୍କୁ ଆଧାର କାର୍ଡ ପିଛା ଏକ ବସ୍ତା ୟୁରିଆ ସାର ଯୋଗାଇ ଦିଆଯାଉଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031