Indus Valley Times

ସିଙ୍ଗିପୁର ଗ୍ରାମରେ ପାରଳା ପୋଲିସର ଅବକାରୀ ଚଢାଉ :୬୦୦ ଲିଟର ମହୁଲି ପୋଚ , ଲିକର ସମେତ ରନ୍ଧା ସ୍ଥାନ ସବୁ ନଷ୍ଟ କରାହେଲା

 Breaking News

ସିଙ୍ଗିପୁର ଗ୍ରାମରେ ପାରଳା ପୋଲିସର ଅବକାରୀ ଚଢାଉ :୬୦୦ ଲିଟର ମହୁଲି ପୋଚ , ଲିକର ସମେତ ରନ୍ଧା ସ୍ଥାନ ସବୁ ନଷ୍ଟ କରାହେଲା

ସିଙ୍ଗିପୁର ଗ୍ରାମରେ ପାରଳା ପୋଲିସର ଅବକାରୀ ଚଢାଉ :୬୦୦ ଲିଟର ମହୁଲି ପୋଚ , ଲିକର ସମେତ ରନ୍ଧା ସ୍ଥାନ ସବୁ ନଷ୍ଟ କରାହେଲା
June 28
07:42 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୮/୬ : ଲଗାତାର ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଶନିବାର ଭୋର ପ୍ରାୟ ୫ ଟା ସମୟରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କାଶୀନଗର ବ୍ଳକର ସିଙ୍ଗିପୁର ଗ୍ରାମରେ ଅବକାରୀ ଚଢ଼ାଉ କରି ରେଳ ଲାଇନ ନିକଟରେ ଓ ବିଭିନ୍ନ ଘରର ପଛପଟେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କେନ୍ଦ୍ର ଗୁଡ଼ିକୁ ଠାବ କରିଥିଲା।
ପୋଲିସକୁ ଦେଖି ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାବସ୍ଥଳରୁ ଫେରାର ହୋଇ ଯାଇଥିଲେ। ଚଢ଼ାଉ ସମୟରେ ପ୍ରାୟ ୧୦୦ ଲିଟର ବେଆଇନ ଦେଶୀ ରନ୍ଧା ମଦ , ଏହାର ପ୍ରସ୍ତୁତିରେ ବ୍ୟବହୃତ କଣ୍ଡେନସର ପାଇପ , ଫନେଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା ।
ଏହାସହ ପ୍ରାୟ ୬୦୦ ଲିଟର ମହୁଲ ପଚା ରସକୁ ଘଟଣାସ୍ଥଳରେ ନଷ୍ଟ କରା ଯାଇଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ଦୂଷିତ ପାଣି ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ମିଶାଇ ଏହି ମଦ ପ୍ରସ୍ତୁତ କରାଯାଉଥିଲା ଯେ, ଯାହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଅଛି ।
ତଦନ୍ତରୁ ଜଣାପଡ଼ିଛି ଯେ , ଗ୍ରାମର କେତେକ ବ୍ୟକ୍ତି ସଙ୍ଗଠିତ ଭାବରେ ଏହି ବେଆଇନ ଦେଶୀ ମଦ ପ୍ରସ୍ତୁତ କରି ପାରଳାଖେମୁଣ୍ଡି ସହର ଓ ଆଖପାଖ ଗ୍ରାମାଞ୍ଚଳକୁ ବହୁବର୍ଷ ହେବ ଯୋଗାଣ କରୁଥିଲେ ।
ଏହି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ ନଂ. ୨୬୦/୨୦୨୬ ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି ଏବଂ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଡ଼ା ଆଇନଗତ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଏକ ପ୍ରେସ ବିବୃତ୍ତିରେ ପାରଳା ଆଦର୍ଶ ଥାନାର ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି ।
ଏହି ଅବକାରୀ ଚଢାଉ ଏସଡିପିଓ ଶ୍ରୀ ମାଧବକ୍ଷ ନନ୍ଦ ନାୟକ ଓ ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ନେତୃତ୍ୱରେ ହୋଇଥିବା ଜଣାଯାଇଛି। ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930