Indus Valley Times

ସିଡିଏମ୍ଓଙ୍କ କାର୍ଯ୍ୟାଳୟଠାରେ ଜିଲା ସ୍ୱାସ୍ଥ୍ୟ ବିଭାଗର ୪ ଟି ୧୦୮ ଆମ୍ବୁଲାନ୍ସସର ଲୋକାପର୍ପଣ କଲେ ମନ୍ତ୍ରୀ

 Breaking News

ସିଡିଏମ୍ଓଙ୍କ କାର୍ଯ୍ୟାଳୟଠାରେ ଜିଲା ସ୍ୱାସ୍ଥ୍ୟ ବିଭାଗର ୪ ଟି ୧୦୮ ଆମ୍ବୁଲାନ୍ସସର ଲୋକାପର୍ପଣ କଲେ ମନ୍ତ୍ରୀ

October 13
11:02 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୧୦ : ବୌଦ୍ଧ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ଠାରେ ଗୁରୁବାର ଦିନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସ୍ୱାସ୍ଥ୍ୟ ବିଭାଗର ୪ ଟି ନୂତନ ୧୦୮ ଆମ୍ବୁଲାନ୍ସସର ଲୋକାର୍ପଣ କରିଛନ୍ତି ।
ଜିଲା ମୁଖ୍ୟ ଚିକିତ୍ସା ଅଧକାରୀ ଡାକ୍ତର ଜୟକୃଷ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଯୋଗଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ୪ ଟି ନୂତନ ୧୦୮ ଆମ୍ବୁଲାନ୍ସସର ଲୋକାର୍ପଣ କରି ଜିଲାର ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ । କାର‌୍ୟ୍ୟକ୍ରମକୁ ଜିଲା କାର‌୍ୟ୍ୟକ୍ରମ ସଂଯୋଜକ ରୂପକ ମହାପାତ୍ର ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂ ଙ୍କ ସମତେ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
ବୌଦ୍ଧ ଟାଉନହଲ ଠାରେ ଜିଲାସ୍ତରୀୟ ପୋଷଣ ମାସ ପାଳନ ଉତ୍ସବ ଆୟୋଜିତ, ଖାଦ୍ୟ ପ୍ରଦର୍ଶନୀରେ ପ୍ରଦର୍ଶିତ ହେଲା ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ
ବୌଦ୍ଧ,୧୩/୧୦: ବୌଦ୍ଧ ଟାଉନହଲ ଠାରେ ଜିଲାସ୍ତରୀୟ ପୋଷଣ ମାସ ପାଳନ ଉତ୍ସବ ଆୟୋଜିତ ହୋଇଛି କ୍ଷ ଏହି ଅବସରରେ ଆୟୋଜିତ ଏକ ଖାଦ୍ୟ ପ୍ରଦର୍ଶନୀରେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା କ୍ଷ କାର‌୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ । କାଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଜିଲା ଶିକ୍ଷା ଅଧିକାରୀ ଗେଂଦେରା କୁଜୁର ଯୋଗଦେଇଥିଲେ ।
ମିଲେଟ୍ସ ଖାଦ୍ୟ, ଉତ୍ତମ ଖାଦ୍ୟ , ସୁସ୍ଥ ଜୀବନ ସଂପର୍କରେ ଅତିଥିମାନେ ସଚେତନ କରିଥିଲେ । ଏହି ଅବସରରେ ସରକାରଙ୍କ ନବଜାତକ ଶିଶୁମାନଙ୍କ ଅନ୍ନପ୍ରାସାନ୍ନ, ଗର୍ଭବତୀ ମହିଳାଙ୍କ ସୁଆଦିଆ ଉତ୍ସବ ଆଦି ନେଇ ଆଲୋଚନ ହୋଇଥିଲା । ବୌଦ୍ଧ ସିଡିପିଓ ମିନତୀ ଦେଓ , କଣ୍ଟାମାଳ ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢୀ, ଜିଲା ବାଲ୍ୟ ବିବାହ ନିରାକରଣ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସ ଙ୍କ ସମତେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୌଦ୍ଧ ବ୍ଲକ୍ ରେ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ;୧୩/୧୦: ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ବୌଦ୍ଧ ବ୍ଲକ ଠାରେ ବ୍ଲକ ସ୍ତରୀୟ ମୋ ମାଟି ମୋ ଦେଶ କାର‌୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ସମସ୍ତ ଶକ୍ତିକେନ୍ଦ୍ରର ଗ୍ରାମ ମାନଙ୍କରେ ହୋଇଥିବା କାର୍ଯ୍ୟକ୍ରମ ରେ ସଂଗୃହିତ ଅମୃତ ମାଟି କଳସ ଗୁଡ଼ିକ ଏକତ୍ର କରି ଏକ ସ୍ବତନ୍ତ୍ର ମାଟି କଳସରେ ସଂଗ୍ରହ କରାଯାଇଥିଲା ।
ଏହାକୁ ଆଗାମୀ ଦିନରେ ଜିଲ୍ଲାସ୍ତରରୁ ଭୁବନେଶ୍ୱର ଠାରୁ ଦିଲ୍ଲୀ ସିଧାସଳଖ ନେବାର ବ୍ୟବସ୍ତା କରାଯାଉଅଛି । ସଂଗୃହିତ ଅମ୍ବୃତ ମାଟି କଳସ କୁ ଧରି ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା ।
ହରିବୋଲ , ହୁଳହୁଳି , ଭାରତ ମାତା କି ଜୟ ଧ୍ୱନି ସୃଷ୍ଟି ଓ ନାରା ଦେଇ ପରିକ୍ରମା କରା ଯାଇଥିଲା । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ଵରେ ବରିଷ୍ଠ ନେତା କହ୍ନେଇଁ ଚରଣ ଡାଙ୍ଗ, ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ,ସୂର୍ଯ୍ୟ ନାରାୟଣ ମହାପାତ୍ର , ଶ୍ୟାମ ସୁନ୍ଦର ପୁରୋହିତ ,ତାପସ କୁମାର ପଟ୍ଟନାୟକ , ସୁଶାନ୍ତ ବାଘ, ନିବେଦିତା ମହାକୁଡ,ମୀନାରାଣୀ ମିଶ୍ର , ତ୍ରିପୁରାରି ବେହେରା,ମାଗୁଣି ଗାଈଗୌରୀଆ ,ପ୍ରଣବ ନାୟକ, ସ୍ୱରୂପା ପଟ୍ଟନାୟକ,ସତ୍ୟାନନ୍ଦ ପାଣ୍ଡେ,ବିପିନ ପ୍ରଧାନ, କାଇଁଚ ପ୍ରଧାନ , ନବୀନ ହୋତା , ଯୀଶୁ ପ୍ରଧାନ , ନିରଞ୍ଜନ କର୍ଣ୍ଣ ,ଶମ୍ଭୁ ପ୍ରଧାନ ,ଶମ୍ଭୁ ଗାଈ ଗୌରୀଆ , ବିକାଶ ମହାକୁଡ ପ୍ରମୁଖ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୁଲ୍ୟରେ ଏକ ଦିବସୀୟ ପାଠଚକ୍ର
ବୌଦ୍ଧ,୧୩/୧୦:ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଓଡିଆ ଭାଷା ଓ ସାହିତ୍ୟ ବିଭାଗରେ ଏକ ଦିବସୀୟ ପାଠଚକ୍ର ଓଡିଆ ସାହିତ୍ୟର ବିଭା ଓ ବିଭାବନା ବିଷୟରେ ଅନୁଷ୍ଠିତ ହୋଇଯାଇଛି ।
ପାଠଚକ୍ର ରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ଓଡିଆ ଛାତ୍ର ର କତ୍ତର୍ବ୍ୟ ଓ ସାହିତ୍ୟ ର ବିଭା ସଂକ୍ରାନ୍ତ ରେ ଆଲୋଚନା କରିଥିଲେ । ସେହିପରି ବିଭାଗୀୟ ମୁଖ୍ୟ ଡ ଶରତ ଚନ୍ଦ୍ର ପତି ଆଲୋଚନା ଚକ୍ର ର ଉଦ୍ଦେଶ୍ୟ ସଂକ୍ରାନ୍ତ ରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇ ଥିଲେ । ଅଧ୍ୟାପିକା ବାସନ୍ତୀ ପ୍ରଧାନ,ଅଧ୍ୟାପକ ଡ ଦାଶରଥି ବିଶ୍ଵାଳ, ଅଧ୍ୟାପକ ତ୍ରିନାଥ ରଣା, ଅଧ୍ୟାପିକା ତପସ୍ଵିନୀ ପ୍ରଧାନ ସାହିତ୍ୟର ବିଭିନ୍ନ ଦିଗ ସଂକ୍ରାନ୍ତ ରେ ଆଲୋଚନା କରିଥିଲେ ଏବଂ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ର ଛାତ୍ରଛାତ୍ରୀ ମାନେ ସେମାନଙ୍କ ର ସନ୍ଧର୍ଭ ପାଠ କରିଥିଲେ। ପାଠଚକ୍ର ସମ୍ପାଦିକା ଜୟଶ୍ରୀ ଖେତି ସଭାକାର‌୍ୟ୍ୟ ପରିଚାଳନା କରିଥିଲେ ।
ପ୍ରାରମ୍ଭିକ ସଙ୍ଗୀତ ରୋଶନ ସାହୁ ଓ ନନ୍ଦିନୀ ବାରିକ ଗାନ କରିଥିଲେ ।ଶେଷ ରେ ବିଭାଗ ର ଛାତ୍ରୀ ବବିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନା ଚକ୍ର କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031