Indus Valley Times

ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ; ପାସ୍ ହାର ୮୭.୩୩ %, ବାଜି ମାରିଲେ ଛାତ୍ରୀ

 Breaking News

ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ; ପାସ୍ ହାର ୮୭.୩୩ %, ବାଜି ମାରିଲେ ଛାତ୍ରୀ

ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ; ପାସ୍ ହାର ୮୭.୩୩ %, ବାଜି ମାରିଲେ ଛାତ୍ରୀ
May 12
11:37 2023

ନୂଆଦିଲ୍ଲୀ,୧୨/୫ : ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍ ହାର ୮୭.୩୩ % ରହିଛି। cbseresults.nic.in ଓ cbse. gov.inରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଛାତ୍ରଛାତ୍ରୀ ଏହି ସାଇଟ୍କୁ ଯାଇ ନିଜ ରେଜଲ୍ଟ ଜାଣିପାରିବେ।
ଗତ ଥର ଅପେକ୍ଷା ଚଳିତ ଥର ପାସ୍ ହାର କମ୍ ଥିବା ଜଣାଯାଇଛି। ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ୬% ଥିବା ଜଣାଯାଇଛି। ଚଳିତ ଥର ଛାତ୍ରୀଙ୍କ ପାସ୍ ହାର ୯୦.୬୮% ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୪.୬୭% ରହିଛି।
ସିବିଏସ୍ଇ ବୋର୍ଡରେ ଗତବର୍ଷ ୯୧.୨୫% ଛାତ୍ର ପାସ୍ କରିଥିବା ବେଳେ ଚଳିତ ଥର ଏହି ପାସ୍ ହାର ୮୪. ୬୭% ପାସ୍ହାର ରହିଛି। ସେହିପରି ଗତବର୍ଷ ସିବିଏସ୍ଇ ଦ୍ୱାଦଶର ୯୪% ଛାତ୍ରୀ ପାସ୍ କରିଥିବା ବେଳେ ଚଳିତ ବର୍ଷ ଏହା ୯୦.୮%ରେ ସୀମିତ ରହିଛି। ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ବି ଆଜି ପ୍ରକାଶ ପାଇବ ବୋଲି ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031