Indus Valley Times

ସିଲଭର ସିଟି ବୋଟ୍ କ୍ଲବରେ ଓଟିଡିସି ପକ୍ଷରୁ ଫ୍ଲୋଟିଂ ରେଷ୍ଟୁରାଣ୍ଟ,ଫ୍ଲୋଟିଂ ପାର୍କ କାର୍ଯ୍ୟ ଆରମ୍ଭ

 Breaking News

ସିଲଭର ସିଟି ବୋଟ୍ କ୍ଲବରେ ଓଟିଡିସି ପକ୍ଷରୁ ଫ୍ଲୋଟିଂ ରେଷ୍ଟୁରାଣ୍ଟ,ଫ୍ଲୋଟିଂ ପାର୍କ କାର୍ଯ୍ୟ ଆରମ୍ଭ

ସିଲଭର ସିଟି ବୋଟ୍ କ୍ଲବରେ ଓଟିଡିସି ପକ୍ଷରୁ ଫ୍ଲୋଟିଂ ରେଷ୍ଟୁରାଣ୍ଟ,ଫ୍ଲୋଟିଂ ପାର୍କ କାର୍ଯ୍ୟ ଆରମ୍ଭ
October 02
10:18 2021

କଟକ, ୨/୧୦ : କଟକରେ ପର୍ଯ୍ୟଟନ ବିକାଶ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ନୂଆନୂଆ ପଦକ୍ଷେପ ହାତକୁ ନେଇଛି। ମହାନଦୀ କୂଳରେ ଗଢି ଉଠିଥିବା ସିଲଭର ସିଟି ବୋଟ୍ କ୍ଲବ୍ରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ପକ୍ଷରୁ ଫ୍ଲୋଟି˚ ରେଷ୍ଟୁରାଣ୍ଟ ଓ ଫ୍ଲୋଟି˚ ପାର୍କ ଆରମ୍ଭ କରାଯିବାକୁ ଯୋଜନା କରାଯାଇଛି।
ଏଥିପାଇଁ ଘରୋଇ ସ˚ସ୍ଥା ଵାଟର ସ୍ପୋର୍ଟ୍ସ ସିମ୍ପଲ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ସହଭାଗିତା କରାଯାଇ ପର୍ଯ୍ୟଟକମାନଙ୍କୁ ନୂଆ ଧରଣର ମଜା ଉଠାଇବାକୁ ସୁବିଧା ଯୋଗାଇ ଦିଆଯିବ। ଏହାବାଦ୍ ନଭେମ୍ବର-ଡିସେମ୍ବରରୁ ଆରମ୍ଭ ହେଉଥିବା ପିକ୍ନିକ୍ ଋତୁ ପୂର୍ବରୁ ମହାନଦୀରେ କ୍ରୁଜ୍ ଚଲାଇବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି।
ଏହି କ୍ରୁଜ୍ ବୋଟ୍ କ୍ଲବ୍ରୁ ଧବଳେଶ୍ବର ପର୍ଯ୍ୟନ୍ତ ଚଲା ଯିବାକୁ ବିଚାର କରାଯାଉଛି। ତେବେ ସରକାରଙ୍କ ଅନୁମତି ପରେ କ୍ରୁଜ୍ ଚଲାଇବା ଅଞ୍ଚଳ ନିର୍ଧାରଣ କରାଯିବ ବୋଲି ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031