Legatus

ସୀମାନ୍ତରେ ନକ୍ସଲ ହମଲା, ନକ୍ସଲଙ୍କ ଗୁଳିରେ ଜଣେ ସୁରକ୍ଷାକର୍ମୀ ନିହତ

 Breaking News

ସୀମାନ୍ତରେ ନକ୍ସଲ ହମଲା, ନକ୍ସଲଙ୍କ ଗୁଳିରେ ଜଣେ ସୁରକ୍ଷାକର୍ମୀ ନିହତ

December 17
18:59 2023

ଛତିଶଗଡ଼,୧୭/୧୨ : ଛତିଶଗଡ଼ର ସୁକମାରେ ଏନକାଉଣ୍ଟର। ନକ୍ସଲଙ୍କ ସହ ସିଆର୍ପିଏଫ୍ ଯବାନ ମୁହାଁମୁହିଁ ହୋଇଛନ୍ତି। ଆଜି ସକାଳୁ ସିଆର୍ପିଏଫ୍ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୧୬୫ ବଟାଲିଅନର ଜଣେ ସିଆର୍ପିଏଫ୍ ଯବାନ ସହିଦ ହୋଇଛନ୍ତି। ସେହିପରି ନକ୍ସଲ ଗୁଳିରେ ଅନ୍ୟ ଜଣେ କନଷ୍ଟେବଳ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଆଜି ସକାଳ ୭ଟାରେ ଜଗରଗୁଣ୍ଡା ପୁଲିସ ଷ୍ଟେସନର ବେଦରେ କ୍ୟାମ୍ପରୁ ୧୬୫ ବଟାଲିଅନ୍ର ସିଆର୍ପିଏଫ୍ ଯବାନମାନେ ସର୍ଚ୍ଚ ଅପରେସନ୍ ପାଇଁ ବାହାରିଥିଲେ। ଏହି ସମୟରେ ସିଆର୍ପିଏଫ୍ ଟିମ୍ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଏଥିରେ ସବ ଇନ୍ସପେକ୍ଟର ସୁଧାକର ରେଡ୍ଡୀ ଶହୀଦ ହୋଇଛନ୍ତି। ସେହିପରି କନଷ୍ଟେବଳ ରାମୁ ନକ୍ସଲ ଗୁଳିରେ ଆହତ ହୋଇଛନ୍ତି। ଆହତ ସୈନିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଟାଲକୁ ଏୟାଲିଫ୍ଟ କରାଯାଇଛି।
ସେପଟେ ଏହି ମାମଲାରେ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସିଆର୍ପିଏଫ୍, କୋବ୍ରା ଓ ଜିଲ୍ଲା ପୁଲିସ ଫୋର୍ସ ଦ୍ୱାରା ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ସେପଟେ ଏହି ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ବୈଷ୍ଣୋଦେବ ସାଏ ସହିଦ ସବ୍ ଇନ୍ସପେକ୍ଟର ସୁଧାକର ରେଡ୍ଡୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ଆହତ ଯବାନ ରାମୁଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31