Indus Valley Times

ସୁକିନ୍ଦାବାସୀଙ୍କ ପାଇଁ ମୋ ଜୀବନ ସମର୍ପିତ-ଇଂ ପ୍ରୀତିରଞ୍ଜନ

 Breaking News

ସୁକିନ୍ଦାବାସୀଙ୍କ ପାଇଁ ମୋ ଜୀବନ ସମର୍ପିତ-ଇଂ ପ୍ରୀତିରଞ୍ଜନ

ସୁକିନ୍ଦାବାସୀଙ୍କ ପାଇଁ ମୋ ଜୀବନ ସମର୍ପିତ-ଇଂ ପ୍ରୀତିରଞ୍ଜନ
June 25
10:27 2024

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୫/୬: ଚଳିତ ନିର୍ବାଚନରେ ସୁକିନ୍ଦାବାସୀଙ୍କ ଜନାଦେଶକୁ ମଥାପାତି ସମ୍ମାନର ସହିତ ଗ୍ରହଣ କରିଛି । ବିଜୟ ପରାଜୟ ରାଜନୀତିର ଦୁଇଟି ଅଂଗ । ବିଜୟରେ ଉତଫୁଲ୍ଲିତ ହୋଇ ହିଂସାକାଣ୍ଡ ଘଟାଇ ଆତଙ୍କ ସୃଷ୍ଟି କରିବାକୁ ସୁକିନ୍ଦାବାସୀ ଗ୍ରହଣ କରିବେ ନାହିଁ । ସୁକିନ୍ଦାବାସୀ ଶାନ୍ତି ପ୍ରିୟ ।
ସୁକିନ୍ଦାକୁ ସୁନାର ସୁକିନ୍ଦା କରିବା ପଛରେ ଆପଣଙ୍କ ଆଶିର୍ବାଦ ଓ ସମର୍ଥନ ରହିଛି । ନିର୍ବାଚନ ଫଳ ପ୍ରକାଶ ପରେ ସୁକିନ୍ଦାରେ ଓଲଟା ଚିତ୍ର ଦେଖିବାକୁ ମିଳିଛି ।
ଶାସକ ଦଳର ବାହୁବଳୀ ହିଂସା ସୃଷ୍ଟି କରି ଆତଙ୍କ ଖେଳାଇ ଦେଇଛନ୍ତି । ଶ୍ରମିକ ସଂଗଠନ କାର‌୍ୟ୍ୟକାର୍ତ୍ତାଙ୍କୁ ମରଣାତ୍ମକ ଆକ୍ରମଣ କରି ନିଜର ହିଂସ୍ର ଆଭିମୁଖ୍ୟକୁ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ଅଭିଯୋଗ ପରେ ପୋଲିସ ନିରବ ବସିବା ମୁଖ୍ୟ ଅଭିଯୁକ୍ତକୁ ଅଧିକ ଉତ୍ସାହିତ କରିଛି ।
ଫଳରେ ସେ ଖୋଲା ମେଲା ବୁଲି ନିରୀହ ଶ୍ରମିକ ଓ ତାଙ୍କ ପରିବାରକୁ ଧମକ ଦେଇ ଆତଙ୍କିତ କରୁଛନ୍ତି । ଆଜି ସୁକିନ୍ଦା ରିଜିୟନ କ୍ରୋମାଇଟ ମଜଦୁର ସଂଘରେ ଆୟୋଜିତ ବୈଠକରେ ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଏହା ସହିତ ସେ କହିଛନ୍ତି ସୁକିନ୍ଦାର ସେବା ପାଇଁ ମୁଁ ସମର୍ପିତ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସୁକିନ୍ଦାର ସେବା କରିବି । ସୁକିନ୍ଦାବାସୀଙ୍କ ସ୍ୱାର୍ଥରେ କାଣିଚାଏ ଆଞ୍ଚ ଆଣିବାକୁ ଦେବିନାହିଁ । ଭୟ ସୃଷ୍ଟି କରି କେହି କାହାକୁ ନିଜର କରି ପାରିବ ନାହିଁ। ଶ୍ରମିକ ସଂଗଠନ କର୍ମକାର୍ତ୍ତାଙ୍କୁ ଆକ୍ରମଣ କରିବା ସବୁ ଶ୍ରମିକଙ୍କୁ ଆକ୍ରମଣ ସହିତ ସମାନ ।
ମୁଖ୍ୟ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ ନ କରିବା ପଛରେ କିଏ ସୁକିନ୍ଦାବାସୀ ଜାଣିଛନ୍ତି । ଦୁଇ ଦୁଇଥର ପୋଲିସ ଅଭିଯୋଗ ପାଇ ନିରବ ବସିବା ସହିତ ଜିଲ୍ଲାପାଳ ନିରବ ବସିବା ଚିନ୍ତାର ବିଷୟ ହୋଇଛି । ହିଂସାକାଣ୍ଡ ବଦଳରେ ଆମେ ଅହିଂସାକୁ ଗୁରୁତ୍ୱ ଦେଉଛୁ ।
୧ ତାରିଖ ପୂର୍ବରୁ ଯଦି ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ ନ କରେ ତେବେ ୧ ତାରିଖ ଦିନ ଶ୍ରମିକ ସଂଗଠନ ବନ୍ଦରେ ସାମିଲ ହୋଇ ଏହାର ତୀବ୍ର ପ୍ରତିବାଦ କରିବ ବୋଲି ଆଜି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ କର୍ମକର୍ତ୍ତାଙ୍କ ସହିତ ଶତାଧିକ ଶ୍ରମିକ ଯୋଗଦାନ କରି ବନ୍ଦକୁ ସଫଳ କରିବାକୁ ନିଷ୍ପତ୍ତି ନେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930