Indus Valley Times

ସୁପ୍ରିମୋଙ୍କୁ ଭେଟିବା ପରେ କଳିକେଶଙ୍କ ପ୍ରତିକ୍ରିୟା, କହିଲେ ୨୦୨୯ରେ ବି ନିର୍ବାଚନ ଲଢ଼ିବେ ନବୀନ

 Breaking News

ସୁପ୍ରିମୋଙ୍କୁ ଭେଟିବା ପରେ କଳିକେଶଙ୍କ ପ୍ରତିକ୍ରିୟା, କହିଲେ ୨୦୨୯ରେ ବି ନିର୍ବାଚନ ଲଢ଼ିବେ ନବୀନ

ସୁପ୍ରିମୋଙ୍କୁ ଭେଟିବା ପରେ କଳିକେଶଙ୍କ ପ୍ରତିକ୍ରିୟା, କହିଲେ ୨୦୨୯ରେ ବି ନିର୍ବାଚନ ଲଢ଼ିବେ ନବୀନ
January 31
19:31 2026

ଭୁବନେଶ୍ୱର, ୩୧/୧ : କଶିକେଶ ନାରାୟଣ ସିଂହଦେଓ ବିଜେଡ଼ିର ନୂତନ ହିତାଧିକାରୀ ହେବା ଉପରେ ଚର୍ଚ୍ଚା ଜୋର୍ ଧରିଛି । ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି କଳିକେଶ ଓ ନବୀନଙ୍କ ଭେଟଘାଟ । ନୂତନ ନେତୃତ୍ୱ ଚର୍ଚ୍ଚା ଉପରେ ନିଜେ କଳିକେଶ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।
କଳିକେଶ ଆଜି ନବୀନ ନିବାସ ଦଳର ସୁପ୍ରିମୋଙ୍କୁ ଭେଟିଛନ୍ତି । ଏହା ପରେ କଳିକେଶ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି ଭେଟିଲି ।
ଅନେକ କଥା ଆଲୋଚନା ହୋଇଛି ଅଲଗା କିଛି ନାହିଁ । ବଲାଙ୍ଗିର ଜିଲ୍ଲାରେ ସାଂଗଠନିକ ସ୍ଥିତି ଉପରେ ଆଲୋଚନା ହୋଇଛି । ବଲାଙ୍ଗିର ଜିଲ୍ଲାର ଚାଷୀଙ୍କ ସମସ୍ୟା ଓ ମହିଳା ସୁରକ୍ଷା ନେଇ ନବୀନ ବାବୁଙ୍କ ସହିତ ଆଲୋଚନା ହୋଇଛି । କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇନି ।
ସେହିପରି ନେତୃତ୍ୱ ପ୍ରଶ୍ନ କଳିକେଶ ବିରାମ ଲଗାଇ କହିଛନ୍ତି ଯେ ଆମ ଦଳରେ ଗୋଟିଏ ନେତୃତ୍ୱ ଅଛନ୍ତି । ପୂର୍ବରୁ ବିଜୁବାବୁଙ୍କ ନାଁରେ ଦଳ ଥିଲା । ପରବର୍ତ୍ତୀ ପର‌୍ୟ୍ୟାୟରେ ନବୀନ ବାବୁ ନେତା ହେଲେ, ସଭାପତି ହେଲେ ଏବଂ ମୁଖ୍ୟମନ୍ତ୍ରୀ ହେଲେ । ୨୪ ବର୍ଷ ଧରି ରାଜ୍ୟକୁ ସ୍ୱର୍ଣ୍ଣିମ ଅଧ୍ୟାୟ ଦେଇଛନ୍ତି ।
ବାପା ଏବଂ ମୁଁ ଚାରି ଥର ବିଧାୟକ ଏବଂ ସାଂସଦ ହେଲି । ସାଧାରଣ କର୍ମୀ ହିସାବରେ ଦଳ ଯାହା ଦାୟିତ୍ୱ ଦେବ ତାହା କରିବି । ଯେତେଦିନ ଯାଏଁ ନବୀନ ପଟ୍ଟନାୟକ ଅଛନ୍ତି ସେତେଦିନ ଯାଏ ଆଉ କୌଣସି ନେତୃତ୍ୱର ପ୍ରଶ୍ନ ଉଠୁନି ।
ଆମେ ସମସ୍ତେ ନବୀନ ବାବୁଙ୍କ ପଛ ପଟେ ଏକତ୍ରିତ ହୋଇ ରହିଛୁ । ରାଜ୍ୟର ଯାହା ପରିସ୍ଥିତି ଅଛି ନବୀନ ବାବୁ ମୁଖ୍ୟମନ୍ତ୍ରୀ ସୁଧୁରିବ । ତେଣୁ ଦ୍ୱିତୀୟ ନେତୃତ୍ୱର ପ୍ରଶ୍ନ ଉଠୁ ନାହିଁ ।
୨୦୨୯ରେ ମଧ୍ୟ ନବୀନ ପଟ୍ଟନାୟକ ଆଉ ଥରେ ନିର୍ବାଚନ ଲଢ଼ି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସମସ୍ତେ ସଂକଳ୍ପ ନେଇଛନ୍ତି । ୨୫ ବର୍ଷରେ ଯାହା ଦାୟିତ୍ୱ ମିଳିଛି ତାହାକୁ କରିଛି, ଆଗାମୀ ଦିନରେ ଯାହା ଦାୟିତ୍ୱ ମିଳିବ କରିବେ ବୋଲି ସଫେଇ ଦେଇଛନ୍ତି କଳିକେଶ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31