Indus Valley Times

ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ପ୍ରଦାନ

 Breaking News

ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ପ୍ରଦାନ

ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ପ୍ରଦାନ
March 09
21:49 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୯/୩ : ସ୍ଥାନୀୟ ଅଡିଟରିୟମ ହଲ,ଭୀମ ଭୋଇ ମେଡିକାଲ କଲେଜ ପରିସରରେ “ସୁଭଦ୍ରା ଯୋଜନା” ର ଦ୍ଵିତୀୟ କିସ୍ତି ହିତାଧିକାରୀ ମାନଙ୍କୁ ପ୍ରଦାନ କରିବା ନେଇ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇଶାଳୱର,ସମ୍ମାନନୀୟ ଅତିଥି ଡାଃ. ବିଜୟାନନ୍ଦ ସେଠୀ ଅତିରିକ୍ତ ଜିଲ୍ଲାପାଳ,CDMO ଡାଃ. ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁଷମା ମହାପାତ୍ର ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ।
ମହିଲା ମାନଙ୍କ ଆର୍ଥିକ ସ୍ତରରେ ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା ଏକ ମାଇଲ ଖୁଣ୍ଟ।ଏହି ପରିପ୍ରେକ୍ଷିରେ ଚଳିତ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ବିଶ୍ଵ ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାର ଏକ କୋଟି ରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଯୋଜନା ଅନ୍ତର୍ଗତ ଦ୍ଵିତୀୟ କିସ୍ତି ପ୍ରଦାନ କରିଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି,ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂହଦେଓ, ସମ୍ମାନନୀୟା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରାଭାତି ପରିଡା ତଥା ଅନ୍ୟାନ୍ୟ ମନ୍ତ୍ରୀଙ୍କ ଉପସ୍ଥିତି ରେ ଗଞ୍ଜାମ ରେ ଏହି କାର‌୍ୟ୍ୟକ୍ରମ ହୋଇଥିଲା ଓ ଏହାର ସିଧାପ୍ରସାରଣ ବଲାଙ୍ଗିର ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ସୁପରଭାଇଜର,ଅଙ୍ଗନୱାଡି କର୍ମୀ,ଅଙ୍ଗନୱାଡି ସହାୟିକା ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ସୁଭଦ୍ରା ହିତାଧିକାରୀ,ଏସ ଏଚ୍ ଜି ଗ୍ରୁପ, କିଶୋରୀ ବାଳିକା ଯୋଗଦାନ ଦେଇଥିଲେ।ସୁଭଦ୍ରା ଯୋଜନା ନାରୀ ମାନଙ୍କ ପାଇଁ ପ୍ରଗତି ପଥ ଦେଖାଉଛି ବୋଲି ମତ ଦେଇଥିଲେ।
ପରେ ପରେ ଜିଲା ପ୍ରଶାସନ ତରଫରୁ ଆନ୍ତର୍ଜାତିକ ବିଶ୍ଵ ମହିଳା ଦିବସ ପାଳନ କରଯାଇଥିଲା।ସମ୍ମାନୀୟ ଅତିଥି ଡାଃ. ବିଜୟା ନନ୍ଦ ସେଠୀ ମହିଳା ମାନଙ୍କୁ ଶିକ୍ଷା ଏବଂ ସଚେତନତା ଦ୍ଵାରା ସଶକ୍ତ ହେବାପାଇଁ ପରାମର୍ଶ ଦେଇଥିଲେ।
CDMO ଡାଃ. ରମେଶ ଚନ୍ଦ୍ର ସାହୁ ମହିଳା ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ତଥା ସରକାରଙ୍କ ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁଷମା ମହାପାତ୍ର ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ବାବଦରେ ଅବଗତ କରିବା ସଙ୍ଗେ ସଙ୍ଗେ ମହିଳା ମାନଙ୍କୁ ପ୍ରତିଟି କ୍ଷେତ୍ର ରେ ସଶକ୍ତ ହେବାପାଇଁ ପରାମର୍ଶ ଦେଇଥିଲେ।ପରେ ପରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଗଲପୁର,ଟିଟିଲାଗଡ,ପାଟଣାଗଡ,ବେଲପଡା,ଦେଓଗାଁ,ମହିଳା ସଶକ୍ତି କରଣ ପାଇଁ ନିଜ ନିଜର ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗୀତାରେ ଉତ୍ତିର୍ଣ ହୋଇଥିବା ଅଙ୍ଗନୱାଡି କର୍ମୀ,ଆଶା,ଏଏନଏମ,ସ୍କୁଲ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା।
ସ୍ଵକ୍ଷେତ୍ର ସର୍ବୋତ୍ତମ ପ୍ରତିପାଦିତ କରିଥିବାରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଆଗଲପୁର,ଟିଟିଲାଗଡ,ଦେଓଗାଁ ଙ୍କୁ ପୁରସ୍କୃତ କରଯାଇଥିଲା।
ସ୍ଵକ୍ଷେତ୍ର ସର୍ବୋତ୍ତମ ପ୍ରଦର୍ଶନ ପାଇଁ ମହିଳା ସୂପରଭାଇଯର ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲା। କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ପ୍ରୋଗ୍ରାମ ଅଫିସର ସୁଜାତା ଦୋରା ଏବଂ ଡ଼ି.ପି.ସି ଶିବାନୀ ଠାକୁର।ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ ଐଶ୍ଵର୍ଯ୍ୟା ଦାସ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930