Indus Valley Times

ସୁରକ୍ଷାକର୍ମୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ; ୩ ମୃତ, ୪୩ ଆହତ

 Breaking News

ସୁରକ୍ଷାକର୍ମୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ; ୩ ମୃତ, ୪୩ ଆହତ

February 18
22:46 2022

ପାପଡାହାଣ୍ଡି/ନବରଙ୍ଗପୁର,୧୮/୨: ରାଜ୍ୟରେ ଜାରିଥିବା ପଞ୍ଚାୟତ ନିର୍ବାଚନର ତୃତୀୟ ପର‌୍ୟ୍ୟାୟ ଭୋଟ ଗ୍ରହଣ ପାଇଁ ଯାଉଥିବା ସୁରକ୍ଷାକର୍ମୀଙ୍କ ବସ୍ ଶୁକ୍ରବାର ଦିନ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୪୩ ଜଣ ସୁରକ୍ଷାକର୍ମୀ ଆହତ ଓ ଗୁରୁତର ହୋଇଥିବା ସୂଚନା ରହିଛି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଆଜି ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୨ୟ ପର‌୍ୟ୍ୟାୟ ମତଦାନ ଶେଷ ହେବା ପରେ ଗ୍ରାମରକ୍ଷୀ ମାନେ ନବରଂଗପୁର ଆରଓ କାର‌୍ୟ୍ୟାଳୟରୁ କୋଷାଗୁମୁଡାକୁ ଯାଉଥିଲେ। ସେମାନେ କୋଷାଗୁମୁଡା ଅଞ୍ଚଳରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ୩ୟ ପର‌୍ୟ୍ୟାୟର ଭୋଟ ଗ୍ରହଣ ସମୟରେ ଡ୍ୟୁଟି କରିଥାନ୍ତେ। ପ୍ରାୟ ୪୦ ଜଣଙ୍କୁ ନେଇ ଏହି ବସ୍ଟି ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ଠାରୁ ବାହାରିଥିଲା। କିନ୍ତୁ ପାପଡ଼ାହାଣ୍ଡି ବ୍ଲକର ସୋରିଷପଦର ଗାଁ ନିକଟରେ ବସ୍ର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ତେବେ ସ୍ଥାନୀୟ ଲୋକଙ୍କର ସହାୟତରେ ପୁଲିସ ଆମ୍ବୁଲାନ୍ସ ଜରିଆରେ ସମସ୍ତ ଆହତ ଓ ଗୁରୁତରଙ୍କୁ ପାପାଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। କିନ୍ତୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମାନଙ୍କୁ ନବରଂଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପାପଡାହାଣ୍ଡି ଏସଡିପିଓ ଓ ଥାନାର ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି। ବସ ତଳେ କିଛି ବ୍ୟକ୍ତି ଚାପି ହୋଇ ରହିଥିବା ଅନୁମାନ କରାଯାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031