Indus Valley Times

ସୁଶାସନ ପ୍ରତ୍ୟେକ ଲୋକର ଅଧିକାର, ଆଉ ତାହା ଅଧିକାରୀଙ୍କ କର୍ତ୍ତବ୍ୟ

 Breaking News

ସୁଶାସନ ପ୍ରତ୍ୟେକ ଲୋକର ଅଧିକାର, ଆଉ ତାହା ଅଧିକାରୀଙ୍କ କର୍ତ୍ତବ୍ୟ

ସୁଶାସନ ପ୍ରତ୍ୟେକ ଲୋକର ଅଧିକାର, ଆଉ ତାହା ଅଧିକାରୀଙ୍କ କର୍ତ୍ତବ୍ୟ
July 17
18:07 2025

ଭୁବନେଶ୍ୱର, ୧୭/୭: ଭୁବନେଶ୍ୱରର ଲୋକ ସେବା ଭବନରେ କନଭେନସନ ସେଣ୍ଟରରେ ଦୁଇ ଦିନିଆ ଜାତୀୟ ଉତ୍ତମ ପ୍ରଶାସନିକ ଅଭ୍ୟାସ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ମିଳିତ ଭାବରେ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ସହଯୋଗପୂର୍ଣ୍ଣ, ପ୍ରଯୁକ୍ତିବିଦ୍ୟା-ସକ୍ଷମ ଶାସନ ପାଇଁ ସ୍ୱର ସ୍ଥାପନ କରିଥିଲେ।
ମୁଖ୍ୟମନ୍ତ୍ରୀ କାଗଜବିହୀନ ବଜେଟିଂରୁ ଡିଜିଟାଲ ଅଭିଯୋଗ ସମାଧାନ ବ୍ୟବସ୍ଥା ପର‌୍ୟ୍ୟନ୍ତ ପ୍ରଶାସନିକ ପରିବର୍ତ୍ତନରେ ଓଡ଼ିଶାର ପଦକ୍ଷେପ ଉପରେ କରିଛନ୍ତି ।
ଓଡ଼ିଶା ଗର୍ବର ସହିତ କେବଳ ଏକ ଆୟୋଜକ ଭାବରେ ନୁହେଁ ବରଂ ପ୍ରତିକ୍ରିୟାଶୀଳ ଏବଂ ସ୍ୱଚ୍ଛ ଶାସନ ଦିଗରେ ଭାରତର ଯାତ୍ରାରେ ଏକ ସକ୍ରିୟ ଅଂଶୀଦାର ଭାବରେ ଯୋଗଦାନ କରିବ । ଏହି ସମ୍ମିଳନୀ କେବଳ ଏକ କାର‌୍ୟ୍ୟକ୍ରମ ନୁହେଁ ବରଂ ଏହା ଭାରତୀୟ ଶାସନର ଭବିଷ୍ୟତକୁ ଗଢ଼ି ତୋଳିବାର ଏକ ସୁଯୋଗ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଶାସନ ସଂସ୍କାରରେ ଆଞ୍ଚଳିକ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉତ୍ତମ ଶାସନ ଅର୍ଥ ହେଉଛି ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଏକ ସୁଯୋଗରେ ପରିଣତ କରିବା । ବିଭିନ୍ନ ରାଜ୍ୟରେ ଏହି ସମ୍ମିଳନୀ ଆୟୋଜନ କରି, ଶାସନ ମଡେଲଗୁଡ଼ିକ ସ୍ଥାନୀୟ ଭାବରେ ପ୍ରାସଙ୍ଗିକ ଏବଂ ଜାତୀୟ ସ୍ତରରେ ସମନ୍ୱିତ କରିବାକୁ ଲକ୍ଷ୍ୟ ରଖିଛୁ ।
ଡିଏଆରପିଜି ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ମିଳିତ ଭାବରେ ଆୟୋଜିତ ଏହି ସମ୍ମିଳନୀରେ ଦେଶ ସାରାରୁ ୪୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି । ଏହା ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ । ଏଥିରେ ପାଞ୍ଚଟି ଅଧିବେଶନ ରହିବ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31