Indus Valley Times

ସେକ୍ସ ରାକେଟ୍ ଠାବ : ରାଣୀ ମହୁମାଛି ଫେରାର, ଜଣେ ବ୍ୟକ୍ତି ଗିରଫ

 Breaking News

ସେକ୍ସ ରାକେଟ୍ ଠାବ : ରାଣୀ ମହୁମାଛି ଫେରାର, ଜଣେ ବ୍ୟକ୍ତି ଗିରଫ

ସେକ୍ସ ରାକେଟ୍ ଠାବ : ରାଣୀ ମହୁମାଛି ଫେରାର, ଜଣେ ବ୍ୟକ୍ତି ଗିରଫ
April 09
11:42 2023

ଢେଙ୍କାନାଳ,୯/୪: ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ ସକ୍ରିୟ ଥିବା ବେଳେ ଶନିବାର ରାତିରେ ଟାଉନ ଥାନା ପୁଲିସ ସେଠାରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଯୁବତୀ ଦ୍ୱୟ ବାଲେଶ୍ଵର ଅଞ୍ଚଳର।
ଗତକାଲି ପୁଲିସର ଚଢ଼ାଉ ବେଳେ ସେଠାରେ ଥିବା ଗ୍ରାହକ ଖସି ପଳାଇଥିଲେ ବୋଲି ଜଣାପଡ଼ିଛି। ପୁଲିସ୍ ଗୋଟିଏ କାର ଜବତ କରିଛି।
ଗିରଫ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଅଞ୍ଚଳର। ସେକ୍ସ ରାକେଟ ଚଲାଇବା ଅଭିଯୋଗରେ ଦୁଇ ବର୍ଷ ତଳେ ବି ସେ ଗିରଫ ହୋଇଥିଲେ। ତାଙ୍କ ପତ୍ନୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା। ତେବେ ଜେଲ୍ରୁ ବାହାରିବା ପରେ ପୁଣି ସେମାନେ ସେକ୍ସ ରାକେଟକୁ ସକ୍ରିୟ କରି ଦେଇଥିଲେ।
ଏହି ସେକ୍ସ ରାକେଟରେ ଆଉ କୌଣସି ଲୋକଙ୍କର ସଂପୃକ୍ତି ରହିଛି ନା ନାହିଁ, ସେ ନେଇ ପୁଲିସ ଖୋଳତାଡ଼ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031