Indus Valley Times

ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

 Breaking News

ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

November 26
20:50 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୧୧: କୌଶଳଭିତ୍ତିକ ଶିକ୍ଷାପ୍ରଦାନ କ୍ଷେତ୍ରରେ ଦେଶରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଗୁରୁବାର ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ତଥା ମୁଖ୍ୟଅତିଥି ଅଷ୍ଟ୍ରେଲିଆର ହାଇକମିଶନର ବାରିଓ ଫାରେଲଙ୍କ ଉପସ୍ଥିତିରେ ନିଜର ନବମ ସମାବର୍ତ୍ତନ ଉତ୍ସବ ପାଳନ କରିଛି । .
ଆଜିର ଏହି ସମାବର୍ତ୍ତନ ଉତ୍ସବରେ ସର୍ବପ୍ରଥମେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ବିବରଣୀ ପ୍ରଦାନ ଅବସରରେ ପ୍ରଫେସର ପଟ୍ଟନାୟକ ମୁଖ୍ୟତଃ କହିଥିଲେ ଯେ , ବିଶ୍ବବିଦ୍ୟାଳୟ ନୂତନ ଜାତୀୟ ଶିକ୍ଷାନୀତିକୁ ଅନୁସରଣ କରି ଏହାର ଶିକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ ଛାତ୍ରାଭିମୁଖୀ କରିବା ଦିଗରେ ଯତ୍ନଶୀଳ ହୋଇଛି ଏବଂ ଏକ ସୁନ୍ଦର ଭବିଷ୍ୟତ ପାଇଁ ମିଳିତ ଜାତିସଂଘ ଦ୍ୱାରା ପ୍ରଣୀତ ଏସଡିଜି:ର ଲକ୍ଷ୍ୟ ପୂର୍ଣ୍ଣ କରିବା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛି ।
ଏହା ନିଜକୁ କେବଳ ଶିକ୍ଷାପ୍ରଦାନ କ୍ଷେତ୍ରରେ ସୀମିତ ରଖିନାହିଁ ବରଂ ଏହାଦ୍ୱାରା ସ୍ଥାପିତ ୨୧ ଟି ଗବେଷଣା କେନ୍ଦ୍ର ଦ୍ୱାରା ଗତ ଏକବର୍ଷ ମଧ୍ୟରେ ଏହାର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ଅନୁଷ୍ଠାନ ମାନଙ୍କ ସହିତ ସଂଯୁକ୍ତ ହୋଇ ଗବେଷଣା କରିବାକୁ ପ୍ରୋତ୍ସାହିତ କରିଛି । ବିଶ୍ବବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ ଓ ଗବେଷକମାନେ ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶିତ କରିବାରେ ବିଶେଷ ସଫଳତା ଲାଭ କରିଛନ୍ତି ଓ ବିଶ୍ବବିଦ୍ୟାଳୟ ୨୭ଟି ପ୍ୟାଟେଣ୍ଟ ଓ ୭ଟି କପିରାଇଟ ପାଇଁ ଆବେଦନ କରିଛି ।
ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ଏହା ସମ୍ପୂର୍ଣ ସଜାଗ ଓ ଯତ୍ନଶୀଳ ରହିଛି ତେଣୁ ଯୁବଗୋଷ୍ଠୀ ମଧ୍ୟରେ ଆତ୍ମନିର୍ଭରଶୀଳତାକୁ ବଢାଇବା ପାଇଁ ୨୫ଟି ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହିତ କୋଭିଡ ସମୟରେ କମ୍ୟୁନିଟି ଡାଇଗ୍ନୋଷ୍ଟିକ ସେଣ୍ଟର ସ୍ଥାପନ କରି କୋଭିଡ ଟୀକାକରଣ ପ୍ରକ୍ରିୟାକୁ ବ୍ୟାପକ କରିଛି ।
ମହାମହିମ ରାଜ୍ୟପାଳ ନିଜ ବକ୍ତବ୍ୟ ଉପସ୍ଥାପନ କରି ବିଶ୍ବବିଦ୍ୟାଳୟର କୌଶଳଭିତ୍ତିକ ଶିକ୍ଷାକୁ ଲୋକାଭିମୁଖୀ କରିବାର ପ୍ରୟାସ ତଥା ଏହାର ସାମାଜିକ ଦାୟୀତ୍ବବୋଧକୁ ନିର୍ବାହ କରିବା ନିମିତ୍ତ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହାସହିତ କରୋନା ମହାମାରୀ ଭଳି ଏକ ପ୍ରତିକୂଳ ସମୟରେ ସୁବ୍ୟବସ୍ଥିତ ଅନଲାଇନ ଶିକ୍ଷାବ୍ୟବସ୍ଥା ସହିତ ଉପଯୁକ୍ତ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ପ୍ରତିଶୃତି ବଦ୍ଧତାକୁ ପ୍ରଦର୍ଶିତ କରିଛି ବୋଲି ମତବ୍ୟକ୍ତ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇ ମହାମହିମ ରାଜ୍ୟପାଳ କହିଥିଲେ ଯେ ” ଜୀବନରେ ସଫଳତା କିମ୍ବା ବିଫଳତା ଜୀବନର ଏକ ଅଂଶମାତ୍ର । ସବୁଠୁ ବଡ଼ କଥା ହେଲା ଯେ , ଵିଵେକାନୁମୋଦିତ କାର‌୍ୟ୍ୟ କରିବା ଓ ସତ୍ୟନିଷ୍ଠ ରହିବା । ନ ବୁଝି ନ ବିଚାରି ଅନ୍ୟକୁ ଅନୁସରଣ ନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବା ପାଇଁ ପ୍ରୟାସ କରିବା ।
ସେହିପରି ଅଷ୍ଟ୍ରେଲିଆର ହାଇକମିଶନର ବାରିଓ ଫାରେଲ ନିଜ ବକ୍ତବ୍ୟରେ କହିଥିଲେ ଯେ , ସମୁଦାୟ ବିଶ୍ବପାଇଁ. ଭାରତ ସର୍ବଦା ଏକ ଜ୍ଞାନର ଉତ୍ସଭାବେ ରହିଆସିଛି ଏବଂ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଏହାର ନିଆରା ଶିକ୍ଷାଦାନ ପଦ୍ଧତି ଓ କୌଶଳଭିତ୍ତିକ ଶିକ୍ଷାକ୍ଷେତ୍ରରେ ଏହାର ଅବଦାନ ଦ୍ୱାରା ସେହି ଗରିମାକୁ ରୁଦ୍ଧିମନ୍ତ କରିଛି ।
ଏହା ଶିକ୍ଷାଦାନ ସହିତ ବିକାଶପାଇଁ ଯୋଗ୍ୟ ମାନବ ସମ୍ବଳ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ସେ କହିଥିଲେ ଯେ , ମୁଁ ମୋ ଜୀବନରେ ଅନେକ ଶିକ୍ଷାନୁଷ୍ଠାନ ଦେଖିଥିଲେ ମଧ୍ୟ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଅନନ୍ୟ ।
ଏହି ଉତ୍ସବରେ ୨୩ ଜଣ ଗବେଷକ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ହାସଲ କରିଥିଲା ବେଳେ ୧୫ ଜଣ ଛାତ୍ରଛାତ୍ରୀ ସ୍ଵର୍ଣ୍ଣପଦକ ଲାଭ କରିଛନ୍ତି । ବିଶ୍ୱବିଦ୍ୟାଳୟର ଡିନ ପ୍ରଫେସର ପ୍ରଶାନ୍ତ ମହାନ୍ତି ସଫଳତାର ସହିତ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ କର୍ତ୍ତବ୍ୟନିଷ୍ଠା ଓ ମୂଲ୍ୟବୋଧ ସମ୍ପର୍କିତ ଶପଥପାଠ କରାଇଥିଲେ ।
ଆଜିର ଏହି ସମାବର୍ତ୍ତନ ଉତ୍ସବରେ ବିଶ୍ବବିଦ୍ୟାଳୟର ସଭାପତି
ପ୍ରଫେସର ମୁକ୍ତିକାନ୍ତ ମିଶ୍ର , ଉପସଭାପତି ପ୍ରଫେସର ଡି:ଏନ: ରାଓ , ରେଜିଷ୍ଟ୍ରାର ପ୍ରଫେସର ଅନୀତା ପାତ୍ର ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଗଣ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031