Indus Valley Times

ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲରେ ସ୍କାଉଟ ଗାଇଡ ପ୍ରତିଷ୍ଠା ଦିବସ

 Breaking News

ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲରେ ସ୍କାଉଟ ଗାଇଡ ପ୍ରତିଷ୍ଠା ଦିବସ

November 08
10:29 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୮/୧୧: ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧ ପରିସରରେ ଆଜି ସ୍କାଉଟ ଗାଇଡ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସ୍କାଉଟ ଗାଇଡ କମିଶନର ଗେନ୍ଦ୍ରା କୁଜୁର ଯୋଗଦେଇଥିବାବେଳେ ଅତିଥିଭାବେ ସ୍କୁଲ ଚେୟାରମେନ ଯୁଗଳ କିଶୋର ସାମଲ ଓ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି ଯୋଗଦେଇଥିଲେ ।
ପ୍ରଥମେ ଅତିଥିମାନଙ୍କୁ ସ୍କାଉଟ ଗାଇଡ କ୍ୟାଡେଟ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ସ୍ୱାଗତ କରାଯାଇ ସ୍କାଉଟ ଗାଇଡ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା ଗାନ କରାଯିବାସହ ବିଦ୍ୟାଳୟର ଗାଇଡମାନେ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ଜାଭିୟର୍ସ ସ୍କୁଲର ଛାତ୍ରୀ ପ୍ରଥାପ୍ରଣିତା ବଗର୍ତ୍ତୀ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ସ୍ୱୟଂ ସୂର୍ଯ୍ୟମ ଶାସିନୀ ଦ୍ୱିତୀୟ ଓ ମାଉଲସିଙ୍ଗା ଜେବି ହାଇସ୍କୁଲର ଛାତ୍ର ମିଲନ ମେହେର ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।
ସ୍କାଉଟ ଗାଇଡ ଜିଲ୍ଲା ସଂପାଦକ ଆନନ୍ଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ସ୍କାଉଟ ଗାଇଡ ଟ୍ରେନିଂ କମିଶନର ସୁଧୀର କୁମାର ଭୋଇ, ସ୍କାଉଟ ମାଷ୍ଟର ତପନ କୁମାର ନାୟକ, ଦେବାଶିଷ ସାହୁ, ଗାଇଡ କ୍ୟାପଟେନ ଶ୍ରୀମତୀ ଚନ୍ଦ୍ରମା ଯୋଶୀ, ଗାୟତ୍ରୀ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ଶ୍ରୀମତୀ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଜିଲ୍ଲାରେ ଭିତି ଭୂମିର ଅଭାବ ଯୋଗୁଁ ବିଦ୍ୟାଳୟ ଗୁଡିକରେ ପଡି ରହିଛି ହକି ଉପକରଣ:ପ୍ରତ୍ସାହନ ଅଭାବରୁ ଆଗକୁ ବଢି ପାରୁନାହାନ୍ତି ଖେଳାଳୀ
ବୌଦ୍ଧ, ୮/୧୧: ଯେ କୌଣସି କ୍ରୀଡାର ବିକାଶ ପାଇଁ ଭିତିଭୂମିର ବିକାଶ ଆବଶ୍ୟକ ହୋଇଥାଏ । ଯଦି ଭିତିଭୂମିର ବିକାଶ ନାହିଁ । ତାହାହେଲେ ସେ କ୍ରୀଡାର ବିକାଶ ହେବା କଷ୍ଟକର ହୋଇପଡିଥାଏ । କ୍ରିଡାର ବିକାଶ ପାଇଁ ଭିତିଭୂମିର ବିକାଶ ଆବଶ୍ୟକତା ରହିଛି ।
ଯାହାଦ୍ୱାରା ଉକ୍ତ କ୍ରୀଡାର ବିକାଶ ହୋଇପାରିବ ନ ହେଲେ ବୌଦ୍ଧ ଭଳି ଜିଲ୍ଲାରେ ହକିର ବିକାଶ ପାଇଁ କିଣା ଯାଇଥିବା ହକି ଉପକରଣ ଭିତିଭୂମିର ଅଭାବ ଯୋଗୁଁ ଏବେ ବନ୍ଧା ହୋଇ ବିଦ୍ୟାଳୟର ଗୋଟିଏ କୋଣରେ ପଡିରହିଛି । ବୌଦ୍ଧଜିଲ୍ଲାରେ ହକି ଖେଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶର ବିଦ୍ୟାଳୟର ପାଣ୍ଠିରୁ ୨୦୨୨ ମସିହାରେ ହକି ଉପକରଣ କିଣାଯାଇ ତାହାକୁ ଜିଲ୍ଲାର ୭୭ଟି ବିଦ୍ୟାଳୟରେ ବିତରଣ କରାଯାଇଥିଲା ।
ହେଲେ ବର୍ତ୍ତମାନ ବିଦ୍ୟାଳୟ ଗୁଡିକରେ ଖେଳତ ଦୂରର କଥା ଉପକରଣ ଗୁଡିକ ଡୋରିବନ୍ଧା ହୋଇ ବିଦ୍ୟାଳୟର ଏକ କଣରେ ପଡିରହିଥିବାର ଅଭିଯୋଗ ହେଉଛି । ହାତ ଗଣତି କେତେକ ବିଦ୍ୟାଳୟରେ ଖେଳ ଆରମ୍ଭ ହୋଇଥିବା ବେଳେ ପ୍ରାୟ ସମସ୍ତ ବିଦ୍ୟାଳୟ ଗୁଡଡିକରେ ଉପକରଣ ବନ୍ଧା ହୋଇ ରହିଛି । ସେପଟେ ଏହି ଉପକରଣ କିଣାରେ ବ୍ୟାପକ ଭାବରେ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି ।
ଏବଂ କିଣା ଯାଇଥିବା ସାମଗ୍ରୀ ସବୁ ନିମ୍ନମାନର ହୋଇଥିବା ଶିକ୍ଷକ ମହଲରେ ଆଲୋଚନା ହେଉଛି । ଯେହେତୁ ପ୍ରଶାସନର ନିର୍ଦ୍ଦେଶରେ ଉପକରଣ ମାନ କିଣାଯାଇଛି ତେଣୁ ଶିକ୍ଷକମାନେ ମୁହଁ ଖୋଲିବାକୁ ନାରାଜ ହେଉଛନ୍ତି । ହକି ଉପକରଣ କିଣାକୁ ନେଇ ଶିକ୍ଷକ ମହଲରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ଜିଲ୍ଲାରେ ହକି ପାଇଁ ତ ଉପକରଣ ସବୁ କିଣାଗଲା ହେଲେ କିପରି ଖେଳାଯିବ ତାହାର ଭିତିଭୂମି ଉପରେ ପ୍ରଶାସନ ଦୃଷ୍ଟି ଦେଲା ନାହିଁ । ଜିଲ୍ଲାର ଅନେକ ବିଦ୍ୟାଳୟରେ ପଡିଆର ଅଭାବ ରହିଛି । ଏବଂ ଯେଉଁ ବିଦ୍ୟାଳୟ ଗୁଡିକରେ ପଡିଆ ଅଛି ତାହା ହକି ଖେଳ ଉପଯୋଗୀ ନୁହେଁ ।
ଏପରି ସ୍ଥଳେ ଜିଲ୍ଲାର ଯେଉଁ କେତଟି ବିଦ୍ୟାଳୟରେ ହକି ଖେଳ ଖେଳାଯାଉଛି । ସେହି ବିଦ୍ୟାଳୟର ଛାତ୍ରମାନେ ଗତ ବର୍ଷ ଜିଲ୍ଲାରୁ ରାଜ୍ୟସ୍ତୟରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଉତ୍ତମ ଖେଳ ପ୍ରଦର୍ଶନ କରିଛନ୍ତି । ହକି ଖେଳାଳୀଙ୍କୁ ପ୍ରୋତ୍ସାହନର ଅଭାବ ଦେଖିବାକୁ ମିଳୁଛି ।
ଯଦି ଖେଳାଳିମାନଙ୍କ ପ୍ରଶିକ୍ଷଣ ପାଇଁ ଉତ୍ତମ ପ୍ରଶିକ୍ଷକ ଯୋଗାଇ ଦେବା ସହିତ ପଡିଆ ଗୁଡିକୁ ଖେଳ ଉପଯୋଗୀ କରାଯାଇ ପାରନ୍ତା ଏବଂ ଛାତ୍ରମାନଙ୍କୁ ପ୍ରତ୍ସାହନ ଯୋଗାଇ ଦିଆଗଲେ ଜିଲ୍ଲାରୁ ଆଗକୁ ବହୁ ହକି ଖେଳାଳି ବାହାରି ପାରନ୍ତେ ବୋଲି କ୍ରୀଡାବିତଙ୍କ ମହଲ ମତ ପ୍ରକାଶ ପାଉଛି । ଜିଲ୍ଲାରେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଦ୍ୟାଳୟ ଗୁଡିକରେ ଥିବା ପଡିଆର ବିକାଶ ପାଇଁ ଯଦି ପ୍ରଶାସନ ଆଗେଇ ଆସନ୍ତା ତାହାହେଲେ ପଡିଆର ସମସ୍ୟା ହୁଅନ୍ତା ନାହିଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031