Legatus

ସେପ୍ଟେମ୍ବର ୧୬ ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 Breaking News

ସେପ୍ଟେମ୍ବର ୧୬ ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

September 15
19:28 2023

କଟକ,୧୫/୯ : ନେତାଜୀ ବସ ଟର୍ମିନାଲ ଆସନ୍ତାକାଲି (ଶନିବାର) ଉଦଘାଟିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍ଷ୍ଟାଣ୍ଡକୁ ଆସନ୍ତାକାଲି ଅପରାହ୍ନ ସାଢେ ଚାରିଟା ସମୟରେ କଟକ ଆସି ଉଦଘାଟନ କରିବେ।
ଏଥି ପାଇଁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। କଟକ ସନସାଇନ ପଡିଆ ଠାରେ ହେଲିପ୍ୟାଡ଼ ବ୍ୟବସ୍ଥା କରାଯାଇଥିବା ସହ ହେଲିପ୍ୟାଡ଼ ରୁଟ ଲାଇନଲିଙ୍ଗ ଏବଂ ସଭାସ୍ଥଳ ନିକଟରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଆଜି କାରକେଡ଼ ଅଭ୍ୟାସ କରାଯାଛି। ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ୧୦୦ ପୁଲିସ ଅଧିକାରୀ ମୁତୟନ ରହିବେ।
ଉଦଘାଟନୀ ଭିଡ଼ ନିୟନ୍ତ୍ରଣ ନେଇ ଟ୍ରାଫିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଇଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31