Indus Valley Times

ସେବା ପକ୍ଷ ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଯୁବ ଓ କ୍ରୀଡ଼ା ବିଭାଗ ଦ୍ଵାରା ଏକ ଜିଲ୍ଲା ସ୍ତରୀୟ ମାରାଥନ୍ ଗଣ ଦୌଡ଼ ଆୟୋଜିତ

 Breaking News

ସେବା ପକ୍ଷ ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଯୁବ ଓ କ୍ରୀଡ଼ା ବିଭାଗ ଦ୍ଵାରା ଏକ ଜିଲ୍ଲା ସ୍ତରୀୟ ମାରାଥନ୍ ଗଣ ଦୌଡ଼ ଆୟୋଜିତ

September 22
20:26 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୨୨/୯ : ସେବା ପକ୍ଷ ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଯୁବ ଓ କ୍ରୀଡ଼ା ବିଭାଗ ଦ୍ଵାରା ଏକ ଜିଲ୍ଲା ସ୍ତରୀୟ ମାରାଥନ୍ ଗଣ ଦୌଡ଼ ଆୟୋଜିତ ହୋଇଯାଇଛି।
ଏଥିରେ ୫ମ ଆଇ.ଆର.ବି. ଏ ନ୍, ରିଜର୍ଭ ପୋଲିସ, ପୋଲିସ ବାହିନୀ, ଏଏନ୍ଏମ୍ ସେଣ୍ଟର, ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ, ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, କ୍ରୀଡ଼ା ସଂଘ ତଥା ସରକାରୀ କାର୍ଯ୍ୟାଳୟ ରୁ ୫୦୦ ରୁ ଅଧିକ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟାକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୌଦ୍ଧ ଯୁଗଳ କିଶୋର ବିଶ୍ୱାଳ, ତହସିଲଦାର, ବୌଦ୍ଧ ଅନିତା କୁମାରୀ ସାହୁ ଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ। କନ୍ଧମାଳ ସାଂସଦ ଜ଼ିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ ଉପସ୍ଥିତ ଥିଲେ।
କ୍ରୀଡ଼ା ଅଧିକାରୀ ସୁଦାମ କୁମାର ସ୍ଵାଇଁ ଓ ସହାୟକ ଲୋକନାଥ ମେହେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ମାରାଥନ୍ ବହୁ ଆଡମ୍ବର ସହିତ ସମ୍ପାଦିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣକାରୀ ଙ୍କୁ ଟି ସାର୍ଟ ସହ ଜଳପାନ ଯୋଗାଇ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031