Indus Valley Times

ସୈତାନୀ ପୁଅ, ଭୁଲିଗଲା ସଂପର୍କ : ମାଡ ମାରି ନେଇଗଲା ବାପାଙ୍କ ଜୀବନ

 Breaking News

ସୈତାନୀ ପୁଅ, ଭୁଲିଗଲା ସଂପର୍କ : ମାଡ ମାରି ନେଇଗଲା ବାପାଙ୍କ ଜୀବନ

ସୈତାନୀ ପୁଅ, ଭୁଲିଗଲା ସଂପର୍କ : ମାଡ ମାରି ନେଇଗଲା ବାପାଙ୍କ ଜୀବନ
February 27
11:39 2024

ସମ୍ବଲପୁର, ୨୭/୨: ସମ୍ବଲପୁର ସଦର ଥାନା ଘେନୁପାଲି ଗାଁରେ ବୃଦ୍ଧ ବାପକୁ ହତ୍ୟା କଲା ସୈତାନ ପୁଅ।
ବାପାକୁ ହତ୍ୟା କରି ଫେରାର ମାରିଲା ପୁଅ। ବାପକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ମାରିଥିଲା। ମୃତକଙ୍କ ନାଁ ଲିଙ୍ଗରାଜ କୁମୁରା ହୋଇଥିବାବେଳେ ଅଭିଯୁକ୍ତ ପୁଅ ହେଉଛନ୍ତି ଅମୂଲ୍ୟ କୁମୁରା।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ କୌଣସି କାରଣକୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ପୁଅ ଉତ୍ତ୍ୟକ୍ତ ହୋଇ ବାପାକୁ ପ୍ରବଳ ମାଡ଼ ମାରିଥିଲା। ଏଥିରେ ବାପା ଲିଙ୍ଗରାଜ ଅଚେତ ହେବାରୁ ପୁଅ ଫେରାର ମାରିଥିଲା।
ତେବେ ସ୍ଥାନୀୟ ଲୋକେ ବାପକୁ ହସ୍ପିଟାଲ ପଠାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାବେଳେ ହତ୍ୟାର କାରଣ ଜଣାପଡିନାହିଁ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031