Indus Valley Times

ସୋନପୁର : ଶାଢ଼ୀରେ ଯୋଗ ଓ ଭିନ୍ନ ଭିନ୍ନ ଭାଷାରେ ସଚେତନତାର ବାର୍ତ୍ତା

 Breaking News

ସୋନପୁର : ଶାଢ଼ୀରେ ଯୋଗ ଓ ଭିନ୍ନ ଭିନ୍ନ ଭାଷାରେ ସଚେତନତାର ବାର୍ତ୍ତା

ସୋନପୁର : ଶାଢ଼ୀରେ ଯୋଗ ଓ ଭିନ୍ନ ଭିନ୍ନ ଭାଷାରେ ସଚେତନତାର ବାର୍ତ୍ତା
June 21
21:01 2022

ସୋନପୁର,୨୧/୬: ଶାଢ଼ୀରେ ଦିଆଯାଇଛି ଯୋଗ ସଚେତନତାର ବାର୍ତ୍ତା। ଶାଢ଼ୀ ଖୋଲିଦେଲେ କେଉଁଠି ଯୋଗର ଭିନ୍ନ ଭିନ୍ନ ମୁଦ୍ରା ତ କେଉଁଠି ରହିଛି ଭିନ୍ନ ଭିନ୍ନ ଭାଷାରେ ଲେଖା ହୋଇଥିବା ବାର୍ତ୍ତା।
ଶାଢ଼ୀ ମାଧ୍ୟମରେ ଏପରି ଯୋଗ ସଚେତନତା ବାର୍ତ୍ତା ଦେଇଥିବା ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧଶିଳ୍ପୀ ତ୍ରିପୁରାରୀ ମେହେରଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା। ପ୍ରତିବର୍ଷ ଯୋଗ ଦିବସ ପାଖେଇ ଆସିଲେ ମନେ ପଡ଼ନ୍ତି ତ୍ରିପୁରାରୀ ମେହେର।
ଯୋଗ ସଚେତନତା ବାର୍ତ୍ତା ଦେଇ ପ୍ରାୟ ୭ ବର୍ଷ ପୂର୍ବେ ପୁରସ୍କୃତ ହୋଇଥିବା ତ୍ରିପୁରାରୀ ମେହେରଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀ ଦେଖିବାକୁ ବିଭିନ୍ନ ସମୟରେ ଭିଡ଼ ଜମୁଥିବା ବେଳେ ଯୋଗ ଦିବସ ଆସିଲେ କିନ୍ତୁ କଥା ନିଆରା।
ପ୍ରତିବର୍ଷ ଯୋଗ ଦିବସ ଆସିଲେ ଏହି ଶାଢ଼ୀ ଦେଖିବାକୁ ଭିଡ଼ ଜମୁଥିବା ବେଳେ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହୁଏ।
ଫିଟ୍ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ। ଆଜିକାଲି ଦୁନିଆରେ ଅନେକ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତି ଯୋଗରୁ ହିଁ ନିଜ ଦିନ ଆରମ୍ଭ କରୁଛନ୍ତି।
ଦିନକୁ ଦିନ ଅଧିକ ସଂଖ୍ୟକ ଲୋକଙ୍କୁ ଯୋଗ ପ୍ରତି ଆକୃଷ୍ଟ କରିବାକୁ ବାନ୍ଧଶିଳ୍ପୀ ତ୍ରିପୁରାରୀ ମେହେର ପ୍ରାୟ ୭ ବର୍ଷ ତଳେ ଉଠାଇଥିଲେ ନିଆରା ପଦକ୍ଷେପ। ଏଥିନିମନ୍ତେ ଆଜି ବି ତାଙ୍କୁ ଖୁବ୍ ପ୍ରଶଂସା ମିଳୁଛି।
୩ ମାସ ପରିଶ୍ରମ କରି ତ୍ରିପୁରାରୀ ମେହେର ପ୍ରସ୍ତୁତ କରିଥିଲେ ଏକ ସୁନ୍ଦର ପାଟ ଶାଢ଼ୀ। ଯେଉଁ ଶାଢ଼ୀରେ ୧୨ ପ୍ରକାରର ଯୋଗମୁଦ୍ରା ରହିଥିବାବେଳେ ୧୦ଟି ଭାଷାରେ ‘ଯୋଗ ହିଁ ଜୀବନ’ ବୋଲି ଲେଖା ରହିଛି।
ତାଙ୍କର ଏହି ବାନ୍ଧକଳା ପାଇଁ ତାଙ୍କୁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୨୦୧୫-୧୬ରେ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଜ୍ୟ ହସ୍ତତନ୍ତ ଡିଜାଇନର ପ୍ରଥମ ପୁରସ୍କାର ପାଇଥିଲେ ବାନ୍ଧ ଶିଳ୍ପୀ ତ୍ରିପୁରାରୀ ମେହେର।
ଏହି ଶାଢ଼ୀକୁ ସାଇତି ରଖିଥିବା ତ୍ରିପୁରାରୀ ମେହେରଙ୍କ ପରିବାର ପ୍ରତିବର୍ଷ ଯୋଗ ଦିବସ ଆସିଲେ ଏହାକୁ ଦେଖି ବେଶ୍ ଗର୍ବିତ ଅନୁଭବ କରିଥାନ୍ତି।
ଏନେଇ ତ୍ରିପୁରାରୀ ମେହେର କହିଛନ୍ତି, ଆଜିକାଲି ଛୁଆଠୁ ବଡ଼ ସମସ୍ତଙ୍କ ପାଇଁ ଯୋଗ ଆବଶ୍ୟକ ହେଲାଣି। ତେଣୁ ଯୋଗ ଦୈନଦିନ ଜୀବନରେ ଅପରିହାର‌୍ୟ୍ୟ ହୋଇ ପଡ଼ିଲାଣି। ବାନ୍ଧ ବାନ୍ଧି ଶାଢ଼ୀ ତିଆରି କରିବୁ ବୋଲି ଭାବିଲୁ।
ତେଣୁ ପ୍ରାୟ ୭ ବର୍ଷ ପୂର୍ବେ ଏପରି ଏକ ଶାଢ଼ୀ ତିଆରି କରିଥିଲୁ। ଲାଲ ଓ କଳା ରଙ୍ଗର ଉକ୍ତ ଶାଢ଼ୀ ଦେଖିଲେ ଯେ କେହି ଘଡ଼ିଏ ଅଟକିଯିବ। ଉକ୍ତ ଶାଢ଼ୀରେ ୧୦ଟି ଭାଷାରେ ‘ଯୋଗ ହିଁ ଜୀବନ’ ଲେଖାଅଛି। ୧୨ଟି ଯୋଗାସନ ଅଛି। ଶାଢ଼ୀର ଆଞ୍ଚଲରେ ଯୋଗାସନ ଥିବାବେଳେ ଶାଢ଼ୀସାରା ସଚେତନତା ବାର୍ତ୍ତା ସହ ଯୋଗାସନ ବି ରହିଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930