Indus Valley Times

ସ୍ଥାପନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଜୁଳି ସେବା

 Breaking News

ସ୍ଥାପନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଜୁଳି ସେବା

ସ୍ଥାପନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଜୁଳି ସେବା
September 12
10:27 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୧୨/୯ : ଏଣିକି ବିଦ୍ୟୁତ୍ ସମସ୍ୟାରୁ ଉପଭୋକ୍ତାଙ୍କୁ ମିଳିବ ମୁକ୍ତି। ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି।
ଟିପିଏନଓଡିଏଲ ପକ୍ଷରୁ ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଆବଶ୍ୟକତାକୁ ଭିତ୍ତି କରି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ଶାଳଣିଆ ବଜାରରେ ଥିବା ୬୩ କେଭିଏ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ୧୦୦ କେଭିରେ ପରିବର୍ତ୍ତନ କରାଯାଇଥିବାବେଳେ ଯୋଡ଼ା ବ୍ଲକର ପଦମପୁର ମେଡିକାଲକୁ ସଂଯୋଗ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ୧୦୦ କେଭିରେ ପରିବର୍ତ୍ତନ କରାଯାଇଛି।
ଅନୁରୂପ ଭାବେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଡିଭିଜନ ଅନ୍ତର୍ଗତ ଦେହୁର୍ଦା ସେକ୍ସନର ଚକସଡାରେ ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଥିବାବେଳେ ଚନ୍ଦନେଶ୍ବରରେ ୬୩ କେଭି ବିଦ୍ୟୁତ ଟ୍ରାଂସଫରମର କ୍ଷମତାକୁ ୧୦୦ କେଭିକୁ ବୃଦ୍ଧି କରାଯାଇଛି।
ସେହିପରି ବାଲେଶ୍ଵର ଜିଲ୍ଲା ସୁତେଇ ବଡଗାଁରେ ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି, ଭଦ୍ରକ ଜିଲ୍ଲା ତହସିଲ ସେକ୍ସନରେ ଦୁଇଟି ୧୦୦ କେଭିଏ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ୨୫୦ କେଭିରେ ପରିବର୍ତ୍ତନ ଓ ଯାଜପୁର ଜିଲ୍ଲା ପାଣିକୋଇଲି ସେକ୍ସନ ବାଗରିଆ ଗାଁରେ ଥିବା ୧୦୦ କେଭିଏ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ୨୫୦ କେଭିରେ ପରିବର୍ତ୍ତନ କରାଯାଇଛି।
ଏଣିକି ଏହି ଟ୍ରାନ୍ସଫର୍ମରଗୂଡ଼ିକ ଅଧିକ କ୍ଷମତାସମ୍ପର୍ଣ୍ଣ ହେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଲୋ-ଭୋଲ୍ଟେଜ ସମସ୍ୟା ଦୂର କରିବାରେ ସକ୍ଷମ ହେବ। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା ମଧ୍ୟ ଦୂର ହେବ। ଖାଲି ସେତିକି ନୁହଁ, ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ ପକ୍ଷରୁ ପୂର୍ବରୁ ଥିବା ପୁରୁଣା ବାଡ଼କୁ ପରିବର୍ତ୍ତନ କରାଯାଇ ନୂତନ ପାଚେରୀ ନିର୍ମାଣ କରାଯାଇଛି।
ଅନେକ ଅଞ୍ଚଳରେ ଟ୍ରାନ୍ସଫର୍ମରଗୁଡ଼ିକୁ ଯାଞ୍ଚ କରାଯିବା ସହ ଆବଶ୍ୟକୀୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଟିପିଏନଓଡିଏଲ ସର୍ବଦା ପ୍ରୟାସରତ ଥିବାବେଳେ ବିଗତ କିଛି ଦିନ ମଧ୍ୟରେ ଭିତ୍ତିଭୂମିଗୁଡିକରେ ଅନେକ ପରିବର୍ତ୍ତନ କରାଯାଇଛି। ଟିପିଏନଓଡିଏଲ ପକ୍ଷରୁ ବିଦ୍ୟୁତ ସେବା ବିତରଣ ଜିଲ୍ଲାଗୁଡିକରେ ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରୁଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031