Indus Valley Times

‘ସ୍ପାଇସ ଜେଟ୍’ :ଝାରସୁଗୁଡ଼ାରୁ ଚେନ୍ନାଇ ବିମାନ ସେବା ଆରମ୍ଭ କରିବ

 Breaking News

‘ସ୍ପାଇସ ଜେଟ୍’ :ଝାରସୁଗୁଡ଼ାରୁ ଚେନ୍ନାଇ ବିମାନ ସେବା ଆରମ୍ଭ କରିବ

‘ସ୍ପାଇସ ଜେଟ୍’ :ଝାରସୁଗୁଡ଼ାରୁ ଚେନ୍ନାଇ ବିମାନ ସେବା ଆରମ୍ଭ କରିବ
March 13
20:06 2021

ନୂଆଦିଲ୍ଲୀ, ୧୩/୩ : ଘରୋଇ ବିମାନସେବା କମ୍ପାନି ସ୍ପାଇସ ଜେଟ୍ ଆସନ୍ତା ମାର୍ଚ୍ଚ ୨୮ରୁ ପ୍ରାୟ ୬୬ଟି ନୂଆ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ । ଏସବୁ ନୂଆ ଫ୍ଲାଇଟ୍ ଓଡ଼ିଶାର କେତେକ ରୁଟ, ଦରଭଙ୍ଗା, କୋଲକତା ଓ ମଧ୍ୟପ୍ରଦେଶର କେତେକ ରୁଟରେ ଚଳାଚଳ କରିବ । ଓଡ଼ିଶାର ଝାରସୁଗୁଡ଼ାରୁ ଚେନ୍ନାଇକୁ ସ୍ପାଇସଜେଟ ବିମାନସେବା ଆରମ୍ଭ କରିବ।
ମିଳିଥିବା ସୂଚନା ଅନୁସାରେ ଏସବୁ ନୂଆ ବିମାନ ଚଳାଚଳ ପାଇଁ କମ୍ପାନି ବୋଇଂ୭୩୭ ଓ ବୋମ୍ବାଡିଆର କ୍ୟୁ୪୦୦ ବିମାନର ବ୍ୟବହାର କରିବ । କମ୍ପାନିର ଯୋଜନା ଅନୁସାରେ କେତେକ ପୁରୁଣା ରୁଟ ଓ କେତେକ ନୂଆ ରୁଟରେ ଏସବୁ ବିମାନ ଚଳାଚଳ କରିବ ।
ଚଳିତ ଗ୍ରୀଷ୍ଣଋତୁରେ କମ୍ପାନି ୬୬ଟି ନୂଆ ଫ୍ଲାଇଟ ଚଳାଚଳ ଆରମ୍ଭ କରି ଆମର ବିମାନସେବା ନେଟଓ୍ବର୍କକୁ ଆହୁରି ସଂପ୍ରସାରିତ କରିବ ବୋଲି କହିଛନ୍ତି କମ୍ପାନିର ଚିଫ ଅପରେଟିଂ ଅଫିସର ଶିଳ୍ପା ଭାଟିଆ ।
ଇତିମଧ୍ୟରେ କମ୍ପାନି ପକ୍ଷରୁ ଓଡ଼ିଶାର ଝାରସୁଗୁଡ଼ାରୁ କେତେକ ରୁଟରେ ବିମାନ ଚଳାଚଳ ଜାରି ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକତାକୁ ବିମାନଚଳାଚଳ । ଖୁବଶୀଘ୍ର ଝାରସୁଗୁଡ଼ାରୁ ଚେନ୍ନାଇକୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ।
-ସମ୍ବାଦ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031