Indus Valley Times

ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦ ଶ୍ରାଦ୍ଧ ବାର୍ଷିକୀ ପାଳିତ

 Breaking News

ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦ ଶ୍ରାଦ୍ଧ ବାର୍ଷିକୀ ପାଳିତ

ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦ ଶ୍ରାଦ୍ଧ ବାର୍ଷିକୀ ପାଳିତ
April 22
19:56 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ

ଖୋର୍ଦ୍ଧା,୨୨/୪: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପ୍ରାକ୍ତନ ରାଜ୍ୟପାଳ ୰ଜାନକୀ ବଲ୍ଳଭ ପଟ୍ଟନାୟକଙ୍କର ୧୦ ଶ୍ରାଦ୍ଧବାର୍ଷିକୀ ସୋମବାର ଜାନକୀ ବଲ୍ଲଭ ସ୍କୃତି କମିଟି ତରଫରୁ ଖୋର୍ଦ୍ଧାସ୍ଥିତ ଜାନକୀବଲ୍ଲଭ ଉଦ୍ୟାନ ପରିସରରେ ପାଳିତ ହୋଇଯାଇଛି । ଜାନକୀ ବଲଭ ସ୍ମୃତି କମିଟି ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ୱରେ ଆୟୋଜିତ ସଭାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ମୁଖ୍ୟଅତିଥି, ପୂର୍ବତନ କଟକ-ବାଟବାଟୀ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ଜାନକୀ ବଲ୍ଲଭଙ୍କ ସୁପୁତ୍ର ପୃଥିବଲ୍ଲଭ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଏଥି ସହିତ ଖୋର୍ଦ୍ଧାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବ୍ୟବସାୟୀ, ବୁଦ୍ଧିଜିବୀ, ଆଇନଜୀବୀ , ସାମ୍ବାଦିକ ପ୍ରମୁଖ ସାମିଲ ହୋଇ ଉଦ୍ୟାନ ପରିସରରେ ଥିବା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣ ବୟାସ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ କରିଥିଲେ ।
ଆୟୋଜିତ ସ୍ମୃତିଚାରଣ ସଭାରେ ପୂର୍ବତନ ବିଧାୟକ ରାଉତରାୟ କହିଲେ ଯେ, ଜାନକୀ ବଲ୍ଲଭ ଜଣେ ଦୂରଦୃଷ୍ଟି ସମ୍ପର୍ଣ୍ଣ ରାଜନୀତିଜ୍ଞ ଥିଲେ ।
ଶିଳ୍ପ, କ୍ରୀଡା, ସଂସ୍କୃତି ତଥା ଓଡ଼ିଶା ପ୍ରଗତି ପାଇଁ ସେ ଅହରହ ପ୍ରଚେଷ୍ଟା କରୁଥିଲେ । ସେ ଓଡ଼ିଶାର ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଥରେ କେନ୍ଦ୍ରମନ୍ତ୍ରୀ ଓ ଆସାମ ରାଜ୍ୟପାଳ ହୋଇପାରିଥିଲେ । ୩ ବିଧାୟକ ପ୍ରଦୀପ, ବିଭୂତି ଏବଂ ପ୍ରଶାନ୍ତ ଜାନକୀ ବାବୁଙ୍କ ସହ ବିତାଇଥିବା ଅତିଥି ସ୍ମୃତି ସାଉଁଟି ତାଙ୍କ ପ୍ରତିଭା, ରାଜନୀତି, ଶିଳ୍ପ ଅଭିବୃଦ୍ଧି ନେଇ ଦୂରଦୃଷ୍ଟି ସମ୍ପର୍କରେ କହିଥିଲେ । ପୂର୍ବତନ ବିଧାୟକ ମୋକିମ କହିଲେ ଯେ, ଜାନକୀ ବାବୁ ରାଜ୍ୟରେ କିପରି ମରୁଡି ଆସନ୍ନ ଦୂର ହେବ ସେଥିପ୍ରତି ସେ ସର୍ବଦା ଚେଷ୍ଟିତ ଥିଲେ।
୧୯୫୦ରୁ ୨୦୧୫ ତାଙ୍କ ଯାତ୍ରା । ଆଜିର ଯୁବପିଢି ପାଇଁ ସେ ଜଣେ ଆଦର୍ଶ । ଜାନକୀଙ୍କ ସୁପୁତ୍ର ତଥା ବରିଷ୍ଠ କଂଗ୍ରେସ ନେତା ପୃଥୀବଲ୍ଲଭ ପଟ୍ଟନାୟକ ବାପାଙ୍କ ରାଜନୀତି ଜୀବନୀ ସମ୍ପର୍କରେ ଆଲୋକାପାତ କରି କହିଲେ ଯେ, କଂଗ୍ରେସ ପାର୍ଟି ଥିଲା ତାଙ୍କ ପରିବାର ।
ଜୀବନର ଶେଷ ବିନ୍ଦୁ ପର‌୍ୟ୍ୟନ୍ତ ତାଙ୍କ ଲେଖନୀ ଚାଲାଣ ଚାଲିଥିଲା । ତାଙ୍କ କଲମ କେବେ ବି ସୁଖି ନଥିଲା । ପୁସ୍ତକ ଅଧ୍ୟୟନକୁ ସେ ବେଶ ଭଲ ପାଉଥିଲେ । ସେ ଥିଲେ ଜଗନ୍ନାଥ, ସଂସ୍କୃତି ପ୍ରେମୀ ଓ ଜ୍ଞାନ ଭଣ୍ଡାର ।
ଓଡିଆ ଭାଷାର କିପରି ପ୍ରଚାର ପ୍ରସାର ହୋଇପାରିବ ତାହା ଉପରେ ବହୁ ଚେଷ୍ଟା କରି ଆସିଥିଲେ ବୋଲି କହିଥିଲେ ।
ସ୍ମୃତି କମିଟି କୋଷାଧ୍ୟକ୍ଷ ତଥା ବ୍ଳକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଅତିଥି ପରିଚୟ ଓ କଂଗ୍ରେସ ମୁଖପାତ୍ର ଅମିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930