Indus Valley Times

ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧୦ ତମ ଜନ୍ମୋତ୍ସବ ଏବଂ ରାଜ୍ୟ ସ୍ତରୀୟ ସ୍ମାରକ ସମ୍ମାନ ପ୍ରଦାନ ସମାରୋହ

 Breaking News

ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧୦ ତମ ଜନ୍ମୋତ୍ସବ ଏବଂ ରାଜ୍ୟ ସ୍ତରୀୟ ସ୍ମାରକ ସମ୍ମାନ ପ୍ରଦାନ ସମାରୋହ

ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧୦ ତମ ଜନ୍ମୋତ୍ସବ ଏବଂ ରାଜ୍ୟ ସ୍ତରୀୟ ସ୍ମାରକ ସମ୍ମାନ ପ୍ରଦାନ ସମାରୋହ
November 11
22:54 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୧୧: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ, ଜମୁନାଲାଲ୍ ବଜାଜ୍ ସମ୍ମାନ ବିଜୟୀ, ଭୂ ସତ୍ୟାଗ୍ରହୀ ଓ କୋରାପୁଟିଆ ଗାନ୍ଧୀ ଭାବେ ବେଶ ପରିଚିତ ଥିବା ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପ୍ରତ୍ୟୁଷ ରୁ ସମଗ୍ର ସହରରେ ରାମଧୁନ ପରିବେଷଣ ଓ ପରେ ପରେ ସମିତି ପରିସରରେ ବୈତାଳିକ ପ୍ରାର୍ଥନା, ବୈତାଳିକ ଓ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ, ଆଜ୍ଞାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ପରେ ଏକ ସାଧାରଣ ସଭା ଏବଂ ରାଜ୍ୟ ସ୍ତରୀୟ ସମ୍ମାନିତ ପ୍ରତିଭା ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ଉକ୍ତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ଭୂବନେଶ୍ଵର ର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ, ଭୁବନେଶ୍ଵରରୁ ପ୍ରକାଶିତ ଦୈନିକ ଖବରକାଗଜ \”ପ୍ରଗତିବାଦୀ\” ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରଜତ ଦିଗାଳ, କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀମତୀ ରଶ୍ମିତା କରନ୍ , ମୁଖ୍ୟବକ୍ତା ଭାବେ ଘୁ. ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ନିରଞ୍ଜନ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆଜ୍ଞା ଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।
ସମିତିର ସହ-ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ପରିଚୟ ପ୍ରଦାନ କରିଥିଲେ ।
ସମିତିର ସଭାପତି ଲାଲ୍‌ନନ୍ଦ ପ୍ରଧାନ ନିଜର ସଭାପତିତ୍ୱ ଅଭିଭାଷଣ ରଖିଥିବା ବେଳେ ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ବିଭିନ୍ନ ସେବା ସମ୍ମାନ\” ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ ।
ଏଥିରେ \” ୧୩ ତମ ଆଜ୍ଞା ସେବା ସମ୍ମାନ\” ଜୟପୁର, କୋରାପୁଟ ଅଞ୍ଚଳ ର ବରିଷ୍ଠ ସମାଜସେବୀ ସୁବାସ ଚନ୍ଦ୍ର ମିଶ୍ର ଙ୍କୁ ୨୫,୦୦୦/-ଉତ୍ତରୀୟ ଓ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବେଳେ \”୨୦ ତମ ଆଚାର୍ଯ୍ୟ ହରିହର- ଗୋପବନ୍ଧୁ ଚୌଧୁରୀ ସ୍ମାରକ ସମ୍ମାନ\” କୋରାପୁଟ, ସିମିଳିଗୁଡ଼ା ଅଞ୍ଚଳ ର ବରିଷ୍ଠ ସମାଜସେବୀ କୃଷ୍ଣ ସିଂ ଙ୍କୁ ଟ. ୨୫୦୦୦/-, ଉତ୍ତରୀୟ ଓ ମାନପ‌ତ୍ର ଏବଂ \” ୨୦ ତମ ମା’ ରମାଦେବୀ- ମାଳତୀ ଚୌଧୁରୀ ସ୍ମାରକ ସମ୍ମାନ\” ଭୁବନେଶ୍ୱରର ସୁଶ୍ରୀ ନମ୍ରତା ଚଢ଼ା ଙ୍କୁ ଟ.୨୫୦୦୦/-.ସହ ଉତ୍ତରୀୟ ଓ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ବାରା ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ସ୍ମରଣିକା \”ପ୍ରଜ୍ଞା ପୁରୁଷ ଆଜ୍ଞା \”କୁ ଉନ୍ମୋଚନ କରାଯାଇଥିଲା ।
୨୦୨୫ ମେଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅନୁଷ୍ଠାନର ଛାତ୍ରୀ ପ୍ରାଚି କୁମାରୀ ଙ୍କୁ ନଗଦ ୫୦୦୦ ଟଙ୍କା ଓ ମାନପତ୍ର ମୁଖ୍ୟ ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ସମିତିର ଛାତ୍ରଛାତ୍ରୀ ମାନେ ସ୍ୱାଗତ ଓ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ । ଅପରାହ୍ନରେ ସର୍ବଧର୍ମ ପ୍ରାର୍ଥନା ସହ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏଥିରେ ବିଶ୍ବଜିତ ଜେନା, ଖଗେନ୍ଦ୍ର ନାୟକ, ସୁଶ୍ରୀ ଅପର୍ଣ୍ଣା ବେହେରା, ରୋହିତ ମହାରଣା, ସୁଜିତ ଦିଗାଳ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିବା ବେଳେ ବିଶ୍ବଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ
ବାଲିଗୁଡ଼ା, ୧୧/୧୧: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କରିବା ଲକ୍ଷରେ ପ୍ରତି ବ୍ଲକ ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜନ କରି ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସରକାରଙ୍କ ଯୋଜନା ଭୁକ୍ତ ହୋଇ ଲାଭ ଉଠାଇବା ଉଦେଶ୍ୟରେ ମଙ୍ଗଳବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ବ୍ଲକ ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀବିଶ୍ୱ ରଞ୍ଜନ ରଥ, ଅତିରିକ୍ତ କୃଷି ବିଭାଗ ଅଧିକାରୀ ସୀତାକାନ୍ତ ରାଉତ ମୁଖ୍ୟବକ୍ତା ଭାବେ ବାଲିଗୁଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଲମ୍ବୋଦର ମହାପାତ୍ର ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ସୁନ୍ଦର ଉପଦେଶ ଦେଇଥିଲେ।
ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ. ଅଭିଜିତ ମିଶ୍ର ସରକାରଙ୍କ ବିଭିନ୍ନ ଯୋଜନା ତଥା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ପ୍ରାଣୀ କଲ୍ୟାଣ ଯୋଜନା,ଜାତୀୟ ପ୍ରାଣିଧନ ମିଶନ ଉପରେ ଅବଗତ କରାଇଥିଲେ।
ଏହି ମେଳାରେ ମିଶନ ଶକ୍ତି, ମିଲେଟ ମିଶନ, ଆଇସିଡ଼ିଏସ, ପ୍ରାଣୀ ବିଭାଗ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ପ୍ରଦର୍ଶନୀ ହୋଇଥିଲା।
ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରିବା ସହିତ ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଥିବା ଚାଷୀ ମାନଙ୍କୁ ଗୋଆ ହେଡ ଲେଟର ମଧ୍ୟ ପ୍ରଦାନ କରାଯାଇଥିଲା।
ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ବିଭୂତି ଭୂଷଣ ଆଚାର‌୍ୟ୍ୟ ମଞ୍ଚ ପରିଚାଳନା କରିଥିବା ବେଳେ ରାକେଶ ମହାନ୍ତି,ଙ୍କ ସହ ବ୍ଲକ ର ସମସ୍ତ ପ୍ରାଣିଧନ ନିରୀକ୍ଷକ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930