Indus Valley Times

ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ହତ୍ୟା, ପୁଲିସର ଛାନଭିନ୍

 Breaking News

ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ହତ୍ୟା, ପୁଲିସର ଛାନଭିନ୍

ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ହତ୍ୟା, ପୁଲିସର ଛାନଭିନ୍
November 05
14:39 2024

କୋରାପୁଟ/ନନ୍ଦପୁର,୪/୧୧: ସ୍ବାମୀଙ୍କୁ ନିସ୍ତୁକ ପିଟିଲେ, ଗଛରେ ବାନ୍ଧିଦେଲେ। ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଲେ।
ସ୍ବାମୀଙ୍କ ଆଖି ଆଗରେ ଛଟଛଟ ହୋଇ ପ୍ରାଣ ହରାଇଲେ ସ୍ବାମୀ। ଏଭଳି ବିଭତ୍ସ, ହୃଦୟ ବିଦାରକ, ଛାତି ଥରାଇଦେଲା ଭଳି ଘଟଣା ଘଟିଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ କୁମ୍ଭାରଗଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ରାସ୍ତାରେ । ମୃତା ମହିଳା ହେଲେ ସାବିତ୍ରୀ ଖରା।
ସୂଚନାଯୋଗ୍ୟ, ସ୍ବାମୀ ମହେନ୍ଦ୍ର ଖରା ଓ ସାବୀତ୍ରୀ ସୋମବାର କୌଣସି ଆଧାର କାମରେ ନନ୍ଦପୁର ବ୍ଲକ ଯାଇଥିଲେ।୍ ସେଠାରେ କାମ ସାରି ଉଭୟ ବାଇକ ଯୋଗେ ଫେରୁଥିଥିବା ବେଳେ ହଣ୍ଡାଲତୋଟା ନିକଟରେ ରାସ୍ତାରେ ୪ ଦୁର୍ବୃତ୍ତ ଉଭୟଙ୍କୁ ଅଟକାଇଥିଲେ।
ପରେ ହଠାତ୍ ମହେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ପ୍ରବଳ ମାଡ଼ ମାରି ମହେନ୍ଦ୍ରଙ୍କୁ ଗଛରେ ବାନ୍ଧି ଦେଇଥିଲେ।
ମହେନ୍ଦ୍ର ନିସ୍ତେଜ ଅବସ୍ଥାରେ ଝୁଲି ରହିଥିବା ବେଳେ ପରେ ସାବିତ୍ରୀଙ୍କୁ ମାଡ଼ ମାରିଥିଲେ। ଏପରିକି ସାବିତ୍ରୀଙ୍କୁ ସେମାନେ ଅସଦାଚରଣ କରିଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ସାବିତ୍ରୀଙ୍କ ସେଠାରେ ମତ୍ୟୁ ଘଟିଥିଲା। ପରେ ସେମାନଙ୍କ ଟଙ୍କା ସୁନା, ରୁପା ନେଇ ଫେରାର ହୋଇଯାଇଥିଲେ।
ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ସଂଜ୍ଞାହୀନ ଅବସ୍ଥାରେ ଥିବା ମହେନ୍ଦ୍ରଙ୍କୁ ତୁରନ୍ତ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ପରେ ମହେନ୍ଦ୍ରଙ୍କ ଚେତା ଫେରିଥିଲା। ପରେ ସେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ କହିଥିଲେ ।
ଅନ୍ୟପକ୍ଷେ ଘଟଣାସ୍ଥଳରୁ ମୃତଦେହ ଜବତ ହୋଇଛି। ତେବେ ଅସଦାଚରଣ ସମ୍ପର୍କରେ ପୋଲିସ ସ୍ପଷ୍ଟ କରିନାହିଁ। ତଦନ୍ତ ପରେ ଏ ସମ୍ପର୍କରେ ସ୍ପଷ୍ଟ ହେବ। ମଙ୍ଗଳବାର ସାବିତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ।
ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି। ଏ ନେଇ ସୂଚନା ଦେଇଛନ୍ତି ନନ୍ଦପୁର ଥାନା ଆଇଆଇସି ପାଣ୍ଡବ ଶବର ଏବଂ ସହକାରୀ ଥାନା ଅଧିକାରୀ ମମତା ପଣ୍ଡା। ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଲାଗି ଦାବି ହୋଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31