Indus Valley Times

ସ୍ମୃତି ରୋମନ୍ଥନ କଲେ ରାଷ୍ଟ୍ରପତି, ଦେଲେ ‘ଭବିଷ୍ୟତ ଭାରତ’ ଗଠନର ଗୁରୁମନ୍ତ୍ର

 Breaking News

ସ୍ମୃତି ରୋମନ୍ଥନ କଲେ ରାଷ୍ଟ୍ରପତି, ଦେଲେ ‘ଭବିଷ୍ୟତ ଭାରତ’ ଗଠନର ଗୁରୁମନ୍ତ୍ର

ସ୍ମୃତି ରୋମନ୍ଥନ କଲେ ରାଷ୍ଟ୍ରପତି, ଦେଲେ ‘ଭବିଷ୍ୟତ ଭାରତ’ ଗଠନର ଗୁରୁମନ୍ତ୍ର
November 27
18:49 2025

ଭୁବନେଶ୍ୱର, ୨୭/୧୧ : ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ଓଡ଼ିଶା ବିଧାନସଭାର ଆଜିର ଏହି ଐତିହାସିକ ଦିନ । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବିଧାନସଭାକୁ ପୁଣି ଥରେ ଆସି ଘରକୁ ଫେରିବା ଭଳି ଅନୁଭୂତ ହେଉଛି । ନିଜ ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରଖିବାକୁ ରାଷ୍ଟ୍ରପତି ସମ୍ବୋଧନରେ କହିଛନ୍ତି ରାଷ୍ଟ୍ରପତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୀତ ଅଧିବେଶନର ପ୍ରଥମ ଦିବସରେ ଗୃହକୁ ସମ୍ବୋଧିତ କରିଛନ୍ତି । ପ୍ରାୟ ୨୦ ମିନିଟ୍ ଧରି ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରିଥିଲେ । ତାଙ୍କ ଅଭିଭାଷଣରେ ନିଜର ପୁରୁଣା ଦିନର ଅନୁଭୂତିକୁ ବଖାଣିଛନ୍ତି । ଏହା ସହିତ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ନାରୀ ସଶକ୍ତିକରଣଠାରୁ ଆରମ୍ଭ କରି କୃଷକ ସଶକ୍ତିକରଣ ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି ।
ରାଷ୍ଟ୍ରପତି କହିଛନ୍ତି ଯେ ନିଜ ଘରକୁ ଫେରିବା ଭଳି ଲାଗୁଛି । ଅନେକ ବିଧାନସଭାକୁ ସମ୍ବୋଧିତ କରିଛି କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ଏକ ଭିନ୍ନ ଅନୁଭୂତି, କାରଣ ଏହା ମୋର କାର୍ଯ୍ୟସ୍ଥଳୀ ଥିଲା । ଏ ଗୃହ କଥା କହିବା , ରାଜନୈତିକ ବ୍ୟବହାର ଏବଂ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିବାଭଳି ଶିକ୍ଷା ଦେଇଛି । ସମସ୍ତ ଶ୍ରେୟ ଗୃହକୁ ଦେଇଛନ୍ତି ।
ଓଡ଼ିଶା ବିଧାନସବା ନିଅଁ ଦେଇଛି, ଯଦି ଏ ନିଅଁ ସୁଦୃଢ଼ ହୋଇ ନଥାଆନ୍ତା, ଓଡ଼ିଶାବାସୀଙ୍କ ଭଲ ପାଇବା ନ ଥାଆନ୍ତା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ତେବେ ମୁଁ ଆଜି ଯେଉଁଠି ଅଛି , ସେଠାରେ ପହଁଚି ପାରି ନାଥାଆନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି । ଏଠାରେ ବିଧାୟକ ହୋଇଛି ଏବଂ ମନ୍ତ୍ରୀ ହୋଇ ବିଧାୟକଙ୍କ ଉତ୍ତର ଦେବାକୁ ମଧ୍ୟ ସୁଯୋଗ ପାଇଛି । ଏହା ସହିତ ନିଜ ସହିତ କାମ କରିଥିବା ଅନ୍ୟାନ୍ୟ ସଦସ୍ୟଙ୍କ କଥା ମଧ୍ୟ କହିଥିଲେ ।
ସେହିପରି ରାଷ୍ଟ୍ରପତି ଓଡ଼ିଶାର ଗୌରମୟ ଇତିହାସ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ରାଷ୍ଟ୍ର ଗଠନରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଭାରତର ଦେଶୀୟ ରାଜ୍ୟର ମିଶ୍ରଣ ଓଡ଼ିଶାରୁ ଆରମ୍ଭ ହୋଇଥିଲା । ବହୁ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ ବିଦ୍ୟାଧର, ବୀର ସୁରେନ୍ଦ୍ର ସାଏ ଲକ୍ଷ୍ମଣ ନାଏକ, ବାଜି ରାଉତ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କୁ ସ୍ମରଣ କରିଛନ୍ତି ।
ସେହିପରି ଓଡ଼ିଶା ଇତିହାସରେ ଥିବା ନାରୀ ଶୁକ୍ତିଙ୍କ ଗୁଣଗାନ କରିଛନ୍ତି । ରମାଦେବୀ, କୁନ୍ତଳା କୁମାରୀ ସାବତ, ପାର୍ବତୀ ଦେବୀ, ମାଳତୀ ଦେବୀଙ୍କ ଜୀବନୀକୁ ମଧ୍ୟ ଉପସ୍ଥାପନ କରିଛନ୍ତି ।
ଓଡ଼ିଶା ବିଧାନସଭାରେ ମହିଳା ପ୍ରତିନିଧିତ୍ୱର ଦୀର୍ଘ ଇତିହାସ ରହିଛି । ସ୍ୱାଧୀନତା ପୂର୍ବରୁ ଏବଂ ପରେ ଏପରି କୌଣସି ଅଧିବେଶନ ନାହିଁ ଯେଉଁଥିରେ ମହିଳା ପ୍ରତିନିଧିତ୍ୱ ନାହାଁନ୍ତି ।
ଚାଷୀ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଚାଷୀ ସଶକ୍ତ ନ ହେଲେ ଦେଶ ବିକଶିତ ହୋଇପାରିବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଛନ୍ତି । ଓଡ଼ିଶାରେ ଶିଳ୍ପାୟନ ପ୍ରକ୍ରିୟା ନୂଆ ରୂପ ନେଉଛି । ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ । କୃଷି, ଶିକ୍ଷା, ଶିଳ୍ପ ଏବଂ ବାଣିଜ୍ୟରେ ଓଡ଼ିଶା ଅନୁକୂଳ ଅଟେ । ଏହାକୁ ଉପଯୋଗ କରି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ ।
ପରିଶେଷରେ ରାଷ୍ଟ୍ରପତି ଉପସ୍ଥିତ ସଦସ୍ୟ ଏବଂ ସଦସ୍ୟାଙ୍କୁ ଗୃହରେ କିପରି ବ୍ୟବହାର ଦେଖାଇବେ ସେ ନେଇ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ଓଡ଼ିଶା ପ୍ରଗତିକୁ ଜୀବନର ବ୍ରତ ଭାବରେ ଗ୍ରହଣ କରନ୍ତୁ । ନେସନ୍ ଫାଷ୍ଟ ବା ପ୍ରଥମେ ଦେଶ ଭାବନାକୁ ନେଇ ସମସ୍ତେ କାର‌୍ୟ୍ୟ କରିବେ ବୋଲି ରାଷ୍ଟ୍ରପତି ଉପସ୍ଥିତ ସଦସ୍ୟବୃନ୍ଦଙ୍କଠାରୁ ଆଶା ବ୍ୟକ୍ତ କରିଛନ୍ତି । ଜନ ପ୍ରତିନିଧିଭାବରେ ଲୋକଙ୍କ ଆଶା ଓ ଆକଂକ୍ଷା ପୂରଣ କରିବାକୁ ଚେଷ୍ଟା କରନ୍ତୁ । ରାଜ୍ୟରେ ଜଣେ ଜଣେ ଚିହ୍ନା ମୁହଁ । ଟେକ୍ନୋଲୋଜି ଜରିଆରେ ଲୋକମାନେ ସମସ୍ତେ ଜାଣିପାରୁଛନ୍ତି । ଗୃହ ଭିତରେ ଏବଂ ବାହାରେ ନିଜ ଉଚ୍ଚାରଣ ଓ ଆଚରଣରେ ସଂଯମତା ରଖିବା ଉଚିତ ବୋଲି ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି ।
କ୍ଟ

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930