Legatus

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଣିଲା ଦୁଇ ନୂଆ ଗର୍ଭ ନିରୋଧକ

 Breaking News

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଣିଲା ଦୁଇ ନୂଆ ଗର୍ଭ ନିରୋଧକ

December 06
19:17 2023

ଭୁବନେଶ୍ବର,୬/୧୨: ନୂଆ ଗର୍ଭନିରୋଧକ ପଦ୍ଧତି ଆସିବ। ରାଜ୍ୟର ପରିବାର ନିୟୋଜନ ପ୍ରକ୍ରିୟାରେ ଦୁଇ ନୂଆ ଗର୍ଭନିରୋଧକ ଯୋଡି ହୋଇଯାଇଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ ହୋଇଛି। ଏହି ଦୁଇ ପଦ୍ଧତି ହେଉଛି ସବ ଡର୍ମାଲ ଇମ୍ଲାଣ୍ଟ ଓ ଅନ୍ତରା ଇଞ୍ଜେକସନ୍।
ସବ ଡର୍ମାଲ ଇମ୍ଲାଣ୍ଟ ପଦ୍ଧତିରେ ମହିଳାଙ୍କ ବାମ ହାତର ଉପର ଭାଗରେ ଚର୍ମ ତଳେ ନିଡିଲ ଆକାରର ଏକ ରଡ ରଖାଯିବ। ଏହା ତିନି ବର୍ଷ ପର୍ଯ୍ୟନ୍ତ ଶରୀରରେ ରହିବ। ସେଥିରୁ ଏକ ହର୍ମନ କ୍ଷରିତ ହେବ, ଯାହା ଗର୍ଭଧାରଣ ରୋକିବାରେ ସହାୟକ ହେବ। ଏହାଛଡା ଅନ୍ତରା ଇଞ୍ଜେକ୍ସନ ଦ୍ୱାରା ମହିଳାମାନେ ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣ ରୋକିପାରିବେ। ପ୍ରାରମ୍ଭିକ ଭାବେ ଏହି ଦୁଇ ନୂଆ ପଦ୍ଧତିକୁ କଟକ, ଗଜପତି, ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଛି।
ଏହି ଅବସରରେ ଫାମିଲି ପ୍ଲାନିଂ ୨୦୩୦ ରୋଡମ୍ୟାପ୍ ଉନ୍ମୋଚନ ହୋଇଛି। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି, ଏବେ ରାଜ୍ୟର ଫର୍ଟିଲିଟି ହାର ୧.୮ ରହିଛି, ଯାହାକି ଅନୁକୂଳ ଫର୍ଟିଲିଟି ହାର ୨.୧ ତୁଳନାରେ କମ୍ ରହିଛି। ତେବେ ରାଜ୍ୟର ଫାମିଲି ପ୍ଲାନିଙ୍ଗ ଚଏସ ଅଫ ବାସ୍କେଟକୁ ସମ୍ପ୍ରସାରଣ କରିବା ସହ କିଭଳି ଶତ ପ୍ରତିଶତ ଲୋକଙ୍କ ନିକଟରେ ଏହାକୁ ପହଞ୍ଚାଯାଇ ପାରିବା ଏହି ରୋଡମ୍ୟାପରେ ଲକ୍ଷ୍ୟ ରଖାଯାଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31