Indus Valley Times

ସ୍ୱଚ୍ଛ ଭାରତ ମିଶନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ : ୧୩୦ ଜଣ ସଫେଇ କର୍ମଚାରୀ ସମ୍ବର୍ଦ୍ଧିତ

 Breaking News

ସ୍ୱଚ୍ଛ ଭାରତ ମିଶନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ : ୧୩୦ ଜଣ ସଫେଇ କର୍ମଚାରୀ ସମ୍ବର୍ଦ୍ଧିତ

ସ୍ୱଚ୍ଛ ଭାରତ ମିଶନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ : ୧୩୦ ଜଣ ସଫେଇ କର୍ମଚାରୀ ସମ୍ବର୍ଦ୍ଧିତ
October 03
21:02 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩/୧୦ : ସ୍ୱଚ୍ଛ ଭାରତ ମିଶନ ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ ନୟାଗଡ଼ ପୈାର ପରିଷଦ ପକ୍ଷରୁ ଆରମ୍ଭ ହୋଇଛି। ସହରକୁ ଅଳିଆ ଆବର୍ଜ୍ଜନା ରୁ ମୁକ୍ତ ରଖିବା ଏହାର ମୂଳ ଲକ୍ଷ୍ୟ। ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଫେଇ କର୍ମଚାରୀ ମାନେ ନିୟମିତ ନିଜନିଜର କାର୍ଯ୍ୟକୁ ସୂଚାରୁରୂପେ ତୁଲାଇଥିବା ଏବଂ ମନୋବଳ ଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଧନା ଉତ୍ସବରେ ୧୩୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ୱର୍ଦ୍ଧିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା।
ଏହି ସମ୍ବର୍ଦ୍ଧନା ସମାରୋହ ରେ କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ , ରାଜସ୍ୱ ସୁପରଭାଇଜର କୈଳାସ ଚନ୍ଦ୍ର ଜେନା, ପରିମଳ ବିଶେଷଜ୍ଞ ବିବେକାନନ୍ଦ ପ୍ରଧାନ, “ମୁକ୍ତା ” ସଂଯୋଜକ ଶିରୋମଣି ଧିରେନ୍ଦ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଫେଇ କର୍ମଚାରୀ ମାନଙ୍କ ନିଷ୍ଠା ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
୨୦୧୬ ମସିହାରେ ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ମିଶନ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ନୟାଗଡ ସହର ବାହ୍ୟ ମଳ ମୁକ୍ତ ସହର ଭାବେ ୨୦୧୮ ମସିହାରେ ଓଡ଼ିଶା ର ଦିତୀୟ ସହର ଭାବେ ଘୋଷଣା ହୋଇ ସାରା ରାଜ୍ୟରେ ଉଚ୍ଚ ପ୍ରଶଂସିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031