Indus Valley Times

ସ୍ୱାଧୀନତା ଦିବସ: ଭୁବନେଶ୍ବର ମହାତ୍ମାଗାନ୍ଧୀମାର୍ଗରେ ଜାତୀୟ ପତାକା ଉଡ଼ାଇବେ ମୁଖ୍ୟମନ୍ତ୍ରୀ

 Breaking News

ସ୍ୱାଧୀନତା ଦିବସ: ଭୁବନେଶ୍ବର ମହାତ୍ମାଗାନ୍ଧୀମାର୍ଗରେ ଜାତୀୟ ପତାକା ଉଡ଼ାଇବେ ମୁଖ୍ୟମନ୍ତ୍ରୀ

ସ୍ୱାଧୀନତା ଦିବସ: ଭୁବନେଶ୍ବର ମହାତ୍ମାଗାନ୍ଧୀମାର୍ଗରେ ଜାତୀୟ ପତାକା ଉଡ଼ାଇବେ ମୁଖ୍ୟମନ୍ତ୍ରୀ
August 10
19:21 2023

ଭୁବନେଶ୍ୱର,୧୦/୮ : ଆସନ୍ତା ଅଗଷ୍ଟ ୧୫ତାରିଖରେ ଭୁବନେଶ୍ୱରରେ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିଭାଦନ ଗ୍ରହଣ କରିବେ । ସେହିପରି ରାଜ୍ୟର ୨୦ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ, ରାଉରକେଲା ଓ ବ୍ରହ୍ମପୁରରେ ୨ଜଣ ଆରଡିସି ଏବଂ ୧୦ଟି ଜିଲ୍ଲାରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ସଂଗ୍ରାମ ସମାରୋହରେ ପରେଡ୍ ଅଭିବାଦନ ଗ୍ରହଣ କରିବେ ।
ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ଓ ପରେଡ୍ ଅଭିବାଦନ ଗ୍ରହଣ କରିବେ ।
ସେହିପରି ମନ୍ତ୍ରୀ ଜଗନ୍ନାଥ ସାରକା- କନ୍ଧମାଳ, ନିରଞ୍ଜନ ପୂଜାରୀ- ପୁରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୋରାପୁଟ, ପ୍ରଦୀପ କୁମାର ଅମାତ- ଗଞ୍ଜାମ, ପ୍ରମିଳା ମଲ୍ଲିକ- ବରଗଡ଼, ଉଷା ଦେବୀ- ସମ୍ବଲପୁର, ପ୍ରଫୁଲ୍ଲ କୁମାର ମଲ୍ଲିକ- କେନ୍ଦୁଝର, ପ୍ରତାପ କେଶରୀ ଦେବ -ଅନୁଗୁଳ, ଅତନୁ ସବ୍ୟସାଚୀ ନାୟକ- ରାୟଗଡ଼ା, ଟୁକୁନି ସାହୁ- ଜଗତସିଂହପୁର, ଅଶୋକ ଚନ୍ଦ୍ର ପଣ୍ଡା-ବଲାଙ୍ଗିର, ରାଜେନ୍ଦ୍ର ଢ଼ୋଲକିଆ- ସୁନ୍ଦରଗଡ଼, ବିକ୍ରମ କେଶରୀ ଆରୁଖ- କଟକ, ସୁଦାମ ମାର୍ଣ୍ଡି- ବାଲେଶ୍ୱର, ଶାରଦା ପ୍ରସାଦ ନାୟକ- ଝାରସୁଗୁଡ଼ା, ଅଶ୍ୱିନୀ କୁମାର ପାତ୍ର- ମୟୂରଭଞ୍ଜ, ପ୍ରୀତିରଞ୍ଜନ ଘଡ଼ାଇ- କଳାହାଣ୍ଡି, ତୁଷାରକାନ୍ତି ବେହେରା-ମାଲକାନଗିରି, ରୀତା ସାହୁ- ସୋନପୁର ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ- ଢେଙ୍କାନାଳ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜାତୀୟପତାକା ଉତ୍ତୋଳନ ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ।
ସେହିପରି ଭଦ୍ରକ,ବୌଦ୍ଧ, ଦେବଗଡ଼,ଗଜପତି, ଯାଜପୁର,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାପାଳମାନେ ଏବଂ ବ୍ରହ୍ମପୁର ଓ ରାଉରକେଲାରେ ଯଥାକ୍ରମେ ଦକ୍ଷିଣାଂଚଳ ଆରଡିସି ଓ ଉତ୍ତରାଂଚଳ ଆରଡିସି ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031