Legatus

ସ୍ୱାମୀଙ୍କୁ ପିଟି କଣ୍ଟାବୁଦାକୁ ଫିଙ୍ଗି ଦେଲେ, ସ୍ତ୍ରୀଙ୍କୁ ଦୁଷ୍କର୍ମ କଲେ

 Breaking News

ସ୍ୱାମୀଙ୍କୁ ପିଟି କଣ୍ଟାବୁଦାକୁ ଫିଙ୍ଗି ଦେଲେ, ସ୍ତ୍ରୀଙ୍କୁ ଦୁଷ୍କର୍ମ କଲେ

ସ୍ୱାମୀଙ୍କୁ ପିଟି କଣ୍ଟାବୁଦାକୁ ଫିଙ୍ଗି ଦେଲେ, ସ୍ତ୍ରୀଙ୍କୁ ଦୁଷ୍କର୍ମ କଲେ
February 17
19:21 2024

ବ୍ରହ୍ମଗିରି, ୧୭/୨: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଏକ ସମ୍ବେଦନଶୀଳ ଘଟଣା ଘଟିଯାଇଛି। ଜୈନିକ ମହିଳାଙ୍କୁ ତାଙ୍କ ସ୍ୱାମୀ ଆଗରେ ଗଣଦୁର୍ଷ୍କମ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ମୂଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଲକ୍ଷ୍ମୀପ୍ରିୟା (ଛଦ୍ମନାମ) ୨୫ଙ୍କ ସ୍ୱାମୀ ତାଙ୍କର ଦୁଇ ଜଣ ସାଙ୍ଗ ସହିତ ଶୁକ୍ରବାର ରାତିରେ ଚିଲିକାକୂଳରେ ମଦ୍ୟପାନ କରିଥିଲେ। ଦୁଇ ସାଙ୍ଗ ସହିତ ସବୁବେଳେ ପୀଡ଼ିତାଙ୍କ ସ୍ୱାମୀ ମଦ୍ୟପାନ କରିଥାନ୍ତି। ଶୁକ୍ରବାର ରାତିରେ ମଦ୍ୟପାନ କରିବା ପରେ ପୀଡ଼ିତା ତାଙ୍କ ସ୍ୱାମୀଙ୍କୁ ମଦ୍ୟପାନ ନ କରିବାକୁ ବାରଣ କରିଥିଲେ। ଏହା ସହିତ ସ୍ୱାମୀଙ୍କ ଦୁଇ ସାଙ୍ଗ ସହିତ ଝଗଡ଼ା କରିଥିଲେ। ଏଥିରେ ଦୁଇ ସାଙ୍ଗ ରାଗିଯାଇଥିଲେ। ରାଗି ଯାଇ ସେମାନେ ପୀଡିତାଙ୍କ ସ୍ୱାମୀଙ୍କୁ ବାନ୍ଧି ଦେଇଥିଲେ। ଘରେ ଥିବା ଛୋଟ ଶିଶୁକୁ ବାଡ଼େଇ ଘରୁ ବାହାରକୁ ବାହାର କରିଥିଲେ। ପରେ ପୀଡ଼ିତାଙ୍କୁ ବଳପୂର୍ବକ ମଦ ପିଇବାକୁ ଦେଇ ଦୁଇ ଅଭିଯୁକ୍ତ ଗଣଦୁର୍ଷ୍କମ କରିଥିବା ପୀଡିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଆଧାର କରି ୯/୨୪ରେ ଦଫା ୩୭୬/ଡିପିଆଇ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି। ଉଭୟ ପୀଡିତା ଓ ମୂଖ୍ୟ ଅଭିଯୁକ୍ତର ଡାକ୍ତରୀମାଇନା କରାଯାଇଛି। ଏଥିରେ ମୂଖ୍ୟ ଅଭିଯୁକ୍ତ କୃଷ୍ଣପ୍ରସାଦ ଥାନା ନୂଆପଡା ଗାଁର ବୁଲୁ ଗର୍ଜବିଚ (୪୦)କୁ ଗିରଫ କରାଯାଇଛି। ଡାକ୍ତରିମାଇନା ଶେଷ ହେବା ପରେ ଅଭିଯୁକ୍ତ ବୁଲୁକୁ କୋର୍ଟ ଚାଲାଣ କରାଯିବ ବୋଲି ଅରଖକୁଦା ମେରାଇନ ଥାନା ଆଇଆଇସି ସସ୍ମିତା ବେହେରା କହିଛନ୍ତି। ଅନ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଏକ ପୁଲିସ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ଆଇଆଇସି ସୂଚନା ଦେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ଆଜି ସବୁଠି ଚିନ୍ତାର ବିଷୟ ହୋଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31