Indus Valley Times

ସ୍ୱାମୀଙ୍କୁ ହତ୍ୟାକରାଯାଇଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

 Breaking News

ସ୍ୱାମୀଙ୍କୁ ହତ୍ୟାକରାଯାଇଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

November 19
21:25 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ.୧୯ା୧୧: ବୌଦ୍ଧଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ନିକଟସ୍ଥ ସିଙ୍ଗାଣିବେଡା ଗ୍ରାମ ନିକଟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କଡରେ ଗତ ୩୦ ତାରିଖରେ ତିଲେଶ୍ୱର ପଂଚାୟତ ଟେଭାପଦର ଗ୍ରାମର ଅର୍ଜୁନ ପାତ୍ରଙ୍କର କ୍ଷତବିକ୍ଷତ ମୃତ ଦେହକୁ  ପୋଲିସ ଉଦ୍ଧାର କରିଥିଲା । ଅର୍ଜୁନ ପାତ୍ର ବାଲିଗୁଡାର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ମୃତ୍ୟୁ ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଂଚିବା ପରେ ଅର୍ଜୁନଙ୍କୁ ହତ୍ୟା କରାଯାଇଥିବା ନେଇ ପରୁଣାକଟକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ପ୍ରଥମେ ଏହାକୁ  ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ମାମଲା ରୁଜୁ କରାଯାଇଥିଲା । କିନ୍ତୁ ପରିବାର ଲୋକ ଅର୍ଜୁନଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ତାଙ୍କୁ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ନେଇ ଗତ ୧୭ ତାରିଖରେ ଏସପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଏହି ହତ୍ୟା ଘଟଣାରେ ବାଣୀଭୂଷଣପୁର ପଂଚାୟତର ଭଉଁରୀପଥର ଗ୍ରାମର ଅର୍ଜୁନଙ୍କ ଜଣେବନ୍ଧୁ ସାମିଲ ଥିବା ଦର୍ଶାଇଥିଲେ । ବୈାଦ୍ଧ ଏସପି ଭି. ରଘୁନାଥ ରାଓ ଆଜି ଘଟଣାସ୍ଥଳକୁ ଯାଇ ଘଟଣାର ଅନୁସନ୍ଧାନ କରିଥିଲେ । ଏନେଇ ପୁରୁଣାକଟକ ଥାନାରେ ଥାନା ଅଧିକାରୀ ଜ୍ୟୋସ୍ନା କୁଆଁରୀଙ୍କ ସହିତ ଆଲୋଚନା କରିଥିଲେ ।  ଆଜି ହିମ୍ୟୁନ ରାଇଟସ ଲାଇଫର ତିନିଜଣ ସଦସ୍ୟ ସୁଧିର ଚୈାଧୁରୀ, ଦିବ୍ୟଲୋଚନ କର୍ଣ୍ଣ, ପ୍ରଶାନ୍ତ କର୍ଣ୍ଣ ପୁରୁଣାକଟକ ଥାନାକୁ ଯାଇ ଏହି ଘଟଣା ସଂପର୍କରେ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଆଜି ମୃତଙ୍କ ପତ୍ନୀ ପୁରୁଣାକଟକ ଥାନାରେ ଆଉ ଏକ ଏତଲା ଦେଇଛନ୍ତି । ଯେଉଁଥିରେ ଗତ ୨୯ ତାରିଖ ରାତିରେ ଭଉଁରୀପଦର ଗ୍ରାମରେ ତାଙ୍କ ସ୍ୱାମୀ ଉକ୍ତ ବନ୍ଧୁଙ୍କ ସହିତ ଭୋଜି ଭାତ କରିଥିଲେ ଏବଂ ସେଠାରେ ତାଙ୍କୁ ହତ୍ୟା କରାଯାଇ ଦୁର୍ଘଟଣାର ରୂପଦିଆଯାଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।

ବୌଦ୍ଧ: ପ୍ରାଣୀ ବିଭାଗ ପକ୍ଷରୁ ଗୋ ସମ୍ବୋର୍ଦ୍ଧନା ଉତ୍ସବ

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୧୯/୧୧: ଜିଲ୍ଲା ପ୍ରାଣୀ ବିଭାଗ ପକ୍ଷରୁ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ୬୯ତମ ଗୋ ସମ୍ବୋର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜିଲ୍ଲାରେ ଗୋ ସମ୍ପଦର ବିକାଶ ପାଇଁ ସବୁ ସ୍ତରରେ ଆଗ୍ରହ ସୃଷ୍ଟି କରିବା ପାଇଁ ଗୋ ପାଳକ, ଚାଷୀ ଓ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଗୋ ସମ୍ପଦର ବିକାଶ ହିଁ ଦେଶର ବିକାଶ ଏବଂ ଏଦିଗରେ ଜିଲ୍ଲାରେ ଗୋ ସମ୍ପଦ ଓ ଅନ୍ୟାନ ପ୍ରାଣୀ ସମ୍ପଦ ବୃଦ୍ଧି କରାଇବା ପାଇଁ ବିଭାଗ ପକ୍ଷରୁ ପ୍ରୟାସ ବ୍ୟାପକ କରାଯିବାସହ ସହଯୋଗ ମଧ୍ୟ କରାଯିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଗୋ ପୂଜନ ଓ ଗୋପାଳକଙ୍କୁ ସମ୍ବୋର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଅମିତାଭ ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ । ବିଭାଗୀୟ ଅଧିକାରୀ ସଂଘମିତ୍ରା ପରମାଣିକ କାର୍ଯ୍ୟକ୍ରମକୁ  ସଂଯୋଜନା କରିଥିଲେ ।  ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରାଣୀ ସଂପଦ ବିଭାଗ ଉପ ନିର୍ଦ୍ଦେଶକ ଡ. ହୃଷିକେଶ  ବେହେରା, ସହକାରୀ ନିର୍ଦ୍ଦେଶକ ହ. ପ୍ରଭାସ ବେହେରା ପ୍ରମୁଖ ଯୋଗଦେଇ ପ୍ରାଣୀ ସଂପଦର ବୃଦ୍ଧି ଓ ସୁରକ୍ଷା ସଂପର୍କରେ ଚାଷୀଙ୍କୁ ସଚେତନ କରାଇଥିଲେ । ପରେ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ସମବେତ ଚାଷୀଙ୍କୁ ପ୍ରାଣୀ ସଂପଦର ବୃଦ୍ଧି ଓ ସୁରକ୍ଷା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ଅନ ଲାଇନରେ ଯୋଡି ହୋଇଥିବା ଚାଷୀଙ୍କୁ ଏହି ଶିବିରରେ ସାମିଲ କରାଯାଇଥିଲା ।  

ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୪ ତମ ଜୟନ୍ତୀ ପାଳିତ

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୧୯ା୧୧:  ବୌଦ୍ଧଜିଲା କଂଗ୍ରେସ କମିଟି ପକ୍ଷରୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବୌଦ୍ଧ ସ୍ୱଧାର ଆବାସିକ ଗୃହଠାରେ  ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ କାର୍ଯ୍ୟକ୍ରମରେ ସ୍ୱଧାରର ପରିଚାଳିକା ନର୍ମଳା ଜେନା,ସହଯୋଗୀ ସବିତା ହୋତା,ବବିତା ଗାଈଗୌରିଆ,କବିତା ବରାଳ ଓ ପୁଷ୍ପାଞ୍ଜଳୀ ବାଘ ପ୍ରମୁଖ ଆବାସ ଗୃହର କର୍ମକର୍ତ୍ତା ସହଯୋଗ କରିଥିଲେ । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତାରିଣି ଜେନା,ପ୍ରଦିପ ଦାସ ଏବଂ ସମରେଶ ମିଶ୍ର ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସ୍ୱଧାର ର ସମସ୍ତ ଅନ୍ତେବାସିନୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା । ସେହିପରି ଯୁବ କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ ପ୍ରମୁଖ ଯୋଗଦେଇ ବିଷ୍ଟାନ୍ନ ବଣ୍ଟନ କରିଥିଲେ ।

ବୈାଦ୍ଧ: ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୈାଦ୍ଧ,୧୯/୧୧: ବୈାଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସ୍ଥାନିୟ ଟାଉନହଲ ଠାରେ ସହରର ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାହୀ ଅଧିକାରୀ ଶ୍ରୀପଣ୍ଡା ବୈାଦ୍ଧ ସହରକୁ ଓଡିଶାରେ ଏକ ସୁନ୍ଦର ଓ ସବୁଜ ସହର ରୁପେ ଗଢିତୋଳିବାକୁ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ । ବିଶେଷଜ୍ଞ ସୁନିଲ ପ୍ରଧାନ ଯୋଗଦେଇ ସଫେଇ କର୍ମଚାରୀଙ୍କୁ କିପରି ଓଦା ଓ ସୁଖିଲା ଅଳିଆ ପୃଥକ ଭାବରେ ସଂଗ୍ରହ କରି ଆଣିବା ଏବଂ ନିଜେ ସ୍ୱଚ୍ଛ ରହିବା ସହିତ ସହରକୁ କିପରି ସ୍ୱଚ୍ଛ ରଖିବା ନମନ୍ତେ ବୁଝାଇଥିଲେ । ନିର୍ବାହୀ ଅଧିକାରୀ ଶିବିରରେ ଯୋଗଦେଇଥିବା ସମସ୍ତ କର୍ମଚାରୀଙ୍କୁ ପ୍ରମାଣପତ୍ର ସହ ମାସ୍କ, ଗ୍ଲୋବ୍ସ, ସାବୁନ ଆଦି ବଣ୍ଟନ କରିଥିଲେ । ଏହି କାର୍ଯ୍ୟ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାକୁ କହିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସଫେଇ କର୍ମଚାରୀ, ସ୍ୱଚ୍ଛସାଥୀ,ଜମାଦାର ପ୍ରମୁଖ ଶତାଧିକ  ଯୋଗଦେଇଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031