Indus Valley Times

“ସ୍ୱାମୀ ତ ରହିଲେନି ବଳକା ଟଙ୍କାକୁ ନେଇ କରିବି କଣ”, ସାମ୍ନାକୁ ଆସିଲା ମୌସୁମୀଙ୍କ ମହାନତା

 Breaking News

“ସ୍ୱାମୀ ତ ରହିଲେନି ବଳକା ଟଙ୍କାକୁ ନେଇ କରିବି କଣ”, ସାମ୍ନାକୁ ଆସିଲା ମୌସୁମୀଙ୍କ ମହାନତା

“ସ୍ୱାମୀ ତ ରହିଲେନି ବଳକା ଟଙ୍କାକୁ ନେଇ କରିବି କଣ”, ସାମ୍ନାକୁ ଆସିଲା ମୌସୁମୀଙ୍କ ମହାନତା
January 18
11:06 2022

ଭଦ୍ରକ, ୧୮/୧: “ମୋ ସ୍ୱାମୀଙ୍କ ଚିକିତ୍ସା ପାଇଁ ବହୁ ମାତ୍ରାରେ ସାହାଯ୍ୟ ପାଇଥିଲି। ହେଲେ ସେ ତ ଆଖି ବୁଜିଦେଲେ, ଏବେ ପଇସା ଆଉ କ’ଣ କରିବି।” ସେହି ଟଙ୍କା ଆଉ କିଛି ପରିବାର ମୁହଁରେ ହସ ଫୁଟାଇବାରେ ସାହାଯ୍ୟ ହେଉ ।” ଏପରି କହି ନିଜ ମହାନତା ଦେଖାଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବହୁ ଚର୍ଚ୍ଚିତ ମୃତ ଅଭିଷେକ ମହାପାତ୍ରଙ୍କ ପତ୍ନୀ ମୌସୁମୀ । ଏପରିକି କୌଣସି ଲୋଭ କିମ୍ବା ଚାପର ବଶବର୍ତ୍ତୀ ନ ହୋଇ ମୌସୁମୀ ଗତକାଲି ଜିଲ୍ଲାପାଳଙ୍କୁ ୪୦ ଲକ୍ଷର ଚେକ୍ ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ସିଏମ୍ ଫଣ୍ଡକୁ ୩୦ ଲକ୍ଷ ଓ ଭଦ୍ରକ ଜିଲ୍ଲା ରେଡକ୍ରସ୍ ଫଣ୍ଡକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ବାସୁଦେବପୁର ମନ୍ଦାରୀ ଅଞ୍ଚଳର ଅଭିଷେକ ମହାପାତ୍ର ଗତବର୍ଷ ମେ ମାସରେ ବିବାହ କରିଥିଲେ। ବିବାହର ମାତ୍ର ୮ ଦିନ ପରେ ଅଭିଷେକ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ଆର୍ଥିକ ଅବସ୍ଥା ସ୍ୱଛଳ ନଥିବାରୁ, ତାଙ୍କ ନବ ବିବାହିତା ସ୍ତ୍ରୀ ବିଭିନ୍ନ ଗଣମାଧ୍ୟମ ଜରିଆରେ ଓ ସାମାଜିକ ଗଣମାଧ୍ୟମ ଜରିଆରେ ହାତ ଯୋଡି ଚିକିତ୍ସା ସହାୟତା ପାଇଁ ନିବେଦନ କରିଥିଲେ ।
ତେଣୁ ଓଡିଶା ସମେତ ବିଭିନ୍ନ ସ୍ଥାନରୁ ବହୁ ବଦାନ୍ୟ ବ୍ୟକ୍ତି ତାଙ୍କୁ ଆର୍ଥିକ ସହାୟତା କରିଥିଲେ । ଫଳରେ ଅଭିଷେକଙ୍କୁ ଏକମୋ ଚିକିତ୍ସା ପାଇଁ ଏୟାର ଲିଫ୍ଟିଂ କରି କୋଲକତା ନିଆଯାଇଥିଲା । ହେଲେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର ୩ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା ।
ହେଲେ ତାଙ୍କ ମୃତ୍ୟୁ ପରେ ଅଭିଷେକଙ୍କ ଚିକିତ୍ସା ପାଇଁ ପାଇଥିବା ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଫେରାଇ ଦେଇଛନ୍ତି ମୌସୁମୀ ।
ଗତକାଲି ମୃତ ଅଭିଷେକଙ୍କ ସହଧର୍ମିଣୀ ମୌସୁମୀ ମହାପାତ୍ର , ତାଙ୍କ ବାପା ଏବଂ ସମ୍ପର୍କୀୟମାନେ ଭଦ୍ରକ ଜିଲ୍ଲାପାଳଙ୍କ ନିକଟକୁ ଆସି ମୋଟ ୪୦ ଲକ୍ଷ ଟଙ୍କାର ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ୩୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏବଂ ୧୦ ଲକ୍ଷ ଟଙ୍କା ଜିଲ୍ଲା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରିଛନ୍ତି ।
ଏନେ ବରିଷ୍‌ଠ ଆଇନଜୀନୀ ଅତିଶ କୁମାର ୱେହେରା କହିଛନ୍ତି, ବିବାହର ୮ ଦିନ ପରେ ଅଭିଷେକ କରୋନାରେ ଆକ୍ରାନ୍ତ ହେବା ପରେ ଇକମୋ ଚିକିତ୍ସା ଆବଶ୍ୟକ ପଡ଼ିଲା। ସାହାଯ୍ୟ କରିବାକୁ ସୋଶାଲ ମିଡିଆରେ ଆକୁଳ ନିବେଦନ କରିଥିଲେ ମୌସୁମୀ ।
ଅଭିଷେକଙ୍କ ଜୀବନ ବଞ୍ଚାଇବା ପାଇଁ ଲୋକେ ୧୦ ଟଙ୍କାଠୁ ଆରମ୍ଭ କରି ୧୦ ହଜାର ପର‌୍ୟ୍ୟନ୍ତ ଟଙ୍କା ଦାନ କରିଥିଲେ। ହେଲେ ଭାଗ୍ୟର ବିଡମ୍ବନା, ଅଭିଷେକ ଚାଲିଗଲେ। ଏହାସତ୍ତ୍ୱେ ଲୋଭର ବଶବର୍ତ୍ତୀ ନ ହୋଇ, ଆଉ କେହି ରୋଗରେ ନ ପଡ଼ୁ, ରୋଗ ପାଇଁ କାହା ସଂସାର ଛାରଖାର ନ ହେଉ ଅନ୍ୟ ମୁହଁରେ ହସ ଫୁଟାଇବାକୁ ମୌସୁମୀ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଓ ଜିଲ୍ଲାପାଳଙ୍କ ରେଡକ୍ରସ ଫଣ୍ଡକୁ ୪୦ ଲକ୍ଷ ଦାନ କରିଛନ୍ତି।
ଏଥିସହ ସେ ଅନ୍ୟମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛନ୍ତି। ମୌସୁମୀଙ୍କ ଏପରି କାର‌୍ୟ୍ୟକୁ ଜିଲ୍ଲାପାଳଙ୍କ ସମେତ ଅନ୍ୟମାନେ ବି ପ୍ରଶଂସା କରିଛନ୍ତି।
ମୌସୁମୀଙ୍କ ଏହି କାର୍ଯ୍ୟ ବେଶ୍ ପ୍ରଶଂସନୀୟ। ସ୍ୱାମୀଙ୍କ ମୃତ୍ୟୁ ପରେ ବି ସେ ବିଭିନ୍ନ ଲୋକଙ୍କଠାରୁ ସାହାଯ୍ୟ ସୂତ୍ରରେ ପାଇଥିବା ଟଙ୍କା ଫେରାଇ ଦେଇଛନ୍ତି। ଏବେ ଏହି ଟଙ୍କା ଅନ୍ୟମାନଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031