Indus Valley Times

ସ୍ୱାସ୍ଥ୍ୟ ବିଭାଗ ଜାରି କଲା ଏସଓପି: କରୋନା ଆକ୍ରାନ୍ତ ଖାଇ ପରିବେ ଫାଭିପିରାଭିର ଔଷଧ

 Breaking News

ସ୍ୱାସ୍ଥ୍ୟ ବିଭାଗ ଜାରି କଲା ଏସଓପି: କରୋନା ଆକ୍ରାନ୍ତ ଖାଇ ପରିବେ ଫାଭିପିରାଭିର ଔଷଧ

October 03
20:02 2020

ନୂଆଦିଲ୍ଲୀ,୩/୧୦ : କରୋନା ଆକ୍ରାନ୍ତଙ୍କ ପାଇଁ ଫାଭିପିରାଭିର େଓøଷଧ ଆସିଲା । ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏସଓପି ଜାରିକରିଛି ।
ରାଜ୍ୟର ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିସନର ଓ ସିଡିଏମଓଙ୍କୁ ଚିଠି ଲେଖି କୁହାଯାଇଛି ଯେ, ଘରୋଇ ସଂଗରୋଧରେ ଥିବା କରୋନା ଆକ୍ରାନ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଖାଇ ପାରିବେ ଫାଭିପିରାଭିର୍ ବଟିକା । ଏଥିପାଇଁ ରୋଗୀଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦେବ ସ୍ବାସ୍ଥ୍ୟ ବିଭାଗର ରାପିଡ୍ ରେସପନ୍ସ ଟିମ୍ । ଆବଶ୍ୟକ ସ୍ଥଳେ ଆକ୍ରାନ୍ତଙ୍କ ସହ ପରିବାର କିମ୍ବା ସଂପର୍କୀୟଙ୍କୁ ଟାବଲେଟ୍ ଖାଇବା ବାବଦରେ ସବିଶେଷ ସୂଚନା ଦିଆଯିବ। ଏପରିକି ଏହାର ପାର୍ଶ୍ବ ପ୍ରତିକ୍ରିୟା କିଭଳି ଓ ଏଥି ଲାଗି କି ପ୍ରକାର ସାବଧାନତା ଗ୍ରହଣ କରାଯିବ ସେ ବାବଦରେ ମଧ୍ୟ ସୂଚନା ଦିଆଯିବ।
ତେବେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ହି ଫାଭିପିରାଭର୍ ଖାଇବାକୁ କୁହାଯାଇଛି । ଟାବଲେଟ ଭାଙ୍ଗିବା କିମ୍ବା ଚୋବାଇବା ପାଇଁ ବାରଣ କରାଯାଇଛି । ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଖାଇବା ପରେ ଏହାକୁ ନେଇ ପାରିବେ । କିନ୍ତୁ ଦିନର ନିର୍ଦିଷ୍ଟ ସମୟରେ ହିଁ ଖାଇବେ । ପ୍ରଥମ ଦିନରେ ୧୮ଶହ ମିଲିଗ୍ରାମ ଲେଖାଏଁ ଦିନକୁ ୨ ଥର ଏବଂ ଦ୍ୱିତୀୟ ଦିନରେ ୮ଶହ ମିଲିଗ୍ରାମ ଦିନକୁ ୨ଟି ଲେଖାଏଁ ବଟିକା ଖାଇପାରିବେ । ୬୦ ବର୍ଷରୁ ଅଧିକ କରୋନା ଆକ୍ରାନ୍ତ ଟାବଲେଟ୍ ଖାଇବା ପରେ ହେଇଥିବା ପାର୍ଶ୍ବ ପ୍ରତିକ୍ରିୟା ବାବଦରେ ନିୟମିତ ଡାକ୍ତରଙ୍କୁ ଜଣାଇବେ । ଏସଓପିରେ କହାଯାଇଛି, ଫାଭିପିରାଭିର୍ ଖାଇବା ପରେ ରକ୍ତରେ ୟୁରିକ୍ ଏସଡିର ମାତ୍ରା ବଢିବା, ଡାଇରିଆ, ଶ୍ୱେତ ରକ୍ତକଣିକା ବୃଦ୍ଧି ଭଳି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031