Indus Valley Times

ହକି ବିଶ୍ୱକପ୍, ସୋମବାରଠୁ ଅଫଲାଇନରେ ମିଳିବ ଟିକେଟ୍

 Breaking News

ହକି ବିଶ୍ୱକପ୍, ସୋମବାରଠୁ ଅଫଲାଇନରେ ମିଳିବ ଟିକେଟ୍

ହକି ବିଶ୍ୱକପ୍, ସୋମବାରଠୁ ଅଫଲାଇନରେ ମିଳିବ ଟିକେଟ୍
December 19
10:57 2022

ଭୁବନେଶ୍ୱର,୧୯/୧୨: ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ ହକି ପାଇଁ ଆଜିଠୁ ଅଫ୍ଲାଇନ୍ ଟିକେଟ ବିକ୍ରି ହେବ। ଉଭୟ ଭୁବନେଶ୍ୱର ଓ ରାଉଲକେଲାରେ ବିକ୍ରି ହେବ ଏହି ଟିକେଟ୍।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ୍ ଏବଂ ରାଉରକେଲା ବିର୍ଶା ମୁଣ୍ଡା ଷ୍ଟାଡିୟମର ଦୁଇ ଓ ଛଅ ନମ୍ବର ଗେଟରେ ମିଳିବ ଟିକେଟ। ଦିନ ୧୧ଟାରୁ ସଂଧ୍ୟା ୭ଟା ମଧ୍ୟରେ ଟିକେଟ ବିକ୍ରି କରାଯିବ। ତେବେ କାଉଣ୍ଟରରେ କେତେ ଟିକେଟ ବିକ୍ରି ହେବ ସ୍ପଷ୍ଟ କରି ନାହିଁ ହକି ଇଣ୍ଡିଆ। ଯାହାକୁ ନେଇ ଉତ୍କଣ୍ଠାରେ ହକି ପ୍ରେମୀ।
୨୦୧୮ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିଶ୍ୱକପ ବେଳେ ଘଣ୍ଟା ଘଣ୍ଟା ଲାଇନରେ ଠିଆ ହୋଇଥିଲେ ବି ଟିକେଟ୍ ନପାଇ ନିରାଶ ହୋଇଥିଲେ ଅନେକ ଖେଳ ପ୍ରେମୀ। ତେଣେ ନଭେମ୍ବର ୨୫ରୁ ଅନ୍ଲାଇନରେ ଟିକଟ ବିକ୍ରି ଆରମ୍ଭ ହୋଇଛି। ମାତ୍ର ସାଇଟ୍ ଖୋଲୁ ଖୋଲୁ ଟିକେଟ୍ ସରିଯାଇଥିଲା। ତେଣୁ ଏଥର ବି ଖେଳ ଦେଖିବାର ସୁଯୋଗ ପାଇବେ ନା ନାହିଁ ତାକୁ ନେଇ ବଢିଛି ହକି ପ୍ରେମୀଙ୍କ ଉତ୍କଣ୍ଠା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031