Indus Valley Times

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

 Breaking News

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ
January 10
14:43 2023

କଟକ,୧୦/୧: ଆସନ୍ତାକାଲି ହେଉଛି ପୁରୁଷ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ। କଟକର ବାରବାଟୀ ଷ୍ଟାଡିୟମରେ ଏଥିପାଇଁ କରାଯାଇଛି ବିଶେଷ କାର‌୍ୟ୍ୟକ୍ରମର ଆୟୋଜନ। ଆଉ ଏହି ଉଦ୍ଘାଟନୀ ଉତ୍ସବ ପାଇଁ ଆସନ୍ତାକାଲି କଟକ ସହରରେ ଥିବା ସମସ୍ତ ସ୍କୁଲ୍, କଲେଜ ଗୁଡ଼ିକୁ ଦିନ ୨ଟାରୁ ଛୁଟି କରି ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ।
କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି, ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ କଟକରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ କଲେଜ ଦିନ ୨ଟାରୁ ବନ୍ଦ ରହିବ।
କଟକରେ ଉଦ୍ଘାଟନୀ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ସୂଚନାଯୋଗ୍ୟ, ଆସନ୍ତା ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍ ମ୍ୟାଚ୍ଗୁଡ଼ିକ ଖେଳା ଯିବ। ଏଥିପାଇଁ ବିଭିନ୍ନ ଦେଶର ଖେଳାଳିମାନେ ଭୁବନେଶ୍ୱର ଓ ରାଉରକେଲାରେ ପହଞ୍ଚି ସାରିଲେଣି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031