Indus Valley Times

ହକି ବିଶ୍ୱକପ ଟ୍ରଫି ପରିକ୍ରମା ଓ ପଲ୍ଲିଶ୍ରୀ ମେଳା ପାଇଁ ବୌଦ୍ଧ ଜିଲ୍ଲାପାଳ ସମ୍ବର୍ଦ୍ଧିତ

 Breaking News

ହକି ବିଶ୍ୱକପ ଟ୍ରଫି ପରିକ୍ରମା ଓ ପଲ୍ଲିଶ୍ରୀ ମେଳା ପାଇଁ ବୌଦ୍ଧ ଜିଲ୍ଲାପାଳ ସମ୍ବର୍ଦ୍ଧିତ

ହକି ବିଶ୍ୱକପ ଟ୍ରଫି ପରିକ୍ରମା ଓ ପଲ୍ଲିଶ୍ରୀ ମେଳା ପାଇଁ ବୌଦ୍ଧ ଜିଲ୍ଲାପାଳ ସମ୍ବର୍ଦ୍ଧିତ
February 25
20:55 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୨:ବିଶ୍ୱକପ ହକି ଟ୍ରଫି ଜିଲ୍ଲା ପରିକ୍ରମା ଏବଂ ବୌଦ୍ଧ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ସଫଳ ଆୟୋଜନ ପାଇଁ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି ।
ଏହି ଅବସରରେ ଭୂବନେଶ୍ୱର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା,ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,୫ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତଥିଲେ ।
ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶୁକ୍ରବାର ଦିନ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ଅବସରରେ ଜିଲ୍ଲାପାଳ ଶ୍ରୀ ସାହୁ ସଂପୁର୍ଣ୍ଣ ଜିଲ୍ଲାପ୍ରଶାସନର ଟିମ୍ କୁ ଏହି ସଫଳତାର ଶ୍ରେୟ ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।
ପ୍ରକାଶ ଥାଉକି, ରାଜ୍ୟରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିବା ହକି ବିଶ୍ୱକପ ଅବସରରେ ଏହାର ଟ୍ରଫିକୁ ସମସ୍ତ ଜିଲ୍ଲା ପରିକ୍ରମା କରାଯାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାବ୍ୟତୀତ ବିଶ୍ୱକପ ହକି ଅବସରରେ ସମସ୍ତ ଜିଲ୍ଲାକୁ ଉତ୍ସବ ମୁଖର କରିବା ପାଇଁ କ୍ରିଡା ମହୋତ୍ସବ ସହିତ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାମାନ ଆୟୋଜନ କରାଯାଇଥିଲା ।
ଏହି ପରିପ୍ରେକ୍ଷିରେ ଜିଲ୍ଲାପାଳ ସତ୍ୟ ରଂଜନ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯିବା ସହିତ ସଂପୁର୍ଣ୍ଣ ଜିଲ୍ଲା ପରିକ୍ରମା କରାଯାଇଥିଲା । ବିଶ୍ୱକପ ହକି ଅବସରରେ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାକୁ ମଧ୍ୟ ଆକର୍ଷଣୀୟ ଢଙ୍ଗରେ ପାଳନ କରାଯିବା ସହିତ ମହୋତ୍ସବ ମଂଚରେ ପ୍ରତିଦିନ ବିରାଟ ଏଲଇଡି ସ୍କିନରେ ହକି ବିଶ୍ୱକପର ସିଧା ପ୍ରସାରଣକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ ।
ଜିଲ୍ଲାରେ ସଫଳତାର ସହିତ ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କୁ ପୁରସ୍କୃତ କରାଯିବା ସହିତ ମାନପତ୍ର ପ୍ରଦାନ କରାଯାଇଛି । ବୌଦ୍ଧଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭା ଅବସରରେ ଅତିରକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ,ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର,ତହସିଲଦାର ଦେବୀ ପ୍ରସାଦ ଦାଶ,ଡେପୁଟି କଲେକ୍ଟର ଝରଣା ପ୍ରଧାନ,ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା,ଅଧ୍ୟାପକ ପ୍ରବୀର କୁମାର ଦାସ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031