Indus Valley Times

ହଷ୍ଟେଲରେ ଝୁଲୁଛି ଏମବିଏ ଛାତ୍ରୀଙ୍କ ମୃତଦେହ

 Breaking News

ହଷ୍ଟେଲରେ ଝୁଲୁଛି ଏମବିଏ ଛାତ୍ରୀଙ୍କ ମୃତଦେହ

January 01
14:18 2022

ଭୁବନେଶ୍ୱର, ୧/୧: ଜଣେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ଉକ୍ତ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଇନଫୋସିଟି ଥାନା ପୁଲିସ। ମିଳିଥିବା ସୂଚନା ଅନୁଯାୟୀ ଇନଫୋସିଟି ଥାନା ଅନ୍ତର୍ଗତ ସୃଷ୍ଟି ଏକାଡେମି ଅଫ ମ୍ୟାନେଜମେଣ୍ଟ ନିକଟରେ ଥିବା ଏକ ଛାତ୍ରୀନିବାସରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।
ଉକ୍ତ ଯୁବତୀଜଣକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଯୁବତୀଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ। ମୃତକ ଘରୋଇ କଲେଜର ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ବୋଲି ଜଣାଯାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031