Indus Valley Times

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ବିଧାୟକ ଅନୁପ ସାଏ

 Breaking News

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ବିଧାୟକ ଅନୁପ ସାଏ

October 16
12:31 2020

ରାଇଗଡ଼/ବ୍ରଜରାଜନଗର,୧୬/୧୦: ଅନ୍ତରୀଣ ଜାମିନରେ ଆସି ହସ୍ପିଟାଲ୍ରେ ଭର୍ତ୍ତି ହେଲେ ପୂର୍ବତନ ବିଧାୟକ ଅନୁପ ସାଏ। ଛତିଶଗଡ଼ ରାଇଗଡ଼ର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।
ବ୍ରଜରାଜନଗରର ବହୁ ଚର୍ଚ୍ଚିତ ମା’ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଅନ୍ତରୀଣ ଜାମିନ ଦେବା ପରେ ଏବେ ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଖବର ମିଳିଛି । ଗତ ସେପ୍ଟେମ୍ବର ୨୫ ତାରିଖରେ ଅନୁପ ସାଏଙ୍କୁ ଜାମିନ ମିଳିଥିବା ଜଣାଯାଇଛି । ଅନୁପଙ୍କ ପରିବାର ପକ୍ଷରୁ ଜାମିନ ସୂଚନା ଦିଆଯିବା ସହ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଇଛି । ଏହି ମାମଲାରେ ଅନୁପଙ୍କ ସହ ଗିରଫ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଜାମିନ ମିଳିନାହିଁ ।
୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଗୁରୁତର ସ୍ୱାସ୍ଥାବସ୍ଥା ଯୋଗୁ ୨ ମାସ ପାଇଁ ଅନୁପଙ୍କୁ ଅନ୍ତରୀଣ ଜାମିନ ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031