Legatus

ହାଇଟେକ୍ ହସ୍ପିଟାଲ ଟ୍ରାଜେଡି, ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ

 Breaking News

ହାଇଟେକ୍ ହସ୍ପିଟାଲ ଟ୍ରାଜେଡି, ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ

ହାଇଟେକ୍ ହସ୍ପିଟାଲ ଟ୍ରାଜେଡି, ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ
January 06
09:05 2024

ଭୁବନେଶ୍ବର, ୬/୧: ହାଇଟେକ ଏସି ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦିଲ୍ଲୀପ ସାମନ୍ତରାୟ। ଗୁରୁତର ଥିବା ଦିଲୀପ ସାମନ୍ତରାୟ ଆଖି ବୁଜିଛନ୍ତି। ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ଆଖି ବୁଜିଛନ୍ତି ଦିଲୀପ। ଏନେଇ ହାଇଟେକ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ହାଇଟେକ୍ ହସ୍ପିଟାଲ୍ ବିସ୍ଫୋରଣରେ ଜୀବିତଙ୍କୁ ମୃତ, ମୃତଙ୍କୁ ଜୀବିତ ବୋଲି ଭାବିନେବାରୁ ଯାହାସବୁ ହୋଇଥିଲା, ଆଜି ତା’ର ପ୍ରଭାବ ଦେଖିବାକୁ ମିଳିଥିଲା। ଜ୍ୟୋତି ରଞ୍ଜନ ମଲ୍ଲିକ ଚିକିତ୍ସିତ ହେଉଛନ୍ତି ବୋଲି ନିଶ୍ଚିତ ହୋଇ ଅପେକ୍ଷାରେ ଥିବା ତାଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ଆଜି ହଠାତ୍ ତାଙ୍କର ମୃତ୍ୟୁ ଖବର ପାଇଥିଲେ। ଏମିତିକି ତାଙ୍କ ଶବଦାହ ମଧ୍ୟ ସରିଛି ବୋଲି ସେମାନଙ୍କୁ ଜଣାଇଦିଆଯାଇଥିଲା।
ଏହି ଖବର ପାଇ ସେମାନେ ହତବାକ୍ ହୋଇଯାଇଥିଲେ। ସେମାନେ ବିଶ୍ବାସ କରିପାରିନଥିଲେ। ସେମାନେ ତାଙ୍କୁ ଫେରିପାଇବା ପାଇଁ ଜିଦ୍ ଧରିଥିଲେ। ଜୀବିତ ନ ହେଲେ ନାହିଁ, ତାଙ୍କ ମୃତ ଶରୀର ଫେରାଇବାକୁ କହିଥିଲେ। ଏହି ଦାବି ନେଇ ସେମାନେ ହସ୍ପିଟାଲ୍ ସମ୍ମୁଖରେ ଧାରଣା ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥିତି ବିଗିଡ଼ିବାରୁ ମଞ୍ଚେଶ୍ବର ଥାନା ପୁଲିସ, ଏଡିସିପି ପ୍ରକାଶ ପାଲ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୁଝାସୁଝା ପାଇଁ ସେମାନେ ପହଞ୍ଚିବା ପରେ ଜ୍ୟୋତିରଂଜନଙ୍କ ପରିବାର ଲୋକେ ସେମାନଙ୍କୁ ଓ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ କାନ୍ଦି କାନ୍ଦି ଗୁହାରି କରିଥିଲେ। ଏମିତି କି ସେମାନଙ୍କ ଗୋଡ଼ ଧରିବାକୁ ବି ପଛାଇନଥିଲେ। ଶୋକ ଭିତରେ ଗତକାଲି ସକାଳୁ ଅପରାହ୍ଣ ପର‌୍ୟ୍ୟନ୍ତ ଏଭଳି ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା ହସ୍ପିଟାଲ୍ ପରିସରରେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31