Indus Valley Times

ହାଡଭଙ୍ଗା ଜାଡରେ ଥରିବ ରାଜ୍ୟ, ୩ରୁ ୫ ଡିଗ୍ରୀ ଖସିବ ପାରଦ

 Breaking News

ହାଡଭଙ୍ଗା ଜାଡରେ ଥରିବ ରାଜ୍ୟ, ୩ରୁ ୫ ଡିଗ୍ରୀ ଖସିବ ପାରଦ

ହାଡଭଙ୍ଗା ଜାଡରେ ଥରିବ ରାଜ୍ୟ, ୩ରୁ ୫ ଡିଗ୍ରୀ ଖସିବ ପାରଦ
January 06
10:23 2023

ଭୁବନେଶ୍ବର,/୬୧ : ରାଜ୍ୟକୁ ଶୀତ ଫେରିଛି। ତାପମାତ୍ରା ଧୀରେ ଧୀରେ ଖସିବା ଆରମ୍ଭ ହୋଇଗଲାଣି। ୨୪ ଘଣ୍ଟା ପରେ ତାପମାତ୍ରା ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ।
ଫଳରେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତରାତିରେ ଦ୍ବୈତନଗରୀ ଭୁବନେଶ୍ବର ଓ କଟକର ରାତି ତାପମାତ୍ରାରେ ହ୍ରାସ ଦେଖିବାକୁ ମିଳିଥିଲା। କଟକର ସର୍ବନିମ୍ନ ୧୫.୨ଡିଗ୍ରି ଓ ଭୁବନେଶ୍ବରରେ ୧୫.୮ ଡିଗ୍ରି ରହିଥିଲା।
ସେହିପରି ଗତ ମଧ୍ୟରାତିରୁ ଆରମ୍ଭ ହୋଇଥିବା କୁହୁଡ଼ି ଗୁରୁବାର ପୂର୍ବାହ୍ଣ ପ୍ରାୟ ୧୧ଟା ପର‌୍ୟ୍ୟନ୍ତ ଦେଖିବାକୁ ମିଳିଥିଲା। ସକାଳେ କୁହୁଡ଼ିର ଘନତ୍ବ ଅଧିକ ରହିଥିଲା। କଟକ ଓ ଅନୁଗୁଳରେ ଦୃଶ୍ୟମାନ ଦୂରତା ୧୦୦ ମିଟର, ବଲାଙ୍ଗୀରରେ ୧୫୦ ମିଟର ଓ ଫୁଲବାଣୀରେ ୨୦୦ ମିଟର ରହିଥିଲା। ଭବାନୀପାଟଣା, ବାରିପଦା, ସମ୍ବଲପୁର ଓ ହୀରାକୁଦରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା।
ଆଜି ରାଜ୍ୟର ପାଗ ମୁଖ୍ୟତଃ ଖରାଟିଆ ଓ ଶୁଖିଲା ରହିବ। ରାତିରେ ଶୀତର ପ୍ରକୋପ ବଢ଼ିବା ସହ କୁହୁଡ଼ି ପଡ଼ିବ। ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳର ସର୍ବନିମ୍ନ ତାପମାତ୍ରା ଦେଢ଼ ଡିଗ୍ରି ଯାଏ ତଳକୁ ଖସି ୧୪ ଡିଗ୍ରି ପାଖାପାଖି ରହିବ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031