Indus Valley Times

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

 Breaking News

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି
April 09
11:22 2023

ବୌଦ୍ଧ,୯/୪: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନା ସମାରୁ ସାହୁ। ତାଙ୍କୁ ୬୫ ବର୍ଷ ହୋଇଛି।
ଗତକାଲି ରାତ୍ରି ପ୍ରାୟ ୧୨ ବେଳେ ସମାରୁ ଶୌଚ ହେବା ପାଇଁ ଘର ପଛ ପଟେ ଥିବା ପୋଖରୀ ନିକଟକୁ ଯାଇଥିଲେ। ସେହି ସମୟରେ ପାଖ ଜଙ୍ଗଲରୁ ପୋଖରୀକୁ ପାଣି ପିଇବାକୁ ଆସିଥିବା ଏକ ହାତୀ ସମାରୁଙ୍କୁ ଆକ୍ରମଣ କରିଥିଲା।
ହାତୀର ଗର୍ଜନ ଶୁଣି ପରିବାର ଲୋକ ଲାଇଟ ଧରି ଧାଇଁ ଆସିଥିଲେ ଓ ହାତୀକୁ ଘଉଡ଼ାଇ ଥିଲେ। ଗୁରୁତର ସମାରୁଙ୍କୁ ସେମାନେ ଉଦ୍ଧାର କରି ସୋନପୁର ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଛି।
ସୂଚନାଯୋଗ୍ୟ, ରାଜ୍ୟରେ ହାତୀ ମଣିଷ ଲଢ଼େଇ ଜାରି ରହିଛି। କେତେବେଳେ ହାତୀ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ଯାଉଛି ତ କେତେବେଳେ ଶିକାରୀ ତଥା ସାଧାରଣ ଲୋକଙ୍କ ହାତରେ ଯାଉଛି ହାତୀଙ୍କ ଜୀବନ। ସେହିପରି ବିଦ୍ୟୁତ୍ ଆଘାତ ଓ ଟ୍ରେନ୍ ଧକ୍କାରେ ପ୍ରତି ବର୍ଷ ଯାଉଛି ହାତୀଙ୍କ ଜୀବନ। ଗତ ୧୦ ବର୍ଷରେ ହାତୀ ୯୨୫ ଜଣଙ୍କୁ ମାରିଥିବା ବେଳେ ବିଭିନ୍ନ କାରଣରୁ ୭୮୪ ହାତୀଙ୍କ ମୃତ୍ୟୁ ଘଟିଛି। ଗତ ମାସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଏହି ତଥ୍ୟ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031