Indus Valley Times

ହାତ ପାହାନ୍ତାରେ ମିଳିଲା ସରକାରୀ ସୁବିଧା, ୪୦ ରୁ ଊର୍ଦ୍ଧ୍ୱ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ କଲା ବିଭାଗ

 Breaking News

ହାତ ପାହାନ୍ତାରେ ମିଳିଲା ସରକାରୀ ସୁବିଧା, ୪୦ ରୁ ଊର୍ଦ୍ଧ୍ୱ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ କଲା ବିଭାଗ

ହାତ ପାହାନ୍ତାରେ ମିଳିଲା ସରକାରୀ ସୁବିଧା, ୪୦ ରୁ ଊର୍ଦ୍ଧ୍ୱ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ କଲା ବିଭାଗ
March 21
13:03 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୧/୩ : କନ୍ଧମାଳ ଜିଲାରେ ଖାଦ୍ୟ ନିରାପତ୍ତାକୁ ଅଧିକା ଗୁରୁତ୍ୱ ଦିଆଯାଇଛି। ସମସ୍ତ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଖାଦ୍ୟ ନିରାପତ୍ତାକୁ କିଭଳି ପାଳନ କରିବେ ସେନେଇ ସଚେତନ କରାଯିବା ସହ ସେମାନଙ୍କୁ ଏହି ବ୍ୟବସାୟ କରିବା ପାଇଁ ନାମ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି।
ଗୁରୁବାର ଉପଖଣ୍ଡ ଚିକିତ୍ସାଳୟର ସଭାଗୃହ ପରିସର ମଧ୍ୟରେ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପଞ୍ଜୀକରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୦ ରୁ ଊର୍ଦ୍ଧ୍ୱ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ କରାଯାଇଛି ।
ଏଥିରେ ଜିଲା ଖାଦ୍ୟ ନିରାପତ୍ତା ପ୍ରାଧିକାରଣର ଅଧିକାରୀ ସତ୍ୟବ୍ରତ ଷେଣ୍ଢ , ବାଲିଗୁଡା ମେଡିକାଲ ଏସଡିଏମଓ ଡକ୍ଟର ଶ୍ରବଣ ସାହୁକର ପ୍ରମୁଖ ଉପସ୍ଥିତ ରହି ସମସ୍ତ ବ୍ୟବସାୟୀମାନଙ୍କୁ ଖାଦ୍ୟ ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ସହ ଅନଲାଇନ ପଞ୍ଜୀକୃତ କରାଇଥିଲେ।
ଯେଉଁ ମାନେ ଏହି ଶିବିରରେ ପଞ୍ଜୀକୃତ କରିବାରୁ ବଞ୍ଚିତ ହୋଇଛନ୍ତି ସେମାନେ ଅନଲାଇନରେ ପଞ୍ଜୀକୃତ କରାଇପାରିବେ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ଷେଣ୍ଢ କହିଛନ୍ତି ଯେ ଜିଲାର ବିଭିନ୍ନ ବ୍ଲକରେ ଏଭଳି ଶିବିର କରାଯାଇ ପଞ୍ଜୀକୃତ କରାଯାଉଛି।
ପ୍ରଥମେ ଜି.ଉଦୟଗିରି ବ୍ଲକରେ ଏହି ମେଳା ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ବ୍ଲକ ଭାବେ ଦାରିଙ୍ଗବାଡି ଏବଂ ତୃତୀୟ ବ୍ଲକ ଭାବେ ବାଲିଗୁଡାରେ ଏହି ମେଳାର ଆୟୋଜନ କରାଯାଇଥିବା ସେ କହିଛନ୍ତି।
ହାତ ପାହାନ୍ତାରେ ବ୍ୟବସାୟୀ ମାନଙ୍କ ପଞ୍ଜୀକୃତ ହୋଇଥିବାରୁ ବାଲିଗୁଡା ବ୍ଲକ ଅଞ୍ଚଳର ବ୍ୟବସାୟୀ ମାନେ ଜିଲା ପ୍ରଶାସନ ଓ ଖାଦ୍ୟ ନିରାପତ୍ତା ପ୍ରାଧିକରଣ ବିଭାଗକୁ ସାଧୁବାଦ ଜଣାଇଛନ୍ତି।
ଏହାଦ୍ୱାରା ବ୍ୟବସାୟୀ ଏବଂ ଜିଲା ପ୍ରଶାସନ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇପାରିଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031