Legatus

ହାତ ଯୋଡି କ୍ଷମା ମାଗିଲେ ମନୋଜ ମୁନ୍ତାଶିର, କହିଲେ-ଆଦିପୁରୁଷ ପାଇଁ ଭାବନାକୁ ଆଘାତ ଲାଗିଛି

 Breaking News

ହାତ ଯୋଡି କ୍ଷମା ମାଗିଲେ ମନୋଜ ମୁନ୍ତାଶିର, କହିଲେ-ଆଦିପୁରୁଷ ପାଇଁ ଭାବନାକୁ ଆଘାତ ଲାଗିଛି

July 08
20:03 2023

ନୂଆଦିଲ୍ଲୀ,୮/୭: ‘ଆଦିପୁରୁଷ’ର ସଂଳାପ ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏହାର ଲେଖକ ମନୋଜ ମୁନ୍ତାଶିର୍ ଆଜି ଯୋଡ଼ହସ୍ତରେ ଦର୍ଶକଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।
ହେଲେ ତାଙ୍କର କ୍ଷମା ପ୍ରାର୍ଥନାକୁ ଦର୍ଶକ ଗ୍ରହଣ କରିନଥିବା ଦେଖାଯାଇଛି। ବହୁତ ବିଳମ୍ବରେ କ୍ଷମା ପ୍ରାର୍ଥନା କରିଛ ବୋଲି କିଛି ଲୋକ କହିଥିବା ବେଳେ ଆଉ କିଛି ଲୋକ କହିଛନ୍ତି, ଆମେ ‘ଆଦିପୁରୁଷ’ ନିର୍ମାତାଙ୍କୁ କେବେ ବି କ୍ଷମା କରିପାରିବୁ ନାହିଁ।
ମନୋଜ ଟ୍ବିଟ କରି କ୍ଷମା ପ୍ରାର୍ଥନା କରିଥିବା ବେଳେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଉତ୍ତରଦାୟିତ୍ବରୁ ରକ୍ଷା ପାଇବା ପାଇଁ ଏବଂ ଫିଲ୍ମ ସଫଳ ନହେବାର ସବୁ ଦୋଷ ଦର୍ଶକଙ୍କୁ ଦେବା ପାଇଁ ଏହା ହେଉଛି ଏକ କୌଶଳ। କ୍ଷମା ପ୍ରାର୍ଥନା ଗ୍ରହଣୀୟ ନୁହେଁ। ହନୁମାନଜୀ ସବୁ ଦେଖୁଛନ୍ତି। ବର୍ତ୍ତମାନ ବହୁତ ବିଳମ୍ବ ହୋଇଛି।
ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି, “ପ୍ରଥମେ ସେ ଅହଂକାର ସହ ବିଭିନ୍ନ ନିଉଜ ଚ୍ୟାନେଲର ଷ୍ଟୁଡିଓକୁ ଯାଇ ନିଜ କାମକୁ ଯଥାର୍ଥ ବୋଲି ପ୍ରମାଣ କରିବାକୁ ଚାହିଲେ। ଏବେ ସେ କ୍ଷମା ମାଗୁଛନ୍ତି କାରଣ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହୁଁଛନ୍ତି।”

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930