Indus Valley Times

ହେଡ଼ଲାଇନ୍ସ

 Breaking News

ହେଡ଼ଲାଇନ୍ସ

ହେଡ଼ଲାଇନ୍ସ
March 28
19:52 2022

ଲୁଚକାଳି ଖେଳ ଖତମ୍ :କ୍ରାଇମବ୍ରାଞ୍ଚ ଜାଲରେ ଧରା ପଡ଼ିଲେ ଶର୍ମିଷ୍ଠା

ଶେଷ ହେଲା ଶର୍ମିଷ୍ଠା ରାଉତଙ୍କ ଲୁଚାଛପା ଖେଳ । ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଜି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠ ଓ ତାଙ୍କ ସହଯୋଗୀ ଝୁନା ଭୋଇ ଭୋଇଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଉଭୟଙ୍କୁ ଭଦ୍ରକ ଜିଲ୍ଲାର ନଳାଙ୍ଗ ଅଞ୍ଚଳରୁ ସୋମବାର ସକାଳେ ଗିରଫ କରାଯାଇଥିବାର ସୂଚନା ରହିଛି। ଆଜି ଉଭୟଙ୍କୁ ଚାନ୍ଦବାଲିର ଜେଏମଏଫସି କୋର୍ଟରେ ହାଜର କରାଯିବ। ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣିବା ଲାଗି ପୁଲିସ ଆବେଦନ କରିବ ବୋଲି ସୂଚନା ମିଳିଛି।
ସପ୍ତମ ବେତନ କମିସନର ଶେଷ ୨୦% ବକେୟା ଦେୟ ପ୍ରଦାନ ହେବ
ସପ୍ତମ ବେତନ କମିସନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି। ଏହାଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିସନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ। ପୂର୍ବରୁ ଏହି ବକେୟାର ୮୦ ପ୍ରତିଶତ ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ୨୦୨୧-୨୨ ଅତିରିକ୍ତ ବଜେଟ୍ରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କର୍ମଚାରୀମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମା ରେ ପାଇପାରିବେ ।
ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
‘ବିବିସି ଇଣ୍ଡିଆନ୍ ସ୍ପୋର୍ଟସ୍ୱମାନ୍ ଅଫ୍ ଦି ଇୟର୍ (ଆଇଏସ୍ଡବ୍ଲୁଓଟିୱାଇ) ପୁରସ୍କାର କାର‌୍ୟ୍ୟକ୍ରମ’ରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି।
ସନ୍ଧ୍ୟାବେଳେ ସେଠାରୁ ବାହାରି ‘ତାଜ୍ ପାଲେସ୍ ହୋଟେଲ୍’ରେ ଆୟୋଜିତ ହେବାକୁ ଥିବା ‘ବିବିସି ଇଣ୍ଡିଆନ୍ ସ୍ପୋର୍ଟସ୍ୱମାନ୍ ଅଫ୍ ଦି ଇୟର୍ (ଆଇଏସ୍ଡବ୍ଲୁଓଟିୱାଇ) ପୁରସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ ରାତି ୮.୩୦ରେ ପୁଣି ୩- ଡକ୍ଟର୍ ଏ.ପି.ଜେ. ଅବ୍ଦୁଲ୍ କଲାମ୍ ରୋଡସ୍ଥିତ ବାସଭବନକୁ ପ୍ରତ୍ୟାବର୍ତ୍ତନ କରିବେ।
ଏହାପରେ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ ଆଉ ଦୁଇ ଦିନ ଦିଲ୍ଲୀରେ ରହିବେ ବୋଲି ସୂଚନା ମିଳିଛି। ୨୯ ଓ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅବସ୍ଥାନ କରି ସଂସଦ ଭବନ ଗସ୍ତ କରି ରାଜ୍ୟର ବିଭିନ୍ନ କାର‌୍ୟ୍ୟକ୍ରମକୁ ତ୍ବରାନ୍ବିତ କରିବା ନେଇ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ଆଲୋଚନା କରିବେ ।

ରଣକ୍ଷେତ୍ର ପାଲଟିଲା ପଶ୍ଚିମବଙ୍ଗ ବିଧାନ ସଭା
ବଜେଟ ଅଧିବେଶନର ଶେଷ ଦିନରେ ଗୃହ ଭିିତରେ ହାତାହାତି ହେଲେ ବିଜେପି ଓ ଟିଏମ୍ସି ବିଧାୟକ । ଏଥିରେ ଟିଏମ୍‌ସି ବିଧାୟକ ଅସିତ୍ ମଜୁମଦାର ଆହାତ ହେବା ସହିତ ହସ୍ପିଟାରେ ଭତ୍ତି ହୋଇଛନ୍ତି । ଅଧିବେଶନ ଆରମ୍ଭ ହେବାର କିଛି ସମୟ ପରେ ବିଜେପି ବିଧାୟକ ମନୋଜ ତାଗି ଏବଂ ଟିଏମ୍ ସି ର ଅସିଦ୍ ମଜୁମ ଦାରଙ୍କ ମଧ୍ୟରେ ବଚସା ହୋଇଥିଲା ।
ମାର୍ପିଟ୍ ଘଟଣା ପରେ ବିଜେପି ବିଧାୟକ ବିଧାନସଭାରୁ ବାହାରକୁ ଚାଲି ଆସିଥିଲେ। ଅଭିଯୋଗ ଆଣି ବିଧାୟକ ମନୋଜ ତିଗା କହିଛନ୍ତି, ବୀରଭୂମ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ଆମେ ଚାହୁଁଥିଲୁ। ହେଲେ ଏନେଇ ହଙ୍ଗାମା ହୋଇଥିଲା। ଏହାପରେ ଟିଏମ୍ସି ବିଧାୟକମାନେ ଠେଲାପେଲା କରିବା ସହ ମାର୍ପିଟ୍ କରିଥିଲେ।
ଏହା ପରେ ବିଜେପି ପକ୍ଷରୁ ଗଣ୍ଡଗୋଳର ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି ।
କାଠଯୋଡି ନଦୀକୁ ସହରର ନର୍ଦ୍ଦମା ପାଣି ଯିବନି
କାଠଯୋଡି ନଦୀକୁ ସହରର ନର୍ଦ୍ଦମା ପାଣି ନଯିବାକୁ ସିଏମ୍ସିକୁ କଡ଼ା ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ସେହିପରି ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି । ସେସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କାଠଯୋଡ଼ି ନଦୀରେ ମିଶୁଥିବା ଏହି ପ୍ରଦୂଷିତ ଜଳକୁ ମତ୍ତଗଜପୁର ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଛାଡିବା ପାଇଁ କୋର୍ଟ ସ୍ପଷ୍ଟ ଭାବେ ନିର୍ଦେଶ ଦେଇଛନ୍ତି ।
ଶିମିଳିପାଳ ଅଭୟାରଣ୍ୟରେ ନିଆଁ
ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ଏବଂ ତାଳବନ୍ଧ ରେଞ୍ଜର ଚାରୋଟି ସ୍ଥାନରେ ନିଆଁ ଲାଗିଛି । ଚଳିତ ବର୍ଷ ପ୍ରଥମ କରି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବା ବେଳେ ନିଆଁଲିଭା କାର‌୍ୟ୍ୟରେ ବନ କର୍ମଚାରୀ ମାନେ ନିୟୋଜିତ ଅଛନ୍ତି ।
ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ପଡିଥିବା ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ବାହାରୁଛି ପୁଳାପୁଳା ଟଙ୍କା । ଭିଜିଲାନ୍ସ ପକ୍ଷରୁ ଚଢଉ ବେଳେ ତାଙ୍କ ଘରୁ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି ।
ଭିଜିଲାନ୍ସ ଇତିହାସରେ ପ୍ରଥମଥର ପାଇଁ ଓଡିଶାରେ ଏତେ ପରିମାଣର ନଗଦ ଟଙ୍କା ଠାବ କରାଯାଇଛି । ଚତୁର୍ଥ ଦିନ ରେଡ୍ ବେଳେ ଘରୁ ନଗଦ ୧ କୋଟି ୧୫ ଲକ୍ଷ ଟଙ୍କା ମଳିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘର ସହ ବିଭିନ୍ନ ସ୍ଥାନରେ ଚାରି ଦିନ ହେଲା ଚଢଉ ଚାଲିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031