Indus Valley Times

ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା, ବନ୍ଧାହେଲେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ

 Breaking News

ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା, ବନ୍ଧାହେଲେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ

July 21
12:56 2022

ଭୁବନେଶ୍ୱର, ୨୧/୭: ଭୁବନେଶ୍ୱର ସହିଦନଗରସ୍ଥିତ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟକୁ ଲୁଟି ଖୋଳ କରିଦେଲେ ଏହାର କର୍ମଚାରୀ। ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ସମୟରେ ଏହି ରେଷ୍ଟୁରାଣ୍ଟର ପ୍ରାୟ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଦେଲେ ଏହାର ମ୍ୟାନେଜର ।
ଯାହା ହାତରେ ଥିଲା ଚାବିକାଠି, ସିଏ ହିଁ ଖାଲି କରୁଥିଲା ଭଣ୍ଡାର। ଅଡିଟ ବେଳେ ଏହା ଜଣାପଡ଼ିଥିବା ବେଳେ ଶେଷରେ OTDC ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନୀଲ ଘଡ଼େଇଙ୍କୁ ଗିରଫ କରିଛି ସହିଦନଗର ଥାନା ପୁଲିସ୍।
ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଗତ ବର୍ଷ ସେପ୍ଟେମ୍ବରରେ ଓଡ଼ିଶା ପର‌୍ୟ୍ୟଟନ ଉନ୍ନୟନ ନିଗମ (ଓଟିଡିସି ) ପକ୍ଷରୁ ଭୁବନେଶ୍ୱର ସହିଦନଗରରେ ଏହି ରେଷ୍ଟୁରାଣ୍ଟ ଖୋଲିଥିଲା। ମାତ୍ର ୧୦ ମାସର ଏହି ହୋଟେଲରେ ଗତ ୬ ମାସ ହେଲା ଚାଲୁଥିଲା ମହା ଘୋଟଲା। ଏହାର ମୁଖ୍ୟ ମାଷ୍ଟରମାଇଣ୍ଡ ଥିଲେ ଅର୍ଦ୍ଧେନ୍ଦୁ ଶେଖର । ତାଙ୍କୁ ସହଯୋଗ କରୁଥିଲେ ସୁନୀଲ ଘଡ଼େଇ ।
ଏହି ରେଷ୍ଟୁରାଣ୍ଟରୁ ହେଉଥିବା ଆୟର ପେମେଣ୍ଟ ମୁଖ୍ୟତଃ ଅନଲାଇନ୍ ଓ ଅଫଲାଇନ୍ରେ ହୋଇଥାଏ। ମାତ୍ର ଏହି ଟଙ୍କାର ପ୍ରାୟ ଅଧା ଅଂଶକୁ ସରକାରୀ ଆକାଉଣ୍ଟରେ ଡିପୋଜିଟ କରିବା ବଦଳରେ ନିଜ ଆକାଉଣ୍ଟରେ ଡିପୋଜିଟ କରୁଥିଲେ ଏହି ୨ ଅଭିଯୁକ୍ତ । ବିଗତ ୬ ମାସ ହେଲା ସେମାନେ ଏପରି ଭାବେ ପ୍ରାୟ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।
ଅଡିଟ୍ ବେଳେ ଏହା ଜଣାପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦ ନଗର ଥାନା ପୁଲିସ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031