Indus Valley Times

ହୋଲି ପାଇଁ ପଶ୍ଚିମବଙ୍ଗରୁ ଆସୁଥିଲା କଫ୍ ସିରପ୍, ୨୬ ଗିରଫ

 Breaking News

ହୋଲି ପାଇଁ ପଶ୍ଚିମବଙ୍ଗରୁ ଆସୁଥିଲା କଫ୍ ସିରପ୍, ୨୬ ଗିରଫ

ହୋଲି ପାଇଁ ପଶ୍ଚିମବଙ୍ଗରୁ ଆସୁଥିଲା କଫ୍ ସିରପ୍, ୨୬ ଗିରଫ
March 25
17:50 2024

ସମ୍ବଲପୁର,୨୫/୩: ସମ୍ବଲପୁର ପୋଲିସ ଏକ ବଡ଼ ଧରଣର କଫସିରପ ରାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ସଦରଥାନା ପୋଲିସ ନିଲଡୁଙ୍ଗରିରୁ ୪୫ଟି ପେଟିରେ ୧୮୦ ମିଲିଲିଟର ବିଶିଷ୍ଟ ପ୍ରାୟ ୧୦ ହଜାର ୮ଶହ(୧୦୮୦ ଲିଟର) ନିଷିଦ୍ଧ କଫସିରପ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଏହି ସମ୍ପର୍କରେ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ହୋଲି ପାଇଁ ପଶ୍ଚିମବଙ୍ଗରୁ ବ୍ୟାପକ ପରିମାଣର କଫସିରପ ସମ୍ବଲପୁର ଆସୁଥିବା ସମ୍ପର୍କରେ ସଦରଥାନା ପୋଲିସକୁ ଖବର ମିଳିଥିଲା।
ଉକ୍ତ ଖବର ଆଧାରରେ ପୋଲିସ ଟିମ୍ ନିଲଡୁଙ୍ଗୁରିରେ ଚଢ଼ାଉ କରି ବେଆଇନ ଭାବେ ଏକ ଟ୍ରକ(ଓଡି-୨୩-ପି-୩୪୦୬)ରେ ବୋଝେଇ ହୋଇ ସମ୍ବଲପୁର ଆସୁଥିବା କଫସିରପକୁ ଜବତ କରିଥିଲା। ଉକ୍ତ କଫସିରପ୍ ପଶ୍ଚିମବଙ୍ଗ ହୁଗୁଳି ଜିଲା ଦଙ୍କୁନୀରୁ ସମ୍ବଲପୁର ଆସୁଥିବା ଜଣାପଡ଼ିଛି। ସଦରଥାନା ପୋଲିସ କଫସିରପ ସହ ଗୋଟିଏ ଟ୍ରକ, ଗୋଟିଏ ବୋଲେରୋ, ୨ଟି ଟେମ୍ପୁ, ଗୋଟିଏ ସ୍କୁଟି, ଗୋଟିଏ ବୁଲେଟ, ୧୨ଟି ମୋବାଇଲ ଫୋନ ଓ ନଗଦ ୨୦ ହଜାର ଟଙ୍କା ଜବତ କରିଛି। ଜବତ କଫସିରପର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031