Indus Valley Times

ଢ଼େଙ୍କାନାଳରେ ଆରମ୍ଭ ହେଲା ଗଜଲଷ୍ମୀ ପୁଜା, ଫିକା ପଡିଲା ପୁଜା ମହୋଲ

 Breaking News

ଢ଼େଙ୍କାନାଳରେ ଆରମ୍ଭ ହେଲା ଗଜଲଷ୍ମୀ ପୁଜା, ଫିକା ପଡିଲା ପୁଜା ମହୋଲ

October 30
19:32 2020

ଢ଼େଙ୍କାନାଳ,୩୦/୧୦: ଆରମ୍ଭ ହେଲା ଢ଼େଙ୍କାନାଳ ପ୍ରସିଦ୍ଧ ଗଜଲଷ୍ମୀ ପୁଜା । କରୋନା ମହାମାରୀ କଟକଣା ଭିତରେ ଆନୁଷ୍ଟିତ ହୋଇଛି ଲଷ୍ମୀପୁଜା । ଚଳିତ ବର୍ଷ ଢ଼େଙ୍କାନାଳରେ ମାଆଙ୍କ ମୃଣୟୀ ମୂର୍ତି ପୂଜା ପାଇଁ ପ୍ରସ୍ତୃତ ହୋଇଛି ୩୮ଗୋଟି ପୂଜା ମଣ୍ଡପ । ଉତ୍ସାହ ଉଦ୍ଦୀପନାର ସହ ମଣ୍ଡପ କର୍ମକର୍ତାଙ୍କ ଠାରୁ ସହରବାସୀଙ୍କ ପର‌୍ୟ୍ୟନ୍ତ ସମସ୍ତେ ନିଜକୁ ପ୍ରସ୍ତୃତ କରୁଛନ୍ତି ।
କୋଭିଡ୍ କଟକଣା ଭିତରେ କେବଳ ମା’ଙ୍କର ରୀତିନୀତି ମୁତାବକ ପୂଜାର୍ଚ୍ଚନା କରି ଏହି ଐତିହାସିକ ଗଜଳଷ୍ମୀ ପୂଜାର ପରମ୍ପରା ରକ୍ଷା ପାଇଁ ମଣ୍ଡପ କର୍ମକର୍ତା ଉଦ୍ୟମ କରୁଛନ୍ତି ।ଏପରିକି ମଣ୍ଡପ ପ୍ରସ୍ତୁତି ସାରିଥିବାବେଳେ ସଂଧ୍ୟା ପରେ ମାଆ ଧନଦାତ୍ରୀଙ୍କୁ ଆବାହନ ପାଇଁ ପ୍ରସ୍ତୁତି ଚାଲିଛି ।
କଟକଣା ଯୋଗୁଁ ସାଜସଜ୍ଜା, ଦୋଳି ବାଜା, ଦୋକାନ ବଜାର ଓ ସାଧାରଣ ଦର୍ଶନ ଉପରେ ସ୍ବତନ୍ତ୍ର ଭାବେ କଟକଣା କରିଛି ପ୍ରଶାସନ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031