Indus Valley Times

ୟୁନିକ୍ ଆସୋସିଏସନ୍ ଓ ନେହୁର ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷ ରୋପଣ

 Breaking News

ୟୁନିକ୍ ଆସୋସିଏସନ୍ ଓ ନେହୁର ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷ ରୋପଣ

ୟୁନିକ୍ ଆସୋସିଏସନ୍ ଓ ନେହୁର ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷ ରୋପଣ
August 13
10:43 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୩/୮ : ଜାତୀୟ ଯୁବ ଦିବସ ଉପଲକ୍ଷେ ୟୁନିକ୍ ଆସୋସିଏସନ୍ ଓ ନେହେରୁ ଯୁବକେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଖଣ୍ଡପଡ଼ା ବ୍ଲକର ଶିଖରପୁର ଗ୍ରାମରେ ଗୁରୁବାର ସ୍ୱଚ୍ଛତା ପକ୍ଷୱାଡ଼ା କାର୍ଯ୍ୟକ୍ରମର ଦ୍ଵାଦଶ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ସ୍ୱଚ୍ଛତା ପାଖୱାଡ଼ା କାର୍ଯ୍ୟକ୍ରମ ୧ ଅଗଷ୍ଟରୁ ଆରମ୍ଭ ହୋଇଛି ଓ ଏହା ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ସ୍ଵଚ୍ଛ ରହିବା ସହିତ ଆମ ଚାରିପାର୍ଶ୍ୱ କୁ ସ୍ୱଚ୍ଛ ରଖିବା ପାଇଁ ଗୁରୁବାର ଏହି କାର୍ଯ୍ୟକ୍ରମରେ ସଂକଳ୍ପ ନିଆଗଲା। ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ନେହେରୁ ଯୁବ କେନ୍ଦ୍ର ତରଫରୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏ କାର୍ଯ୍ୟକ୍ରମ ଜାରି ରହିଛି।
ଆଜିର ଏହି କାର୍ଯ୍ୟକ୍ରମରେ ସତ୍ୟବ୍ରତ ମହାରଣା, ଦେବବ୍ରତ ମିଶ୍ର, ଦୀପକ କୁମାର, ପଦ୍ମଲୋଚନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅନନ୍ୟା ଫାଉଣ୍ଡେସନର ପ୍ରତିଷ୍ଠାତା ଆଶୁତୋଷ ଦାସ ସଂଯୋଜନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031